Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୦୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ବଳହୀନ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହେବା ସହ କର୍ମ କ୍ଷେତ୍ରରେ ଝଗଡା ଲାଗିପାରେ।  ଫେରନ୍ତା ପାରିବାରିକ ଅସହଯୋଗରୁ କାର୍ଯ୍ୟ ହାସଲ ନ ହେବା ହେତୁ ଚିନ୍ତିତ ରହିବେ। ପାରିପାର୍ଶ୍ୱିକ ସମସ୍ୟାକୁ ସରଳଭାବେ ସମାଧାନ କରି ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ସ୍ବସ୍ଥାନହନ୍ତା ବୃହସ୍ପତି ଯୋଗୁ ଆଜିର ଯାତ୍ରା ସମସ୍ୟାବହୁଳ ହୋଇପାରେ। କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି। ତତ୍‌ ସଙ୍ଗେ ସଙ୍ଗେ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ମିତ୍ର ବନ୍ଧୁରେ,ଲେଖାପଢାରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ।
ମିଥୁନ
ମିଥୁନ
ରାଶ୍ୟାଧିପ ବୁଧ ଗୁରୁନକ୍ଷତ୍ରସ୍ଥ ଯୋଗୁ କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟରେ ସମ୍ମୁଖୀନ ହୋଇପାରନ୍ତି। ଧାର କରଜ କରି ମଧ୍ୟ ଆବଶ୍ୟକତାକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ନହୋଇପାରନ୍ତି। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବା ସହ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଅବଶ୍ୟ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଭାଗ୍ୟସ୍ଥାନକୁ ପୂର୍ଣ୍ଣଦୃଷ୍ଟି ଯୋଗୁ ଆପଣଙ୍କର ଦକ୍ଷତା ବୃଦ୍ଧି ପାଇବା ସହ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ଯେକୈାଣସି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। କିନ୍ତୁ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରିଚିକା ପଛରେ ଦୌଡିପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କାକୁ ବରଦାସ୍ତ କରାଯାଇନପାରେ।
ସି˚ହ
ସି˚ହ
ରବି ମୁଣ୍ଡବିହୀନ ଗ୍ରହ କେତୁ ନକ୍ଷତ୍ରସ୍ଥ ଯୋଗୁ ଆପଣଙ୍କ ଦୂରଦର୍ଶିତାବିହୀନ କାର୍ଯ୍ୟ ସମସ୍ୟା ସୃଷ୍ଟି କରିପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବା କାଠିକର ପାଠ ହୋଇପାରେ। ଏପରିକି ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ପରିବହନରେ ସମସ୍ୟାକୁ ସମାଧାନ କରିବାରେ ସଫଳତା ମିଳିବ।
କନ୍ୟା
କର୍ମଭାବସ୍ଥ ରାହୁ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋଭାବ ପୋଷଣ କରିବେ। ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସାହିତ୍ୟ, କଳା, କ୍ରୀଡା ଓ ଚଳଚ୍ଚିତ୍ର ଓ ଅଇନ ଅଦଲତା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ପ୍ରିୟଜନଙ୍କ ସହିତ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ଏକାଧିକଗ୍ରହ କର୍ମସ୍ଥାନକୁ ପ୍ରଭାବିତ କରୁଥିବାରୁ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷା ପରାୟଣ ବ୍ୟଚ୍ଛିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇପାରନ୍ତି।
ବିଛା
ବିଛା
ଶନିଙ୍କ ସ୍ବଗୃହଦୃଷ୍ଟି ଆଧ୍ୟାତ୍ମିକ, ପାରିବାରିକ, ଟେକେନିକାଲ୍‌ କାର୍ଯ୍ୟ, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସୁଫଳ ଦେବାରେ ସମର୍ଥ ହେବ। ଆନୁଷ୍ଠାନିକ, ରାଜନୈତିକ ତଥା ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇପାରିବେ। ପରିବହନ ଓ ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମଭାବସ୍ଥ ଚନ୍ଦ୍ର ଚିତ୍ରା ନକ୍ଷତ୍ରସ୍ଥ ଯୋଗୁ ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପ୍ରାପ୍ତିରୁ ବଞ୍ଚତ୍ତ ହୋଇପାରନ୍ତି। ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ବଦଳରେ ବୃଦ୍ଧି ପାଇପାରେ। ପାରିବାରିକ, ପାଖପଡୋଶୀ, ଶିକ୍ଷା ପରୀକ୍ଷାଦି କ୍ଷେତ୍ରରେ ସଫଳତା ପାଇବାରେ ଅସୁବିଧା ହେବନାହିଁ।
ମକର
ମକର
ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ଆପଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିଦେବ। ଆଜି ଆକସ୍ମିକ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡିପାରେ। ନୂତନ କର୍ମାରମ୍ଭ, ଯାନବାହନ, ସଭାସମିତି ଓ ପାରିବାରିକ ସମସ୍ୟା ସମସାଧାନ ଦିଗରେ ଯତ୍ନବାନ୍‌ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ
କୁମ୍ଭ
ଶୁକ୍ର ଗ୍ରହଯୁଦ୍ଧରେ ଦୁର୍ବଳ ଜନିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ମନେ ମନେ ଭାବୁଥିବା କଥାଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ କହିପାରିବେ ନାହିଁ। ଏକାଧିକ ଗ୍ରହ ପ୍ରଭାବରେ ବାଦବିବାଦରେ ସଫଳତା ପାଇବେ ଓ ଅର୍ଥାଭାବ ଦୂରେଇଯିବ। ଆକସ୍ମିକ ଭାବରେ ସମ୍ପର୍କୀୟ ଜଣେ ସାହାଯ୍ୟ କରିବେ।
ମୀନମୀନ
ଅଧିକାଂଶ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ପଦସ୍ଥ ବ୍ୟଚ୍ଛିଙ୍କ ସାନ୍ନିଧ୍ୟରେ ଆସି କେତେକାଂଶରେ ସାନ୍ତ୍ୱନାମୂଳକ ପରାମର୍ଶ ପାଇପାରନ୍ତି। ଆଜି ଯେକୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଅପ୍ରିୟ ସତକଥା କହିଲେ ଶତ୍ରୁତା ବୃଦ୍ଧି ବ୍ୟତୀତ କିଛି ଲାଭ ହେବନି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ନୀଚରାଶିରେ ଅଷ୍ଟମସ୍ଥ ହୋଇଥିବାରୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri