Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ
ଆଜି ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାର, କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍‍ ବୁଝାମଣା କାରଣରୁ କଳହର ଆଶଙ୍କା ରହିଛି। ମୁଖଭାବସ୍ଥ ଶୁକ୍ରଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ସୁଧାରିନେବେ।
ବୃଷ
ବୃଷ
ସ୍ବଗୃହୀ ରାଶ୍ୟାଧିପତି ଆପଣଙ୍କ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରଖିବା ସାଙ୍ଗକୁ ଚନ୍ଦ୍ରଙ୍କ ସ୍ଥିତି ମନୋବଳ ବୃଦ୍ଧିକରିବ। ଶନି ସହ ବୁଧଙ୍କ ସଂଯୋଗଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ଆଶଙ୍କା ରହିଛି। ପାରିବାରିକ ଖର୍ଚ୍ଚ ବୃଦ୍ଧି ଦୁଶ୍ଚିନ୍ତା ବଢ଼ାଇଦେବ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଏକାଦଶରେ ରବିଙ୍କ ସ୍ଥିତି ଆପଣଙ୍କୁ ଉଚ୍ଚବର୍ଗରୁ ସହାୟତା ପ୍ରଦାନକରି କର୍ମକ୍ଷେତ୍ରରେ ଉତ୍ସାହିତ କରିବ। କେତୁଙ୍କ ସମ୍ପର୍କରୁ ଭାଇ, ବନ୍ଧୁ କିମ୍ବା ଆମତ୍ୀୟଙ୍କ ସହ ସୁସମ୍ପର୍କରେ ବାଧା ଉପୁଜିପାରେ। ବିବାଦୀୟ ପରିସ୍ଥିତିରେ ଏବଂ ବ୍ୟବସାୟରେ ହିତୈଷୀଙ୍କ ପରାମର୍ଶ ଗ୍ରହଣକରିବା ଭଲ ହେବ।
କର୍କଟ
କର୍କଟ
ଆଜିର ଗ୍ରହ ସ୍ଥିତି ପ୍ରଭାବରେ କୌଣସି କାମ ଅଟକି ରହିବ ନାହିଁ, କିନ୍ତୁ ବ୍ୟାବହାରିକ ବ୍ୟତିକ୍ରମ କଳହର କାରଣ ହୋଇପାରେ। କର୍ମକ୍ଷେତ୍ରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ରାଶ୍ୟାଧିପତି ଉଚ୍ଚସ୍ଥ ଯୋଗୁ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି କାମ ହାସଲ କରିବେ। ପରିବାର ସକାଶେ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟିକଲେ ମଧ୍ୟ ସମର୍ଥନ କିମ୍ବା ସହାନୁଭୂତି ପାଇବା ଦୁଷ୍କର ହୋଇପଡ଼ିବ। ନିଜେ ରହୁଥିବା ସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି ଅସ୍ବସ୍ତିକର ଅନୁଭବ କରିପାରନ୍ତି।
କନ୍ୟା
ବୁଧଙ୍କ ସହ ଶନି ଓ ମଙ୍ଗଳଙ୍କ ସଂଯୋଗରୁ ଆଶା ଓ ଆକାଂକ୍ଷା ପୂରଣହେବା ସହଜସାଧ୍ୟ ନ ହୋଇପାରେ। ଅବଶ୍ୟ ବୃହସ୍ପତିଙ୍କ ସୁପ୍ରଭାବରେ ନୂତନ ପ୍ରକଳ୍ପ,ପ୍ରଶାସନ ଓ ପରିବହନ କ୍ଷେତ୍ରରେ ସ୍ଥିରତା ଆସିବ। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଦୁଃସ୍ଥାନସ୍ଥ ଶୁକ୍ର ଓ ଚନ୍ଦ୍ରଜନିତ ଆଜିର ଦିନଚର୍ଯ୍ୟା କଠୋର ଶ୍ରମ ସାଙ୍ଗକୁ ମନସ୍ତାପର କାରଣ ହେବ। ବୃହସ୍ପତିଙ୍କ ଯୋଗୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଶନିଙ୍କ ସ୍ଥିତିକୁ ନେଇ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଆଶା ପୂରଣ କ୍ଷେତ୍ରରେ ନିକଟତମ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନର ଆଶା କରାଯାଇପାରେ। ପ୍ରଶାସନ, ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ପାଇବା କଷ୍ଟକର ହେବ। ସହକର୍ମୀଙ୍କ ସହ ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ପ୍ରଭାବରେ ଦୈହିକ ସୁସ୍ଥତା ସାଙ୍ଗକୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଶେୟାର ବଜାର, ଆମଦାନୀ କାରବାର, ପରିବା ଦୋକାନୀ, ହୋଟେଲ ମାଲିକମାନେ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପୁରୁଣା ରୋଗ, ଋଣ ଓ ଶତ୍ରୁତା କାରଣକୁ ନେଇ ବ୍ୟସ୍ତ ରହିବେ।
ମକର
ମକର
ଆଜିର ଗ୍ରହ ସ୍ଥିତି ମଧ୍ୟମ ପ୍ରକାର ହେତୁ ଜୀବନଯାତ୍ରା ସ୍ବାଭାବିକ ରହିବ। କୌଣସି କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ଉପତ୍ନ୍ନ ହେବନାହିଁ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣକଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳିଯାଇ ପାରନ୍ତି। ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜିର ଗ୍ରହ ପ୍ରଭାବରେ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି ସନ୍ତୋଷଜନକ ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ହଟିଯିବା ସାଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଆଶା କରୁଥିବା ଜିନିଷ ଓ କାର୍ଯ୍ୟ ହାସଲକରି ଆନନ୍ଦ ଅନୁଭବ କରିବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।
ମୀନମୀନ
ଆପଣଙ୍କ ଉନ୍ନତ ଚିନ୍ତାଧାରା ଓ ସୁସଂଯତ କାର୍ଯ୍ୟଶୈଳୀ ପ୍ରତ୍ୟେକ ସ୍ତରରେ ଆଦରଣୀୟ ହେବ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟାକଲେ ଭଲ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ପାଇବା ଆଶା ରହିଛି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସଂଗଠନ, ଲେଖାପଢ଼ା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ…

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ…

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା…

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ବିଳାସକାରକ ଗ୍ରହ ଶୁକ୍ର ଅବସ୍ଥାନକରି ଦିନଟିକୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରାଇବେ। ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁମାନଙ୍କ ସାନ୍ନିଧ୍ୟ ଓ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri