Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ
ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା, ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଆକସ୍ମିକ ଭାବରେ ସୁଯୋଗ ଆପଣା ଛାଏଁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବଚିନ୍ତି କାମ କରିବା ଭଲ ହେବ । ତଥାପି ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
ଉପରିସ୍ଥଙ୍କ ଭୁଲ୍‌ ବୁଝାମଣାରୁ କର୍ମ କ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। କିନ୍ତୁ ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ ।
କର୍କଟ
କର୍କଟ
ଆଜି ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯାତ୍ରା ସମୟରେ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ ତଥା ସଭା ସମିତିରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ସାମାନ୍ୟ ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ ଧନ ହାନି ଯୋଗ ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ମଘା ନକ୍ଷତ୍ର ପ୍ରତ୍ୟେକ କଥାକୁ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ । ନିଜ ଲୋକମାନଙ୍କ ଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡିବ ।
କନ୍ୟା
ଦୀର୍ଘଦନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ । ହାତକୁ ନେଇଥିବା କାମ ବିଷୟରେ ଯାହା କରିବା କଥା ଶୀଘ୍ର ଶୀଘ୍ର ଶେଷ କରିବା ଭଲ ହେବ । ଅବଶ୍ୟ କିଛି ଅସୁବିଧା ହେବନି, ଆପଣ ସ୍ଥାନୀୟ ବ୍ୟଚ୍ଛି ବିଶେଷଙ୍କ ଦ୍ୱାରା ଉପକୃତ ହେବେ । ସତ୍‌ସଙ୍ଗ କିମ୍ବା ନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇ ପାରନ୍ତି।
ତୁଳା
ତୁଳା
ଆଜି ଦିନଟିରେ ମନ ଅନୁଯାୟୀ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ର, ସଭା ସମିତି, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଘର ସାଜସଜ୍ଜା,ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି।
ବିଛା
ବିଛା
ବହୁ ବିଚାର ବିମର୍ଶ ପରେ ପୂର୍ବ ପରିକଳ୍ପିତ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ଅବଶ୍ୟ ସାମାନ୍ୟ ବ୍ୟତିକ୍ରମ ଭିତରେ ସଫଳ ହେବ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜିହିଁ ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି ।
ଧନୁ
ଧନୁ
ଆଜି ଦିନ ମଧ୍ୟରେ ଯେତିକି ପାଇବେ, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ । ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ । ସଭାସମିତିରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଶିଳ୍ପ, ବ୍ୟବସାୟରେ ଭଲ କାରବାର ହେବ, ଯାହାକି ଆପଣଙ୍କୁ କେତେକାଂଶରେ ଆମତ୍ ସନ୍ତୋଷ ମିଳିପାରେ।
ମକର
ମକର
ସହକର୍ମୀମାନେ ଫାଇଦା ହାସଲ କରିବା ସକଶେ ଅତି ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହେବା ଅସମ୍ଭବ ହୋଇପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଆଗାମୀ ଦିନରେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
କାର୍ଯ୍ୟହାସଲ ହେବା କାରଣରୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଗୁଁସାର ହୋଇ ସଫଳତା ହାସଲ କରିବେ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ। ଆଜିର ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଆକସ୍ମିକ ଭାବରେ ଆଜିର ପ୍ରତ୍ୟୁଷ ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ବାଣିଜ୍ୟ,ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଓ ଗୌରବାର୍ଜନ ନିଶ୍ଚିତ। କଳା,ସାହିତ୍ୟ,ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri