Posted inRasifala

ରାଶିଫଳ: ବୁଧବାର, ମେ ୨୯ ତାରିଖ – Daily Horoscope

ମେଷ
ବାରମ୍ବାର ସମସ୍ୟା ବିଜଡିତ ରହିବା କାରଣରୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ପାରିବେ ନାହିଁ।  ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ରହିବ, ପ୍ରଶାସନିକ ସ୍ତରରେ ଦାୟିତ୍ୱବୋଧ ବଢିବ।  ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ।  ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯତ୍ନ କରିବାରେ ସମର୍ଥ ହେବେ। ଅଫିସ୍‌ରେ କାମର ଚାପ ପ୍ରଭାବରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ପରିବାର କ୍ଷେତ୍ରର ସମସ୍ୟା ପ୍ରଭାବରୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ମାନସିକ ଅଶାନ୍ତିର କାରଣ ହୋଇପାରେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଆନୁଷ୍ଠାନିକ କାମରେ ଆତ୍ମୀୟସ୍ବଜନଙ୍କ ସହାନୁଭୂତିର ସୁଯୋଗ ଲାଭ କରିପାରିବେ। ଗୁରୁତ୍ୱପୂର୍ଣ୍ଣ କାମ ଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଶଂସିତ ହେବେ। ବନ୍ଧୁମିଳନ ଘଟିପାରେ। ବିବାଦୀୟ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଭଲ ହେବ।
କର୍କଟ
କର୍କଟ
ହାତକୁ ନେଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ। ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ପରିସ୍ଥିତିବଶତଃ ଘରର କଥା ବୁଝିବାକୁ ସମୟ ମଧ୍ୟ ପାଇ ପାରିବେ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ର କିମ୍ବା ଅସଫଳତାର ସମୀକ୍ଷା ଜନିତ ଆଲୋଚନା ସରଗରମ ହୋଇପାରେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ପାଇଁ ଦିନଟି ବହୁତ ଭଲ। ଭୁଲ୍‌ ବୁଝାମଣା ଜନିତ ଉଚ୍ଚପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇ ପାରନ୍ତି। ପରିବାରରେ ଶିକ୍ଷା ସଂକ୍ରାନ୍ତୀୟ ଆଲୋଚନାକୁ ନେଇ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କନ୍ୟା
ପାରଷ୍ପରିକ ମତଭେଦ ଜନିତ ମୀମାଂସା ଅସମାପ୍ତ ରହିପାରେ। ବିଷମ ପରିସ୍ଥିତିରେ ବନ୍ଧୁଙ୍କ ଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପଡିବ। ହିତୈଷୀଙ୍କ ସହଯୋଗରେ ସାମାଜିକ ସ୍ଥରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବା ସହିତ ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆପଣଙ୍କ ନିରବଚ୍ଛିନ୍ନ ଉଦ୍ୟମ କାରଣରୁ କାର୍ଯକ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ କିନ୍ତୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଗବେଷଣା, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା କରାଯାଇପାରେ।
ବିଛା
ବିଛା
ମାନସିକ ଅସ୍ଥିରତା ଜନିତ ଭୟ, ଆଶଙ୍କା ଓ ଉଦ୍ୱେଗ ମଧ୍ୟରେ ଦିନଟିକୁ କଟାଇବାକୁ ପଡିପାରେ। ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁତ୍ସାହିତ କରିପାରେ। ପରିବାରରେ ଭୁଲ୍‌ ବୁଝାମଣା ବଶତଃ କଳହର ଆଶଙ୍କା ରହିଛି । ସାମାଜିକ ସ୍ଥିତି, ରାଜନୈତିକ ପରିସ୍ଥିତି, କଚେରି ମାମଲା ଓ ବାଣିଜ୍ୟ, ବ୍ୟବସାୟ ଦିଗ ଭଲ ରହିବ ।
ଧନୁ
ଧନୁ
ପାରଷ୍ପରିକ ମତଭେଦ କାରଣରୁ ପାରିବାରିକ ଅଶାନ୍ତି ଲାଗି ରହିବ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟ ମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଆକସ୍ମିକ ଭାବରେ ବନ୍ଧୁବର୍ଗଙ୍କ ସାହାଯ୍ୟରୁ ମାନସିକ ଅସ୍ଥିରତା ଦୂରେଇଯିବ।
ମକର
ମକର
ପରିସ୍ଥିତିର ଉନ୍ନତି କାମନାରେ ବିଭିନ୍ନ ପ୍ରକାରର ବିକଳ୍ପ ଯୋଜନା କରିପାରନ୍ତି। ପରୋକ୍ଷ ଶତ୍ରୁତା, ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। କିନ୍ତୁ ଶ୍ରବଣା ନକ୍ଷତ୍ରର କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ଓ ଆର୍ଥିକ ଉନ୍ନତି ଜନିତ ମନ ଖୁସୀ ରହିବ।
କୁମ୍ଭ
କୁମ୍ଭ
ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତି କିମ୍ବା ପ୍ରତିରୋଧ କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ। ବୃତ୍ତିି, ବାଣିଜ୍ୟ, ରାଜନୀତି,ପ୍ରଶାସନ ଓ କଳା,ସାହିତ୍ୟରୁ ପ୍ରଶଂସା ପାଇବେ।
ମୀନମୀନ
କାର୍ଯ୍ୟବ୍ୟସ୍ତତା କାରଣରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆଜିର ଯାତ୍ରା ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ଅବଶ୍ୟ ପାଇବେ। ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ରାଶିରେ ଚନ୍ଦ୍ର ଥିବାରୁ ପ୍ରାଥମିକ ଅବସ୍ଥାରେ ସମସ୍ୟା ଓ ପ୍ରତିବନ୍ଧକ ଦେଖା ଦେଲେ ମଧ୍ୟ ପରେ ସବୁ ଠିକ୍‌ ହୋଇଯିବ। ଭୁଲ୍‌ ବୁଝାମଣା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri