Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ
ମନକଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।
ବୃଷ
ବୃଷ
ଆଜି ଯାହାକୁ ଯାହା କହିବେ ସେହି ବ୍ୟକ୍ତି ତାହାକୁ ଅସ୍ବୀକାର କରିବ ନାହିଁ । ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରିବେ । ଶିକ୍ଷାକ୍ଷେତ୍ର, ପରୀକ୍ଷା, ଆଲୋଚନା ଓ ତର୍କ ବିତର୍କରେ ଆଶାନୁଯାୟୀ ସୁଫଳ ପାଇ ପ୍ରଶଂସିତ ହେବେ । ପରିସ୍ଥିତିରେ ପଡ଼ି ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ମିଥୁନ
ମିଥୁନ
କୌଣସି ଭଦ୍ର ମହିଳାଙ୍କ ବଦାନ୍ୟତାରେ ମନସ୍ଥିତିକୁ ଦୃଢ଼ କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ଶୁଣାକଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରିବାରରେ ସାମୟିକ ଝଗଡ଼ାର ସୂଚନା ରହିଛି । ସଭାସମିତି, କ୍ରୟବିକ୍ରୟ, ଆଲୋଚନା କ୍ଷେତ୍ର ମନ୍ଦ ହେବନାହିଁ ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉପରିସ୍ଥ କର୍ମଚାରୀ ଖୁସୀ ରହିବେ। ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ସମ୍ଭାବନା ରହିଛି । ସଭାସମିତିରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଅଭିଯୋଗଜନିତ ସାମୟିକ ଟେନ୍ସନ ଲାଗି ରହିବ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ ସନ୍ତୋଷଜନକ ରହିବ ।
ସି˚ହ
ସି˚ହ
ନିକଟ ସମ୍ପର୍କୀୟଙ୍କ ସହଯୋଗରୁ ଅଭିଳାଷ ପୂରଣ ହୋଇଯିବ। ପରିସ୍ଥିତି ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସ୍ବାଧୀନ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
କନ୍ୟା
ପୂର୍ବ ପ୍ରସ୍ତୁତି ନ ଥାଇ ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହିବେ। ଥଣ୍ଡାଜନିତ ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଅପରାହ୍ନରେ ଇଚ୍ଛା କରୁଥିବା ଜିନିଷଟି ପାଇ ପାଇ ଖୁସି ହେବେ।
ତୁଳା
ତୁଳା
କାର୍ଯ୍ୟରେ ସଫଳତା, ଅର୍ଥଲାଭ, ବନ୍ଧୁମିଳନ ଓ ନୂତନ ସ୍ଥାନ ପରିଦର୍ଶନରୁ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ମାତ୍ରାଧିକ ଭ୍ରମଣ ଆଳସ୍ୟ ଓ ଅସୁସ୍ଥତାର କାରଣ ହୋଇପାରେ। ପରିବହନ ଓ ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ପରିବାରରେ ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯାଇପାରନ୍ତି। ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ମନ ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ପ୍ରଶାସନ ତଥା ଆଇନ କ୍ଷେତ୍ରରୁ ସମସ୍ୟା ହଟିଯିବ। ପୂର୍ବ ଶତ୍ରୁତା କାମରେ ପ୍ରତିବନ୍ଧକ ସୃଷ୍ଟି କରିପାରେ।
ଧନୁ
ଧନୁ
ପ୍ରତ୍ୟେକ କାମରେ ସମସ୍ୟା ଓ ବିଳମ୍ବ ମନୋବ୍ୟଥାର କାରଣ ହେବ। ଆଜିର ବନ୍ଧୁଗହଣରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି। ଦେହ ଓ ମନରେ ଶିଥିଳତା ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ ଏବଂ ପୁରସ୍କୃତ ମଧ୍ୟ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ।
ମକର
ମକର
ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ । ନିଜର ସହଜାତ ଗୁଣରୁ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପ୍ରଶଂସିତ ହେବେ । କିନ୍ତୁ କୌଣସି ଜଣେ ବନ୍ଧୁଙ୍କୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ ।
କୁମ୍ଭ
କୁମ୍ଭ
କୌଣସି କାମ ସହଜ ଓ ସୁବିଧାରେ ହେଉ ନ ଥିବା କାରଣରୁ ମନସ୍ତାପ କରିପାରନ୍ତି। ଆଜି ଅପରାହ୍ନରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସାମୟିକ ଭାବେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ମୀନମୀନ
ସାମାଜିକସ୍ତରରେ ସମୂହ କଲ୍ୟାଣ କାମରେ ଅର୍ଥ, ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି। ସହକର୍ମୀଙ୍କ ସାହାଯ୍ୟରେ ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପାରିବାରିକ, ବ୍ୟବସାୟିକ, ସାମାଜିକ, ପ୍ରଶାସନିକ ତଥା ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ବିଭିନ୍ନ ସମସ୍ୟା ନେଇ ମନ ଅଶାନ୍ତ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?