Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ
ରେବତୀ ନକ୍ଷତ୍ରସ୍ଥ ଚନ୍ଦ୍ର ପଡ଼ୋଶୀଙ୍କ ହସ୍ତକ୍ଷେପରେ ପାରିବାରିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। କିନ୍ତୁ ଚତୁର୍ଥସ୍ଥ ପାପଗ୍ରହ ପାରିବେଶିକ ଓ ମାନସିକ ତଥା ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ । ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁମିଳନ ଓ ପ୍ରତ୍ୟୁଷ ଯାତ୍ରା କେତେକାଂଶରେ ମନକୁ ପ୍ରଭାବିତ କରିପାରେ।
ବୃଷ
ବୃଷ
ରବି କେନ୍ଦ୍ରକୋଣାଧିପ ଶନି ନକ୍ଷତ୍ରସ୍ଥ ହୋଇ ଷଡାଷ୍ଟକ ସ୍ଥିତିରେ ଥିବାରୁ ଆଲୋଚନାନୁଯାୟୀ କାର୍ଯ୍ୟସାଧନ କରିପାରିବା କଷ୍ଟକର ହେବ । ଅବଶ୍ୟ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମିଥୁନ
ମିଥୁନ
ମଙ୍ଗଳ ଷଷ୍ଠଏକାଦଶାଧିପତି ହେତୁ ଧାରକରଜ କିମ୍ବା ବ୍ୟାଙ୍କଲୋନ୍‌ ମାଧ୍ୟମରେ ଅର୍ଥପ୍ରାପ୍ତି କରାଇପାରେ । କିନ୍ତୁ ରାଶ୍ୟାଧିପତି ସହ ସମ୍ପର୍କିତ ଯୋଗୁ ଔଷଧକ୍ରୟ, ଡାକ୍ତର ଫ’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ମଧ୍ୟ କରିପାରନ୍ତି। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ତୃତୀୟବ୍ୟୟାଧିପ ବୁଧ ଧନଲାଭାଧିପତି ଯୁକ୍ତ ହେତୁ ବନ୍ଧୁଙ୍କୁ ଅର୍ଥସାହାଯ୍ୟ ପ୍ରଦାନ କରିପାରନ୍ତି। କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ମନ ସାମୟିକ ବିଚଳିତ ରହିପାରେ।
ସି˚ହ
ସି˚ହ
ବୃହସ୍ପତି ଚତୁର୍ଥସ୍ଥ ହୋଇ ବୁଧଙ୍କ ନକ୍ଷତ୍ରରେ ରହିଥିବାରୁ ପୁରୁଣା ଘର, ଯାବାହନ, କ୍ରୟବିକ୍ରୟ ପାଇଁ ମନସ୍ଥ କରିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ବ୍ୟବସାୟ,ପରିବହନ, ଜମିଜମା, କଳକାରଖାନା, ସଭାସମିତି, ସଭା ସମିତିରେ ସଫଳତା ଅର୍ଜନ କରିବେ।
କନ୍ୟା
ଧନଭାଗ୍ୟାଧିପ ଶୁକ୍ର ରାଜଯୋଗକାରକ ଚତୁଃଗ୍ରହ ସମ୍ମିଳନୀରେ ରହି ଆପଣଙ୍କ ସୁଖ, ସମ୍ମାନ, ପ୍ରତିଷ୍ଠାଦି ଗୌରବ ପ୍ରଦାନ କରିବ। କେବଳ ଚିତ୍ରା ନକ୍ଷତ୍ର ବ୍ୟତୀତ ଅନ୍ୟମାନଙ୍କ ସକାଶେ ଶତକଡା ଶହେଭାଗ ସୁଫଳ ମିଳିପାରେ । ତଥାପି ପାରିବାରିକ, ସାମାଜିକ, ପରିବହନ, ଲୋକସମ୍ପର୍କ ଦିଗ ପ୍ରତି ଆଜିର ଗ୍ରହସ୍ଥିତି ପ୍ରତିକୂଳ ରହିବ।
ତୁଳା
ତୁଳା
ରାଜଯୋଗକାରକ ଗ୍ରହ ଶନି ରାଶ୍ୟାଧିପଙ୍କ ନକ୍ଷତ୍ରରେ ରହିଥିବାରୁ କାର୍ଯ୍ୟହାସଲ ସକାଶେ ଆପଣଙ୍କ ଚେଷ୍ଟା ଅବ୍ୟାହତ ରହିବ । କିନ୍ତୁ ତୃତୀୟଭାବରୁ ଦ୍ୱାଦଶସ୍ଥ ବୃହସ୍ପତି ଯୋଗୁ କଥା ଦେଇ କଥା ରଖୁ ନ ଥିବା କାରଣରୁ ମନ ଭଲ ରହି ନ ପାରେ ।ଫଳତଃ କୌଣସି କାମ ସକାଶେ ନିଜ ଲୋକମାନଙ୍କ ଉପରେ ଭରସା କରି ପାରିବେ ନାହିଁ ।
ବିଛା
ବିଛା
ଅଷ୍ଟମସ୍ଥ ରାହୁ ରାଶିରେ ଥିବାରୁ ଧନହାନି ଓ ସମସ୍ୟା ସାମୟିକ ଆସିପାରେ। କିନ୍ତୁ କୌଣସି କାମରେ ପଛକୁ ଫେରିବାର ଚିନ୍ତା କରି ନ ପାରନ୍ତି ଓ କାର୍ଯ୍ୟ ସିଦ୍ଧି ଅବଶ୍ୟମ୍ଭାବୀ। ଏକାଧିକ ଗ୍ରହ ପ୍ରଭାବରୁ ଧର୍ମକାର୍ଯ୍ୟ, ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ମିଳିବ। କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।
ଧନୁ
ଧନୁ
ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିଥିଲେ ମଧ୍ୟ ଗୁରୁକ୍ଷେତ୍ରସ୍ଥ ଚତୁର୍ଥଚନ୍ଦ୍ର ଯୋଗୁ ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ। ଆଲୋଚନା ପରିସରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ରାଶିଠରୁ ଦ୍ୱାଦଶସ୍ଥ ଓ ଚନ୍ଦ୍ରଙ୍କ ନିକଟରୁ କେନ୍ଦ୍ରସ୍ଥ ଶନି ଯୋଗୁ କୌଣସି ଅସୁବିଧା ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଶିକ୍ଷା, ପରୀକ୍ଷା, ଲେଖାପଢା, ଆଲୋଚନା ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଅର୍ଥ ସମ୍ପର୍କକୁ ନେଇ କିମ୍ବା କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦର ଆଶଙ୍କା ରହିଛି । ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ପରିଜନ ସହ ଯାତ୍ରା କରିବାକୁ ପଡିପାରେ । ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟ, ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନାଦି କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ।
ମୀନମୀନ
କେନ୍ଦ୍ରାଧିପ ବୁଧଙ୍କ ନକ୍ଷତ୍ରରେ ରାଶ୍ୟାଧିପ ବୃହସ୍ପତି କୋଣଭାବ ମଣ୍ଡନ କରିଥିବାରୁ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ପାଇ କାର୍ଯ୍ୟହାସଲ କରିବେ। ସାମାଜିକ ସମ୍ମାନ ସହ ଅଭିଳଷିତ ଜିନିଷ ପ୍ରାପ୍ତି ମନକୁ ଖୁସି କରାଇଦେବ। ପଦସ୍ଥ ବ୍ୟକ୍ତିଙ୍କ ବଦାନ୍ୟତାରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବା ସାଙ୍ଗକୁ ଟେନସନ୍‌ କମିଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri