Posted inRasifala

ରାଶିଫଳ: ଗୁରୁବାର , ଫେବ୍ରୁଆରି ୦୬ ତାରିଖ – Daily Horoscope

ମେଷ
ଆଜି ରାହୁ ଓ ଚନ୍ଦ୍ର ତୃତୀୟସ୍ଥ ହେତୁ କାର୍ଯ୍ୟହାନିରୁ ମନ ଭଲ ରହି ନ ପାରେ । କୌଣସି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତା କିମ୍ବା ଅତି ନିକଟତର ବନ୍ଧୁଙ୍କ ସମ୍ପର୍କର ହ୍ରାସ ଘଟିପାରେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା କିମ୍ବା ମତାନ୍ତର ଆଶଙ୍କା ଦେଖାଦେବ । ଅଶ୍ୱିନୀ ନକ୍ଷତ୍ରର ଅସୁସ୍ଥତାବଶତଃ କେତେକ ଅତ୍ୟାବଶ୍ୟକ କାମଗୁଡିକ ସ୍ଥଗିତ ରହିଯାଇପାରେ ।
ବୃଷ
ବୃଷ
ବୁଧଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି। ଯାତ୍ରା କିମ୍ବା ସଭାସମିତିର ଆଲୋଚନାରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି । କୃତ୍ତିକା ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ ।
ମିଥୁନ
ମିଥୁନ
ଆଜି ଆପଣ ବ୍ୟସ୍ତତା ମଧ୍ୟରେ ଆନୁଷ୍ଠାନିକ କାର୍ଯ୍ୟର ପୂର୍ବ ପ୍ରସ୍ତୁତି ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ସମ୍ପନ୍ନ କରିବେ । ଶିଳ୍ପ,ବାଣିଜ୍ୟ ଓ ନିର୍ମାଣ ସକାଶେ ଖୋରାକ ଯୋଗାଇବ । କିନ୍ତୁ ଆରଦ୍ରା ନକ୍ଷତ୍ର ପାଇଁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ ।
କର୍କଟ
କର୍କଟ
କିଛିଟା ବ୍ୟତିକ୍ରମ ମଧ୍ୟରେ ସ୍ବାସ୍ଥ୍ୟରେ ଉନ୍ନତି,ଶତ୍ରୁମାନଙ୍କ ଅଧୋଗତି, ବିବାଦର ଅବସାନ, ଋଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ । ଆକସ୍ମିକ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଯାତ୍ରା ସମୟରେ କିମ୍ବା ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ । ଶିକ୍ଷା,ପରୀକ୍ଷା, ଆଲୋଚନା, ସଭାସମିତି, ଶିଳ୍ପ, ବାଣିଜ୍ୟାଦି କ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ ।
ସି˚ହ
ସି˚ହ
ଆପଣଙ୍କ ନୂତନ କାର୍ଯ୍ୟ ସକାଶେ ଆର୍ଥିକ ପ୍ରଗତି ସହାୟକ ହେବାରେ ସାହାଯ୍ୟ କରିବ । କିନ୍ତୁ ଆଜିର ଯାତ୍ରା,ବିବାଦ,ଗୃହାରମ୍ଭ ସକାଶେ ଅନୁକୂଳ ରହିବ ନାହିଁ । ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କଲାଭଳି ପରୋପକାରରୁ ପ୍ରଶଂସିତ ହେବେ ।
କନ୍ୟା
ଶୁକ୍ରଙ୍କ ସୁପ୍ରଭାବରୁ ଅର୍ଥଲାଭ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି କିମ୍ବା ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ । ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ ଯୋଗୁ ଅର୍ଥ ସମ୍ପର୍କିତ ଏବଂ କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ବ୍ରତୀ ହେବେ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବା ସହ ଆକସ୍ମିକ ଭାବରେ ଜଣେ ଯୁବକଠାରୁ ଯଥେଷ୍ଟ ସହାୟତା ପାଇବେ । କିନ୍ତୁ ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ । କିନ୍ତୁ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ।
ବିଛା
ବିଛା
ମଙ୍ଗଳ ଓ ଶୁକ୍ରଙ୍କ ସୁପ୍ରଭାବରେ ପରିସ୍ଥିତି କ୍ରମଶଃ ସୁଧୁରିଯିବ ଏବଂ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହେବା ସାଙ୍ଗକୁ ସାଧାରଣ ଘଟଣା ଓ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ସଭାସମିତି, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।
ଧନୁ
ଧନୁ
ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିବ । ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ଯାହାକି ପରିସ୍ଥିତିକୁ ସରଗରମ କରି ରଖିବ । ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ କିନ୍ତୁ କିଛି ଅସୁବିଧା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ ।
ମକର
ମକର
ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ପାରିବାରିକ ତର୍କବିତର୍କ କିମ୍ବା ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ବନ୍ଧୁ ସକାଶେ ଦୀର୍ଘ ସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ବନ୍ଧୁଙ୍କ ସହ ଆଲୋଚନା, ବ୍ୟବସାୟ, ଆଇନ, ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କାମକୁ ଆତ୍ମୀୟତାର ସହ ସମ୍ପନ୍ନ କରି ପ୍ରଶଂସିତ ହେବେ । ବ୍ୟବସାୟରୁ ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବେ । ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ସହ କଳା ସାହିତ୍ୟ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆନୁଷ୍ଠାନିକ କ୍ଷେତ୍ରରେ ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହୋଇପାରନ୍ତି ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ ଯାହାକି ସମସ୍ୟା ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ସାମାଜିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri