Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ
ଆଜି ସମ୍ପର୍କୀୟ ଭାଇ, ପାଖ ପଡୋଶୀ, ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟରୁ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରୁ ଆଦର ଅଭ୍ୟର୍ଥନା ମିଳିବ।
ବୃଷ
ବୃଷ
ଆଜି ନୂତନ କର୍ମାରମ୍ଭ ସଙ୍ଗକୁ ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ। କିନ୍ତୁ ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ପରିସ୍ଥତି ଗୋଳମାଳିଆ ରହିପାରେ। ପ୍ରଶାସନିକ,ରାଜନୈତିକ କିମ୍ବା ସାମାଜିକ ସ୍ତରର ଆଲୋଚନା କ୍ଷେତ୍ରରେ ଠିକ୍‌ ନିଷ୍ପତି ନେଇ ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ। ବାରମ୍ବାର ଚେଷ୍ଟାକରି ବିଶେଷ କଷ୍ଟ ସ୍ବୀକାର କରିବା ପରେ ଅର୍ଥ ପାଇବେ ଓ କାମଟି ସାମାନ୍ୟ ବିଳମ୍ବରେ ସମ୍ପନ୍ନ ହେବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି କିମ୍ବା ଯାତ୍ରା ସମୟରେ ନୀଚଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।
କର୍କଟ
କର୍କଟ
କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରିବେ। ଅବଶ୍ୟ ପାରିବାରିିକ କ୍ଷେତ୍ର ବୁଝାମଣା ଭିତିରେ ଶୃଙ୍ଖଳିତ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ଅଧିକ ସମୟ ବିନିଯୋଗ କରିବାକୁ ପଡିପାରେ। ବ୍ୟବସାୟିକ ସଫଳତା ପାଇବାରେ ନିକଟସ୍ଥ ବ୍ୟକ୍ତିମାନେ କେତେକାଂଶରେ ସହେଯାଗ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜିବୀମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍‌ କାମରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତିି ସେପରି କିଛି ହେବନି। ପରିବାରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। କିନ୍ତୁ ତରବରିଆ ଭାବରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି।
କନ୍ୟା
ଆପଣଙ୍କ ଆବଶ୍ୟକତାକୁ ଉପଲବ୍ଧତ୍କରି କୌଣସି ବନ୍ଧୁ ଆର୍ଥିକ ସମସ୍ୟାକୁ ସୁଧାରି ନେବାର ଦୃଢ ପ୍ରତିଶ୍ରୁତି ଦେବେ। ପାରିବାରିକ ପ୍ରତିକୁଳ ପରିସ୍ଥିତି ଯୋଗୁଁ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ପିଲାମାନଙ୍କ ସ୍ବାସ୍ଥ୍ୟଗତ କିମ୍ବା ପଢା ସମସ୍ୟା ନେଇ ଆଲୋଚନା କରିପାରନ୍ତି।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟରେ ମଧ୍ୟ ଠିକ୍‌ ରହିବ ନାହିଁ। ଅଫିସ୍‌ରେ ସହକର୍ମୀମାନଙ୍କ ସହ ସହାନୁଭୂତିର ସହ ଭାବ ଆଦାନପ୍ରଦାନ କରି ଖୁସୀ ରହିପାରନ୍ତି। ନୂତନ ଯୋଜନା, ବ୍ୟବସାୟିକ ସ୍ଥିତି, ଜମିଜମା କାରବାର, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଚିନ୍ତିତ ରହିବାକୁ ପଡିପାରେ।
ବିଛା
ବିଛା
ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ପରିସ୍ଥିତି ଭିତର ଦେଇ ଗତି କରିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ସରଳଭାବରେ ଗ୍ରହଣ କରିବା ଅସୁବିଧାର କାରଣ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ଜଣେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବାର ସୂଚନା ରହିଛି।
ଧନୁ
ଧନୁ
ଆନୁସଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ, ଅନ୍ୟଥା ପଛରେ ବାରକଥା ଶୁଣିବାକୁ ପଡିବ। ଖଳ ଲୋକମାନଙ୍କ ଦ୍ୱାରା ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି।
ମକର
ମକର
ଶୁଭଗ୍ରହ ପ୍ରଭାବରୁ କୈାଣସି ଅସୁବିଧା ନ ହୋଇ କାମ ହୋଇଯିବ କିନ୍ତୁ ଚନ୍ଦ୍ର ପ୍ରଭାବରେ ଅସ୍ଥିରତା ଲାଗି ରହିବ। କଳେ ବଳେ କୌଶଳରେ ଅର୍ଥ ସଂର୍ଗହ ଅଭିଯାନ ଜାରି ରଖି ସଫଳତା ପାଇବେ। ଶ୍ରବଣା ସକାଶେ ବନ୍ଧୁମାନଙ୍କ ସହାନୁଭୂତି, ପାରିବାରିକ ସହଯୋଗରୁ କିମ୍ବା ବୟସ୍କବ୍ୟକ୍ତିଙ୍କ ପରାମର୍ଶରୁ ସ୍ଥରତା ଆସିପାରେ।
କୁମ୍ଭ
କୁମ୍ଭ
ମନ କଥା ମନ ଭିତରେ ରଖି ବନ୍ଧୁଙ୍କ ସହ ମିଶିପାରିଲେ ସୁଯୋଗ ଆପଣା ଛାଏଁ ଆସିପାରିିବ। କର୍ମକ୍ଷେତ୍ରରୁ ଯାହା ଓ ଯେତିକି ପାଇବା କଥା ଆଶା ନିଷ୍ଫଳ ହେବନାହିଁ ଅବଶ୍ୟ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା ଓ ସଭାସମିତିରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
ହାତକୁ ନେଇଥିବା କାଯ୍ୟ ଅବଶ୍ୟ ସୁବିଧାରେ ହୋଇଯିବ ମାତ୍ର ଏଥି ସକାଶେ କଠିନ ପରିଶ୍ରମ କରିବାକୁ ପଡିପାରେ। କଳା, କ୍ରୀଡା, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଆକସ୍ମିକ ସମସ୍ୟା ଓ ପ୍ରତିବନ୍ଧକ ଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri