Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ

ଆଜି ଷଷ୍ଠାଧିପ ବୁଧ ଯୋଗୁ ପିଲାଙ୍କ ସ୍ବାସ୍ଥ୍ୟ, ବନ୍ଧୁଙ୍କ କାରନାମା, ଋଣଦାତାଙ୍କ ଭାଷଣବାଜିରୁ ଚିନ୍ତିତ ରହିବେ । ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଅସୁବିଧା ମଧ୍ୟରେ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ।

ବୃଷ
ବୃଷ
ଚତୁର୍ଥାଧିପ ସ୍ବଗୃହରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ କଳହ, ଯାନବାହନରେ ସମସ୍ୟା, ଖର୍ଚ୍ଚଭାର ବୃଦ୍ଧି ମାନସିକ ଅଶାନ୍ତିର କାରଣ ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆକସ୍ମିକ ଭାବରେ ମୋଟାଅଙ୍କ ଅର୍ଥର ଆବଶ୍ୟକତା ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଯାନବାହନ, ଦୋକାନବଜାରରୁ ଉପକୃତ ହୋଇପାରନ୍ତି।
ମିଥୁନ
ମିଥୁନ
ଶନି ଅଷ୍ଟମଭାବରେ ରହି ପ୍ରାପ୍ୟଧନକୁ ଭିନ୍ନ ବାଟରେ ପୁନଶ୍ଚ ଫେରାଇ ନେଇପାରନ୍ତି। ପ୍ରତ୍ୟେକ ସ୍ତରରେ କିଛି ଅସୁବିଧା ନ ଥିଲେ ମଧ୍ୟ ଅହେତୁକ କଳ୍ପନା ମାନସିକସ୍ଥିତିକୁ ଅସ୍ଥିର କରାଇବ । ଭଲ ସମ୍ପର୍କ ନ ଥିବା ନିଜ ଲୋକମାନେ ଶତ୍ରୁତା କରି କେତେକ କାମ ପାଇଁ ପ୍ରତିବନ୍ଧକ ସାଜିପାରନ୍ତି। ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ ।
କର୍କଟ
କର୍କଟ
ବ୍ୟୟଭାବକୁ ଏକାଧିକ ଗ୍ରହ ଦୃଷ୍ଟିପ୍ରଦାନ କରି ଅପବ୍ୟୟ, ସ୍ଥାନାନ୍ତର, ଅଶାନ୍ତିରୁ ନିଦ୍ରାହୀନତାଜନିତ ମନସ୍ତାପ କରାଇବେ। କର୍ମକ୍ଷେତ୍ରରେ କେତେକ ଆକସ୍ମିକ ଅସୁବିଧା ଦେଖାଦେବା କାରଣରୁ ଆଜି ସହଜରେ କାମ ହାସଲ କଷ୍ଟକର ହେବ । ଟଙ୍କା ପଇସା ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ନ ରହିଲେ କ୍ଷତିରେ ପଡ଼ିବେ।
ସି˚ହ
ସି˚ହ
ତୃତୀୟାଧିପ ଭାଗ୍ୟସ୍ଥାନରୁ ସ୍ବଗୃହକୁ ଅବଲୋକନ କରୁଥିବାରୁ ସମ୍ପର୍କୀୟା ଭଗିନୀଙ୍କ ସାହାଯ୍ୟରୁ ସମସ୍ୟା ସୁଧୁରିବ। କେନ୍ଦ୍ରାଧିପଙ୍କ କୋଣଭାବ ମଣ୍ଡନ ଯୋଗୁ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବୁଧଙ୍କ ଦୁର୍ବଳତାଜନିତ ଆର୍ଥିକ ଅନଟନ କାମକୁ କେତେକାଂଶରେ ଅଟକାଇ ଦେଇପାରେ।
କନ୍ୟା
ଆଜିର ଗ୍ରହସ୍ଥିତି ଆପଣଙ୍କ ଅର୍ଥନୀତିର ଅଭିବୃଦ୍ଧି, ମନୋରଞ୍ଜନର ମଉକା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମ୍ମାନ ପ୍ରଦାନ କରିବ । ଶନି ଓ ବୁଧଙ୍କ ସ୍ଥିତି ପ୍ରଭାବରୁ କେତେକ ଭୁଲ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି । ହିତୈଷୀଙ୍କ ପରାମର୍ଶରେ ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ଦୈହିକ ସୁସ୍ଥତା, ଆର୍ଥିକ ଉନ୍ନତି ଓ ପାରିବାରିକ ଶାନ୍ତି ଆଜିର ଜୀବନଯାତ୍ରାକୁ କୁସୁମିତ କରିବ। ଉପଚୟଭାବସ୍ଥ ପାପଯୁକ୍ତ ମଙ୍ଗଳ ଯୋଗୁ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ। କିନ୍ତୁ ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ, ଶିଳ୍ପ, ଯାତ୍ରା ଓ କଚେରି ମାମଲା ବିଷୟରେ ଚିନ୍ତିତ ରହିବାକୁ ପଡ଼ିପାରେ ।
ବିଛା
ବିଛା
ମୁଖଭାବରେ ଏକାଧିକ ଗ୍ରହଜନିତ ବିବାଦୀୟ ମନ୍ତବ୍ୟ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ। ଅଭାବ ନ ଥିଲେ ମଧ୍ୟ ଅପବ୍ୟୟର ସୀମା ଟପିଯିବା କାରଣରୁ ପରିବାରରେ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଯାନବାହନ, ଗୃହସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟଙ୍କ ସହ କଳହ ହେତୁ ମନ ଭଲ ରହିନପାରେ।
ଧନୁ
ଧନୁ
ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ପାଖପଡୋଶୀଙ୍କ ନିକଟରୁ ଶୁଣାକଥା ମନକୁ ସନ୍ଦେହାଚ୍ଛନ୍ନ କରିପାରେ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହିବ ନାହିଁ । କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
ମକର
ମକର
ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ଥଣ୍ଡାଜନିତ ବ୍ୟାଧିର ପୀଡାନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ, ଅନ୍ୟଥା ମାନସିକ ଦୁଶ୍ଚିନ୍ତାରେ ପଡ଼ିବେ । ତଥାପି କାର୍ଯ୍ୟସିଦ୍ଧି, ପାରିବାରିକ ଶାନ୍ତି, ଆନୁଷ୍ଠାନିକ କାର୍ଯ୍ୟରୁ ଖୁସି ରହିପାରନ୍ତି।
କୁମ୍ଭ
କୁମ୍ଭ

ଶୁକ୍ର ତୃତୀୟ ଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ରକରି କଳହର ସୂତ୍ରପାତ ହୋଇପାରେ। ଆକସ୍ମିକ ଭାବେ ପରିବାରରେ କେତେକ ସମସ୍ୟା ଦେଖାଦେଇପାରେ। ଧନିଷ୍ଠା ନକ୍ଷତ୍ର ପ୍ରବାସରେ ନିଃସଙ୍ଗତା ବୋଧ କରି ମନସ୍ତାପ କରିପାରନ୍ତି। ସଭାସମିତି, ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ।

ମୀନମୀନ
ଅଷ୍ଟମାଧିପ ଦ୍ୱିତୀୟ ଭାବରେ ଥିବାରୁ ଆଜି ଦିନଟିରେ ବହୁତ ଚିନ୍ତା କରିବା ପରେ କୌଣସି ପଦକ୍ଷେପ ନେବା ଠିକ୍‌ ହେବ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ। ଲେଖାପଢା, ଆନୁଷ୍ଠାନିକ କାମ, ପ୍ରଶାସନ ତଥା ସଭାସମିତିରେ ସଫଳତା ହାସଲ କରିବେ। ଭୁଲ୍‌ ବୁଝାମଣାରୁ ପଡୋଶୀଙ୍କ ସହ ସମ୍ପର୍କ ହାନି ଘଟିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri