Posted inRasifala

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ ଦିଗରେ ଅନୁପ୍ରାଣିତ କରିବ। ପାରିବାରିକ ସମସ୍ୟାର ସମାଧାନ ଘଟିବ। ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ରବିଙ୍କ ସ୍ଥିତି କର୍ମକ୍ଷେତ୍ରରେ ଦକ୍ଷତା ସାଙ୍ଗକୁ ପାରିବାରିକ ସୁଖସମୃଦ୍ଧିଜନିତ ଆନନ୍ଦ ପ୍ରଦାନ କରିବ। ବେହିସାବୀ ଖର୍ଚ୍ଚ କରି ପରିଜନଙ୍କ ଦ୍ୱାରା ଭର୍ତ୍ସିତ ହେବେ। ଯାନ୍ତ୍ରିକ ଜିନିଷ, ଯାନବାହନ, ବସ୍ତ୍ରାଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ସନ୍ତାନଙ୍କ ଅସନ୍ତୋଷଜନକ କାର୍ଯ୍ୟ ହେତୁକ ଦୁଶ୍ଚିନ୍ତା ଆସିପାରେ ା
ମିଥୁନ
ମିଥୁନ
ସ୍ବଗୃହୀ ଚତୁର୍ଥାଧିପତି ବୁଧଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ସହିତ ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିବ। ଆତ୍ମୀୟସ୍ବଜନଙ୍କ ମାଧ୍ୟମରେ ଅଟକିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଗୁଜବ ଶୁଣି ମନରେ ଆଶଙ୍କା ଉଦ୍ରେକ ହେବ। ବୃତ୍ତିଗତ ଧନ୍ଦା, ହୋଟେଲ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ଚନ୍ଦ୍ର ଦେବଗୁରୁଙ୍କ ଦୃଷ୍ଟିଗୋଚର ହେଉଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ପ୍ରତ୍ୟେକ କ୍ଷେତ୍ରରେ ନିଜଲୋକ କେହି ସାହାଯ୍ୟ କରିବାକୁ ଆଗେଇ ଆସିବେ। ନୂତନ କମ୍ପାନୀରେ ମୋଟା ଦରମାର ଚାକିରି ଅଫର୍‍ କିମ୍ବା ପଦୋନ୍ନତି ଘଟିବାର ସମ୍ଭାବନା ରହିଛି। ଜମିଜମା, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରୁ ସୁଫଳ ପାଇବେ ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ସ୍ଥିତିଜନିତ ବିପରୀତ ରାଜଯୋଗ ଯୋଗୁ ଅଭିଳଷିତ ଜିନିଷ ହାସଲ କରାଇବାରେ ପଦସ୍ଥବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବେ। ଫାଇଦା ହାସଲ ପାଇଁ ସମ୍ପର୍କୀୟମାନେ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଏବଂ ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ। ଅଫିସ୍‍ରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ।
କନ୍ୟା
ଚତୁର୍ଥସପ୍ତମାଧିପ ଗୁରୁଗୃହରେ ଶନିଯୁକ୍ତ ଚନ୍ଦ୍ର ପରିବାରରେ ରୋଗପୀଡ଼ା କିମ୍ବା ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଇପାରନ୍ତି। କର୍ମଜଞ୍ଜାଳ ମାନସିକ ବ୍ୟସ୍ତତାକୁ ବଢ଼ାଇଦେବ । ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷଜନକ ହୋଇପାରେ। ଅବଶ୍ୟ ବନ୍ଧୁଙ୍କ ସହାୟତାରେ ଈପ୍ସିତ ଅର୍ଥ ପାଇ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ।
ତୁଳା
ତୁଳା
ଧନାଧିପ ସପ୍ତମଭାବସ୍ଥ ଯୋଗୁ ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳ ହେବେ। କର୍ମସ୍ଥାନସ୍ଥ ଗ୍ରହଙ୍କ ସୁପ୍ରଭାବରେ ଯେ କୌଣସି ପ୍ରତିରୋକୁ ଆଡେଇ ଯିବେ। କିନ୍ତୁ ଶନିଙ୍କ ପ୍ରତ୍ୟକ୍ଷଦୃଷ୍ଟି ରବିଙ୍କ ଉପରେ ନିପତିତ ହେଉଥିବାରୁ ପ୍ରାପ୍ୟ ପ୍ରାପ୍ତି ବିଳମ୍ବ ହେବ। ବୁଧଙ୍କ ସ୍ଥିତି ଉତ୍ତମ ସ୍ବାସ୍ଥ୍ୟ ସାଙ୍ଗକୁ ବୌଦ୍ଧିକତାର ଅଭିବୃଦ୍ଧି ଘଟାଇବ।
ବିଛା
ବିଛା
କୋଣଭାବସ୍ଥ ଶନି ଭାଗ୍ୟାଧିପଙ୍କୁ ପ୍ରଭାବିତ କରି ସ୍ବାସ୍ଥ୍ୟହାନି କିମ୍ବା ସମସ୍ୟା ସୃଷ୍ଟି କରିପାରନ୍ତି। ମନ ସ୍ଥିର ନ ରହିବା ହେତୁ କାମ ଅସମ୍ପୂର୍ଣ୍ଣ ରହିଯାଇପାରେ। କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡିବ। ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ବରଂ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ନବମାଧିପତି ରବି ଷଷ୍ଠଭାବରେ ଥିବା ଯୋଗୁ ସବୁ ଦିଗରୁ ସମର୍ଥ ଥାଇ ମଧ୍ୟ ନିରାଶ ହେବାକୁ ପଡିବ। ବୃହସ୍ପତି ପ୍ରଭାବରୁ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ଅସହିଷ୍ଣୁ ମନୋଭାବ ସମ୍ପନ୍ନ ବନ୍ଧୁଙ୍କ ସଦ୍‍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ସ୍ବଗୃହୀ ମଙ୍ଗଳ ସନ୍ତାନମାନଙ୍କ କୃତିତ୍ୱରୁ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ସପ୍ତମଭାବସ୍ଥ ଶୁକ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। କର୍ମାଧିପ ଉପଚୟାଧିପତିଙ୍କ ସଂସର୍ଗତାରୁ କର୍ମହାନି ଓ ସମସ୍ୟା ବିଜଡ଼ିତ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ହେବ ଓ ନୂତନ ମିତ୍ରତା ସୃଷ୍ଟି ହେବ। କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିପାରିବେ।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଚନ୍ଦ୍ରଙ୍କ ସହିତ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ରଖିପାରେ। ଜମିଜମା, ନୂତନଗୃହ, କଚେରି ମାମଲା ପ୍ରଭୃତିରେ ଆଶାନୁରୂପ ସଫଳତା ପ୍ରଦାନ କରିବେ। ଦୂରଦୃଷ୍ଟି ଓ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମୀନମୀନ
କର୍ମାଧିପତି କୋଣଭାବରେ ଉଚ୍ଚସ୍ଥ ଯୋଗୁ ଅଭିଳଷିତ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ହେବନାହିଁ। ବୁଧ ପ୍ରଭାବରେ ବନ୍ଧୁଙ୍କ ପ୍ରରୋଚନାରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ଆନୁଷ୍ଠାନିକ କାମରେ ସଫଳତା ପାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri