Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ
ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି ।
ବୃଷ
ବୃଷ
ଶନି ଚତୁର୍ଥାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ପ୍ରତ୍ୟେକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ମନରେ ନକାରାତ୍ମକ ଭାବନାର ଜୁଆର କେନ୍ଦ୍ରୀଭୂତ ହେବାରୁ ବିଷାଦିତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ ଏବଂ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
ମିଥୁନ
ମିଥୁନ
ବୃହସ୍ପତି ନକ୍ଷତ୍ରସ୍ଥ ବୁଧ ଯୋଗୁ ଆଜି ଆପଣ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସାସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ବଢ଼ିବ ।
କର୍କଟ
କର୍କଟ
ଏକାଦଶସ୍ଥ ଶୁକ୍ରଙ୍କ ଯୋଗୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ସାଙ୍ଗକୁ ଯାତ୍ରା, ବ୍ୟବସାୟ, ସାମୂହିକ ଆଲୋଚନାରେ ସଫଳତା ଲାଭ କରିବେ । ବିବାଦୀୟ ପରିସ୍ଥିତି କେତେକାଂଶରେ ଶାନ୍ତ ପଡ଼ିଯାଇଥିବାରୁ ଟେନସନ୍‌ କମିଯାଇପାରେ । ଯାତ୍ରା କାଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି ।
ସି˚ହ
ସି˚ହ
କର୍ମାଧିପ ନିଜ ଗୃହରେ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ନୂତନ କର୍ମାରମ୍ଭ, କଲ୍ୟାଣମୂଳକ କାର୍ଯ୍ୟ, ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରର ବରାଦ ଅନୁସାରେ ବିଳାସ ସମ୍ପର୍କିତ ସାମଗ୍ରୀ କ୍ରୟ କରିବେ ।
କନ୍ୟା
ରାହୁଯୁକ୍ତ ଚନ୍ଦ୍ର ଜନିତ ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ । କିନ୍ତୁ ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ସହ ସାହାଯ୍ୟ, ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଆହ୍ବାନକ୍ରମେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।
ତୁଳା
ତୁଳା
ଗୁରୁଶୌରୀ ଯୋଗର ସୁପ୍ରଭାବରେ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଘଟିବ। ସାମାଜିକ ସ୍ତରରେ ସମ୍ମାନିତ ହେବା ସାଙ୍ଗକୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । କିନ୍ତୁ ଚିତ୍ରା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମାନସିକ ସ୍ଥିତି ଭଲ ରହି ନ ପାରେ ।
ବିଛା
ବିଛା
ରାଶ୍ୟାଧିପ ଉଚ୍ଚାଂଶରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ ପଦକ୍ଷେପ ନେଇ ସମ୍ପନ୍ନ କରିବାରେ ସମର୍ଥ ହେବେ । ନିକଟ ସମ୍ପର୍କୀୟଙ୍କ ସହାୟତାରେ ଯଥାସମୟରେ ସବୁ କିଛି ହାତକୁ ନେଇଥିବା କାମ ସମ୍ପନ୍ନ ହୋଇପାରିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ।
ଧନୁ
ଧନୁ
ପ୍ରିୟଜନଙ୍କ ସହାୟତାରେ ଆବଶ୍ୟକ ଅର୍ଥ, ଦ୍ରବ୍ୟ ଲାଭ କରିବେ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ । ବିବାଦୀୟ ପରିସ୍ଥିତିରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ମକର
ମକର
ପରସ୍ପର ବିରୁଦ୍ଧାତ୍ମକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ବିବାଦୀୟ ଚିନ୍ତାଧାରା ମନକୁ ଉତ୍ତେଜିତ କରିବ । ଅପ୍ରିୟ ସତ୍ୟ ଭାଷଣ ଜନିତ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିପାରନ୍ତି । ଭାବପ୍ରବଣତାବଶତଃ କୌଣସି ପରିହାସ ଯୁକ୍ତ କଥା ବନ୍ଧୁ ଗହଣରେ ସମସ୍ୟା ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ସମସ୍ୟା ଆସିଲେ ମଧ୍ୟ ତାହାକୁ ଅତି ସରଳ ଓ ସହଜରେ ସମାଧାନ କରିପାରିବେ । ନୂତନ ଜିନିଷ କ୍ରୟ କରିବା ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମର ପୁନଃ ଆରମ୍ଭ କରିପାରନ୍ତି । ଛୋଟ କଥାକୁ ଧରି ବସନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ମୀନମୀନ
ଦ୍ୱାଦଶରେ ବୁଧ ଓ ପରିବାର ଭାବରେ ଚନ୍ଦ୍ର ରାହୁଯୁକ୍ତ କାରଣରୁ ପାରିବାରିକ ଅସ୍ଥିରତା, ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିବ । ଅବଶ୍ୟ ସନ୍ଧ୍ୟାରେ କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ିଯାଇଥିବ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri