Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ଆଜି ବନ୍ଧୁ ଓ ପରିଜନଙ୍କ ସହ ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି। ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ ଓ ସମ୍ପନ୍ନ ମଧ୍ୟ କରିବେ। ବିବାଦୀୟ ଘଟଣାରେ ମୁଣ୍ଡ ଖେଳାଇଲେ ଅଯଥା ସମାଲୋଚିତ ହେବାକୁ ପଡିବ। ବ୍ୟବସାୟ ବାଣିଜ୍ୟ ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି। ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଃଶ୍ଚିନ୍ତାର କାରଣ ହୋଇପାରେ। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଲେଖାପଢା,ଗବେଷଣା, କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବ୍ୟସ୍ତ ବୃଦ୍ଧି ପାଇବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକୁ ପୂର୍ଣ୍ଣ କରିବା ସକାଶେ ଦୃଢ ପଦକ୍ଷେପ ନେଇ ପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟାଇ ପାରନ୍ତି। ନୂତନ ଗୃହ, ଯାନବାହାନ କିଣିବା ସକାଶେ ମନ ବଳାଇବେ।
କର୍କଟ
କର୍କଟ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତପାର୍ଥକ୍ୟ କାରଣରୁ ମନ ଉତେଜନାପୂର୍ଣ୍ଣ ରହିବ। ବହୁତ ଯୁକ୍ତିତର୍କ ପରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ମାତାଙ୍କ ସ୍ବାସ୍ଥ୍ୟ ଓ ଭାତୃ ସମ୍ପର୍କ ହାନୀ ଯୋଗୁ ଚିନ୍ତା ବୃଦ୍ଧି ପାଇବ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ କଥାରେ ହଁ ଭରିଲେ ଅସୁବିଧାର ସମ୍ମୁଖୀନ ହେବେ। ପଚାରିବା ପୂର୍ବରୁ କିଛି କହିବା ସଙ୍ଗକୁ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ। ସଭାସମିତି ଓ ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ। ପିଲା ମାନଙ୍କ ଚିନ୍ତା ମନରେ ବିଶେଷ କଷ୍ଟ ଦେବାର ସୂଚନା ରହିଛି ।
କନ୍ୟା
ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକି ରହିବନାହିଁ। ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି। ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ସାହାଯ୍ୟ କରିବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ତୁଳା
ତୁଳା
କାର୍ଯ୍ୟ ହାସଲ କରିବା ପରିପ୍ରେକ୍ଷୀରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଶାରୀରିକ ସ୍ବାସ୍ଥ୍ୟ ଓ କାର୍ଯ୍ୟହାନି ଘଟିବା ହେତୁ ମାନସିକ ସ୍ଥିରତା ଠିକ୍‌ ରହିବ ନାହିଁ। ପରିବାରର କୈାଣସି ବ୍ୟତିକ୍ରମକୁ ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଅତିରତ୍ତ କରି ପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ପୂର୍ଣ୍ଣ ସନ୍ତୋଷ ପାଇବା କାଠିକର ପାଠ ହୋଇପାରେ।
ବିଛା
ବିଛା
ଆଦୈା ଇଛା ନଥିଲେ ମଧ୍ୟ କେତେକ କାମ ବାଧ୍ୟ ହୋଇ କରିବାକୁ ପଡିବ। ସାହାଯ୍ୟ, ସହଯୋଗ ଅଭାବରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭାଇ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ।
ଧନୁ
ଧନୁ
ଆପଣଙ୍କ ଅଭାବନୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିଥିବା ସମୟରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ନିର୍ମାଣ, ଯାତ୍ରା, ଆନଷ୍ଠାନିକ କାମ, ପରିବହନ, ଶିଳ୍ପ ତଥା ବାଣିଜ୍ୟ କ୍ଷେତ୍ରରେ ଅଭ୍ୟୁଦୟୋ ଘଟିବ। ପୁରାତନ ରୋଗପୀଡାରୁ ପୀଡା ବୃଦ୍ଧି ହୋଇପାରେ।
ମକର
ମକର
ସମସ୍ୟା ଆସିଲେ ମଧ୍ୟ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ। ବିବାଦୀୟ ଘଟଣା, ପାରିପାର୍ଶ୍ୱିକ ପରିସ୍ଥିତି, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଅଫିସରେ ଫାଇଲ୍‌ କାମ ସଜାଡିବାରେ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି।
କୁମ୍ଭ
କୁମ୍ଭ
ସତର୍କତା ଅଭାବରୁ ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଆତ୍ମୀୟ ସ୍ବଜନମାନେ କ୍ରମଶଃ ଦୂରେଇଯିବାର ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟସମସ୍ୟା ପୂର୍ବପରି ରହିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ଏଣେ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣା ବଳୀ ମନକୁ ବାରମ୍ବାର ଆଲୋଡିତ କରିବ। ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?