Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଆପଣ ସଭାସମିତିରେ,ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କିମ୍ବା ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ
ବିଶାଖ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ସନ୍ତୋଷ ଆସିବ ନାହିଁ। ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ କାମଟିକୁ ଆରମ୍ଭ କରିବେ ଏବଂ ସାମୟିକ ଆମତୃପ୍ତି ଆସିପାରେ। ହଠାତ୍‌ ବନ୍ଧୁଙ୍କ ଦ୍ୱାରା ଆନୀତ ବନ୍ଧୁପ୍ରସ୍ଥାବ ସ୍ଥିରୀକୃତ ସକାଶେ ଆଲୋଚନା କରି ପାରନ୍ତି।
ମିଥୁନ
ମିଥୁନ
ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି। ସଦାବେଳେ ଝଗଡା କରିବାକୁ ଚାହିଁବସିଥିବା ଲୋକଟିର ସାମ୍‌ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ। ପାରିବାରିକ ସ୍ତରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଦୁଃଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ ହୋଇପାରିବ। ସାହିତ୍ୟ,ସାମ୍ବାଦିକତା, କଳା,କ୍ରୀଡା, ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କୈାଣସି ନିଚ୍ଚ ମନୋଭାବାପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ସି˚ହ
ସି˚ହ
ଅର୍ଥ ବିନିମୟରେ କାର୍ଯ୍ୟସମ୍ପନ୍ନ କରିବେ କିନ୍ତୁ ମନରେ ଶାନ୍ତି ଆସି ନ ପାରେ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହାଯ୍ୟରେ ସମାଧାନ ହୋଇଯିବ। ପରିବହନ, ବ୍ୟବସାୟ ,ଶିଳ୍ପ ଓ ପରିବହନରୁ ଖୁସି ରହିବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପାଇଁ କୈାଣସି ରୋଗୀ,ବନ୍ଧୁମାନେ କିମ୍ବା ସହଯାତ୍ରୀ ଖୁସୀ ହୋଇପାରନ୍ତି।
କନ୍ୟା
କର୍ମ କ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ରହିଲେମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ବନ୍ଧୁମାନେ ନିଜର ପୂର୍ବପ୍ରତିଶୃତି ଅନୁଯାୟୀ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସାମ୍ବାଦିକତା, ଆଇନ ଅଦାଲତ, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ଇଚ୍ଛା ନ ଥାଇ ମଧ୍ୟ ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ।
ତୁଳା
ତୁଳା
କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସ୍ତ୍ରୀ/ସହକର୍ମୀ କିମ୍ବା କୈାଣସି ଗୁରୁସ୍ଥାନୀୟ ବ୍ୟକ୍ତି ବିରୋଧାଭାଷ ପ୍ରଦର୍ଶନ କରିପାରନ୍ତି। କିନ୍ତୁ ସ୍ବାତୀ ନକ୍ଷତ୍ରର କୈାଣସି କଥାରେ ଅଭାବ ରହିବ ନାହିଁ , କିମ୍ବା କୌଣସି କାମ ମଧ୍ୟ ଅଟକିବାର ପ୍ରଶ୍ନ ଉଠୁନି। ସଭାସମିତିରେ ଆପଣ ଏମିତି ଯୁଚ୍ଛି କରିବେଯେ-ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ।
ବିଛା
ବିଛା
କୈାଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ଚଳିତ ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି। କୈାଣସି ସଭାସମିତି କିମ୍ବା ଆଲୋଚନା କାର୍ଯ୍ୟରେ ଯୋଗଦେଇପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇ ପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କିମ୍ବା ଜମିଜମା କାରବାର କିମ୍ବା ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ସନ୍ତାନ ହେତୁକ ସମସ୍ୟାରେ କିମ୍ବା ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମୁଳା ନକ୍ଷତ୍ର ଦୁଃଶ୍ଚିନ୍ତାଗ୍ରସ୍ଥ ହେବେ। ଦୀର୍ଘ ଦିନରୁ କୈାଣସି ଗୁରୁତ୍ୱପୂର୍ଣ୍ଣ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ମକର
ମକର
ନିଜଲୋକ ମାନଙ୍କ ଖାପଛଡା ମନୋଭାବ, ଘରଲୋକଙ୍କ ମନଇଚ୍ଛା କାମ, କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ହାତକୁ ନେଇଥିବା ଆଜିର କାମଗୁଡିକ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଅଗ୍ରଗାମୀ ହେବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ଦୃଢ ମନୋବଳ ମଧ୍ୟ ଆପଣଙ୍କୁ କାମ କରିବା ସକାଶେ ପ୍ରେରଣା ଯୋଗାଇବ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟରେ ସଫଳତା ହାସଲ କରିବେ ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
ମୀନମୀନ
ଆକସ୍ମିକ କେହିଜଣେ ବିଶିଷ୍ଟ ବ୍ୟକ୍ତି ବା ଉଚ୍ଚ ପଦାଧିକାରୀ ଆପଣଙ୍କ ସପକ୍ଷରେ ଅନୁକୂଳ ମତ ପୋଷଣ କରିପାରନ୍ତି। ପାରିବାରିକ ସ୍ତରରେ ନିଜର ଲୋକ ମାନେ ନିଜର ଫାଇଦା ହାସଲ ପାଇଁ ଚେଷ୍ଟିତ ହେବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri