Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୨୨ ତାରିଖ – Daily Horoscope

ମେଷ
ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇବାର ଆଶା ରହିଛି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସଭାସମିତିରେ ଆଦର ଅଭ୍ୟର୍ଥନା ପାଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ସମେତ ଏକାଧିକ ଗ୍ରହ ଅଷ୍ଟମସ୍ଥ ହୋଇ ବିବଦୀୟ ସ୍ଥିତି ଉପତ୍ନ୍ନ କରିପାରନ୍ତି। ଧନସ୍ଥାନକୁ ଗ୍ରହମାନଙ୍କର ଦୃଷ୍ଟି ସମସ୍ୟା ମଧ୍ୟଦେଇ ଧନଲାଭ କରାଇବ କିନ୍ତୁ ଅଶାନ୍ତ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟରେ ଉନ୍ନତ ମାନର ଫଳ ପାଇବେ। କର୍ମକ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ପରିସ୍ଥିତିବଶତଃ ଖର୍ଚ୍ଚାନ୍ତ ହୋଇ ଯାତ୍ରା କରିବାକୁ ପଡିପାରେ । ବୁଧଙ୍କ ଭାଗ୍ୟାବସ୍ଥାନ ବନ୍ଧୁସମ୍ପର୍କ, ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ଲାଭ କରାଇପାରେ । ପାରିବାରିକ ସ୍ତରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀମାନଙ୍କ ପ୍ରଶଂସାର ପାତ୍ର ହେବେ।
କର୍କଟ
କର୍କଟ
ଚନ୍ଦ୍ର ଅନ୍ୟାନ୍ୟ ଗ୍ରହମାନଙ୍କ ସହ ବ୍ୟୟଭାବକୁ ଦେଖୁଥିବାରୁ ଦୂରଯାତ୍ରା,ବ୍ୟୟବୃଦ୍ଧିଜନିତ ମାନସିକ ଅସ୍ଥିରତା ଲାଗିରହିବ। ରବି ଓ ମଙ୍ଗଳଙ୍କ ଶୁଭ ସଂସ୍ଥିତିରୁ ଦିନଟିରେ କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ଅନୁଭବ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ସହ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବାର ଆଶା ରହିଛି ।
ସି˚ହ
ସି˚ହ
ମଙ୍ଗଳ ସ୍ବସ୍ଥାନରେ ଥିବାରୁ ପାରିବାରିକ ସ୍ତରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତିି ବାସ୍ତବରେ ସେପରି କିଛି ହେବନି । ବନ୍ଧୁମାନଙ୍କ ମନ ଧରିଲା ଭଳି କଥା କହି ଅଭିଳଷିତ କାମ ହାସଲ କରିନେବେ। ଧାର ସୂତ୍ରରେ ଅର୍ଥ ସଂଗ୍ରହ କରି ଆବଶ୍ୟକ ମନେକରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ।
କନ୍ୟା
ଭୋଗସ୍ଥାନରେ ଶୁକ୍ର ଆପଣଙ୍କୁ ଭୌତିକ ସୁଖସମ୍ପଦ ପ୍ରଦାନ କରିବାରେ ସାହାଯ୍ୟ କରିବେ । ଚତୁଃଗ୍ରହ ସଂସ୍ଥାନରୁ ପାରିବାରିକ ପ୍ରତିକୂଳ ପରିସ୍ଥିତିଜନିତ ଚିନ୍ତା କରିଥିବା କାମଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ କିଛି ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କର ଦୈହିକ ସୁସ୍ଥତା ସଙ୍ଗକୁ କାର୍ଯ୍ୟସିଦ୍ଧି ମାଧ୍ୟମରେ ବନ୍ଧୁମିଳନ ଘଟାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ମନରେ ଆଶଙ୍କା ସଷ୍ଟି ହେବ । ଆର୍ଥିକ ଦିଗଟି ପ୍ରାୟତଃ ଭଲ ରହିବ କିନ୍ତୁ ବିଶାଖା ନକ୍ଷତ୍ର ସୁଯୋଗ ହରାଇ ମୁଣ୍ଡରେ ହାତଦେଇ ବସିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ, ପରିବାର, ବନ୍ଧୁସମ୍ପର୍କ ଓ ଆର୍ଥିକ ସ୍ଥିତି ଉତ୍ତମ ରହିବା ଯୋଗୁ ଖୁସୀ ରହିବେ। କିନ୍ତୁ ଦ୍ୱିତୀୟସ୍ଥ ଗ୍ରହ ଆପଣଙ୍କୁ ଅପବ୍ୟୟ, ବିରକ୍ତିବୋଧକ ରୁକ୍ଷ ବ୍ୟବହାର ଜନିତ ଅପ୍ରିୟତା ସୃଷ୍ଟି କରିପାରେ । ଅନୁରାଧା ନକ୍ଷତ୍ର ସକାଶେ ପରିସ୍ଥିତି କ୍ରମଶଃ ବିଗିଡ଼ି ଯାଉଥିବା କାରଣରୁ ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଦୈହିକ ଅସୁସ୍ଥତା ସଙ୍ଗକୁ ଆପଣଙ୍କ ଅପ୍ରିୟସତ୍ୟ କଥନ ଅଶାନ୍ତ ପରିସ୍ଥିତିକୁ ନିମନ୍ତ୍ରଣ କରିବ । ଉତ୍ତରାଷାଢା ନକ୍ଷତ୍ରର ସମସ୍ତ ଅଭିଳାଷ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଜଣେ ଅପରିଚିତ ବ୍ୟକ୍ତିଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମକର
ମକର
ଧନଭାବସ୍ଥ ଶୁକ୍ର ଯୋଗୁ ଅର୍ଥଲାଭ, ବନ୍ଧୁଙ୍କ ଆଦର, ସମ୍ପର୍କ ସ୍ଥାପନ ଏବଂ ବିଳାସ ଉପକରଣ ପ୍ରାପ୍ତିର ଯୋଗ ରହିଛି । ଅଷ୍ଟମସ୍ଥ ମଙ୍ଗଳ ହେତୁ ପାରିବାରିକ ସ୍ତରରେ ମନକଥା ମନରେ ରଖି ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା କଲେ ନିଶ୍ଚିତ ଉପକୃତ ହେବେ । ରାଶିରେ ରବି ଓ ବୁଧ ଥିବାରୁ ଜଗି ରଖି ଚଳିବା ଭଲ ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶନି ଓ ଶୁକ୍ରଙ୍କ ଦୃଷ୍ଟି ସମ୍ବନ୍ଧ ଯୋଗୁ ଶାରୀରିକ ସୁସ୍ଥତା ସଙ୍ଗକୁ ପାରିବାରିକ ସ୍ଥିରତା ସୁସ୍ଥ ମାନସିକତା ସୃଷ୍ଟି କରିବ। ଦିନ ଭିତରେ ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ । ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ,ଏହାର ପୁନର୍ବିଚାର କରିବା ଭଲ ହେବ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିବ ।
ମୀନମୀନ
ଚତୁର୍ଥଭାବକୁ ବହୁତ ଗ୍ରହ ଦେଖୁଥିବାରୁ କର୍ମକ୍ଷେତ୍ର ସହ ପାରିବାରିକ ସ୍ଥିତି ଗୋଳିଆ ରହିବ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମରେ ପ୍ରଶଂସିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକଳାପକୁ ନିନ୍ଦା ରଟନା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri