Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ଲୋକମାନଙ୍କ ସକାଶେ ବିଶେଷ ସମୟ ଦେଇପାରନ୍ତି। କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯିବାର ଆଶଙ୍କା ରହିଛି। ଗୃହକୁ ଧାତୁ , ଅଳଙ୍କାରାଦି ମୂଲ୍ୟବାନ ଜିନିଷ ଆଣିପାରନ୍ତି।
ବୃଷ
ବୃଷ
ଆଜିର ଦିନଟିରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନା ଓ ବନ୍ଧୁମିଳନର ସୁଯୋଗ ପାଇବେ।
କର୍କଟ
କର୍କଟ
କେତେକ ଅତୀତ ସ୍ମୃତିଚାରଣ ମାନସିକ ଅସ୍ଥିରତାର କାରଣ ହୋଇପାରେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ଆଇନ, ଅଦାଲତ, ପ୍ରଶାସନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ସାମୟିକ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି। ବାଣିଜ୍ୟ, ଯାତ୍ରା ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କୁ କେତେକାଂଶରେ ଅସ୍ବାଭାବିକ କରିପାରେ। କଳା, ସାହିତ୍ୟ, ପରିବହନ,ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।
କନ୍ୟା
ଆଜିର କାମଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନଟା ଭଲ ରହିବ ନାହିଁ। ଅର୍ଥନୈତିକ ସ୍ଥିତି, ପାରିବାରିକ ପରିସ୍ଥିତି ପୂର୍ବପରି ବଳବତ୍ତର ରହିବ। ସାଙ୍ଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆଜି ଅର୍ଥଲାଭ, ବନ୍ଧୁମିଳନ, ନୂତନ କର୍ମାରମ୍ଭ ପାଇଁ ସୁଯୋଗ ପାଇବେ। ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ଅନୁକୂଳ ରହିବ।
ବିଛା
ବିଛା
ସନ୍ତାନଙ୍କ ସମସ୍ୟାର ଚିନ୍ତା, ସମ୍ପର୍କ ବଢ଼ାଇବାର ଅଭିଳାଷ, ଅନ୍ୟକୁ ମନେଇ କାମ କରିବାର ପ୍ରବୃତ୍ତି ଜାଗ୍ରତ ହେବ। ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ।
ଧନୁ
ଧନୁ
ପରିବାର ଓ କର୍ମକ୍ଷେତ୍ର ପାଇଁ ଅନୁକୂଳ ପ୍ରଭାବ ସୃଷ୍ଟି ହେବ। ଯାନ୍ତ୍ରିକ ଜିନଷ କ୍ରୟ କରିପାରନ୍ତି। ମାତ୍ର ବ୍ୟୟାଧିପ ସମ୍ପର୍କରୁ ବହୁତ ଖର୍ଚ୍ଚାନ୍ତ ହୋଇ କାମଟିକୁ ହାସଲ କରିବାକୁ ପଡିବ। ସମ୍ପର୍କୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାମରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟିର ସୂଚନା ମଧ୍ୟ ରହିଛି। ପ୍ରତିବେଶୀଙ୍କ ସହ ଭଲ ସମ୍ପର୍କ ସାହାଯ୍ୟକାରୀ ହେବ।
ମକର
ମକର
ବନ୍ଧୁ ମାଧ୍ୟମରେ ଅର୍ଥ, ଗୃହୋପଯୋଗୀ ଜମିଜମା କାରବାର ସହ ସରକାରୀ ସ୍ତରରେ ସ୍ଥଗିତ କାଗଜପତ୍ରକୁ ତ୍ୱରାନ୍ବିତ କରିପାରିବେ। ରାଜନୀତି, ସଙ୍ଗଠନ କିମ୍ବା ଆନୁଷ୍ଠାନିକ କାମ, ଆଇନ ଅଦାଲତ, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
କୁମ୍ଭ
କୁମ୍ଭ
ଆର୍ଥିକ ଉନ୍ନତି, ବନ୍ଧୁଙ୍କ ଆଦର, ନୂତନ କର୍ମାରମ୍ଭ ଓ ମାନସିକ ସ୍ଥିରତା ପ୍ରଦାନ କରିବ। ମନେ ମନେ ଯାହା ଭାବୁଛନ୍ତି ତାହା କେତେକାଂଶରେ ପ୍ରାପ୍ତିର ସମ୍ଭାବନା ରହିଛି। ସମୟର ପ୍ରତିକୂଳତା ଲାଗିରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିରୋଧକୁ ସାମ୍‌ନା କରି କାର୍ଯ୍ୟ ହାସଲ କରିପାରିବେ। କୌଣସି କ୍ଷେତ୍ରରେ ମଧ୍ୟ ଆପଣ ପଛକୁ ହଟିବେ ନାହିଁ।
ମୀନମୀନ
ବିବାଦୀୟ ଚିନ୍ତାଧାରା ସୃଷ୍ଟି କରିପାରନ୍ତି। କର୍ମଜଞ୍ଜାଳର ତୀବ୍ରତା ବୃଦ୍ଧି ପାଇ ଆପଣଙ୍କୁ ବିଶ୍ରାମହୀନ କାମରେ ନିଯୁକ୍ତ କରିବ। ପରିବାର ସକାଶେ ଆକସ୍ମିକ ଭାବରେ ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପରିସ୍ଥିତିବଶତଃ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ନୀଚରାଶିରେ ଅଷ୍ଟମସ୍ଥ ହୋଇଥିବାରୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri