Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୩୦ ତାରିଖ – Daily Horoscope

ମେଷ
ସକାଳୁ ସକାଳୁ ଶୁଭଖବର, ବନ୍ଧୁଙ୍କ ନିମନ୍ତ୍ରଣ, ନୂତନ ବସ୍ତ୍ରଭୂଷଣ, ବନ୍ଧୁମିଳନ ଜନିତ ଖୁସୀ ଅନୁଭବ କରିବେ । ରବି ଚତୁର୍ଥାଧିପ ଚନ୍ଦ୍ରକ୍ଷେତ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଯାହା ଚିନ୍ତା କରୁଛନ୍ତି ଠିକ୍‌ ସେପରିହିଁ ହୋଇପାରିବ। ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ପରୋକ୍ଷ ଶତ୍ରୁତା ଲାଗି ରହପାରେ।
ବୃଷ
ବୃଷ
କର୍ମସ୍ଥ ଶୁକ୍ର ପ୍ରଭାବରୁ ଆପଣଙ୍କ ଉଦ୍ଦେଶ୍ୟ ଯଥାବିଧି ସମ୍ପନ୍ନ ହେବା ସହ ମଜାମଉଜରେ ସମୟ କଟାଇବେ। ଆକସ୍ମିକ ଭାବରେ କୃତିକା ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କରି ହଠାତ୍‌ ଯାତ୍ରା କରିବାକୁ ପଡିପାରେ । ଜମିଜମା କାରବାର, ରାଜନୀତି, ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବାର ସୂଚନା ରହିଛି ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ଶୁଭ ସଂସ୍ଥିତିରୁ ଆର୍ଥିକ ସ୍ଥିତି ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ । ବିବାଦୀୟ ପରିସ୍ଥିତି କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଜିର ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବା ସହ ବକେୟା ଅର୍ଥ ପାଇ ଖୁସୀ ହେବେ। କୈାଣସି ଆଲୋଚନା ପ୍ରସଙ୍ଗରେ ଭାବପ୍ରବଣତାରୁ ମନୋବଳ ହ୍ରାସ ପାଇପାରେ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପ କାରଣରୁ ସ୍ବାସ୍ଥ୍ୟସମସ୍ୟା, ଅର୍ଥସଂକଟ ଓ ଏକାଧିକ କାମରୁ ମାନସିକଚାପଗ୍ରସ୍ଥ ହୋଇପାରନ୍ତି। କେହି ନିଜଲୋକ ଜଣେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ।
ସି˚ହ
ସି˚ହ
ମଙ୍ଗଳଙ୍କ କୁପ୍ରଭାବରେ କାର୍ଯ୍ୟାରମ୍ଭର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦିହୋଇପାରନ୍ତି। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ନୂତନ ସମସ୍ୟା ସୃଷ୍ଟି ହେବାର ସୂଚନା ରହିଛି। ଶନିଙ୍କ କୁପ୍ରଭାବ କ୍ରମଶଃ ଦୂରେଇ ଯାଉଥିବାରୁ କାମ କରି ଚାଲିବେ ଏବଂ ପାରିବାରିକ ସ୍ଥିତି ପୂର୍ବପରି ଶାନ୍ତ ରହିବ।
କନ୍ୟା
ଗ୍ରହମାନଙ୍କ ଶୁଭପ୍ରଭାବରେ ବନ୍ଧୁକମାନଙ୍କ ପ୍ରେରଣାରେ ନୂତନ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇ ପାରେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେବ ।
ତୁଳା
ତୁଳା
ଶନିଙ୍କ ସ୍ବଗୃହମଣ୍ଡନରୁ ଧାର୍ମିକକାର୍ଯ୍ୟରେ ବନ୍ଧୁମିଳନ, ସାମାଜିକ ପ୍ରତିଷ୍ଠା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବେ । ସ୍ବାତୀ ନକ୍ଷତ୍ରର ସାଧାରଣ ବଚସା ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହେବାର ସୂଚନା ରହିଛି । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେଲେ ମଧ୍ୟ ମନ୍ଦ ହେବନି।
ବିଛା
ବିଛା
ଆକସ୍ମିକ ପରିବର୍ତ୍ତିତ ପରିସ୍ଥିତିରେ ପୂର୍ବ ସଙ୍କଟ ଦୂରେଇଯିବା ସହ ବନ୍ଧୁ ନିକଟରୁ ଉତ୍ତମ ବ୍ୟବହାର, ସ୍ନେହ, ସହାନୁଭୂତି ପାଇ ଖୁସୀ ହେବେ । ଅନୁରାଧା ନକ୍ଷତ୍ର କେତେକ କ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ ବାଧ୍ୟବାଧକତାରେ ବହୁତ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ଧନୁ
ଧନୁ
ଚନ୍ଦ୍ରଙ୍କ ଶୁଭ ପ୍ରଭାବରେ ଦୀର୍ଘ ଦିନରୁ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କଳା, ସାହିତ୍ୟ, ଆଲୋଚନା ଓ ପ୍ରତିଯୋଗିତା କ୍ଷେତ୍ରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ଓ କୈାଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ । ପଡୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
ମକର
ମକର
ବନ୍ଧୁଙ୍କୁ କୌଣସି ବିବାଦୀୟ କଥା କହିଥିବା କାରଣରୁ ଭାବପ୍ରବଣତାବଶତଃ ମନଟା ଭଲ ଲାଗିବ ନାହିଁ। ଶ୍ରବଣା ନକ୍ଷତ୍ର ଉପର ମନରେ ଭଲ କଥା କହୁଥିଲେ ମଧ୍ୟ ନିଜ ସୁବିଧାକୁ ପ୍ରାଧାନ୍ୟ ଦେଇ ଅସୁବିଧାରେ ପକାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ମାତ୍ର୍ର ନିଷ୍ପତି ଅମୀମାଂସିତ ରହିପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ।
କୁମ୍ଭ
କୁମ୍ଭ
ନିଜ ଲୋକମାନଙ୍କ ଦ୍ୱାରା ପ୍ର୍ରତିରୋଧ ସୃଷ୍ଟି ହେଲେ ମଧ୍ୟ ମଧୁର କଥା କହି ସେମାନଙ୍କ ଦ୍ୱାରା ସହଜରେ କାମ ହାସଲ କରିବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ପାଇବେ।
ମୀନମୀନ
ରାଶିରେ ଚନ୍ଦ୍ର ଆପଣଙ୍କ ପୂର୍ବପରିକଳ୍ପିତ ଯୋଜନାକୁ ବାସ୍ତବତାରେ ପରିଣତ କରିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଆକସ୍ମିକ ଭାବରେ ବିଶେଷ କାରଣରୁ ଗସ୍ତ କାଯର୍‌ୟକ୍ରମ ବାତିଲ ହୋଇପାରେ । ଧାର୍ମିକ କାର୍ଯ୍ୟ, ବନ୍ଧୁ ସହଯୋଗ, ଯାତ୍ରା, ବାଣିଜ୍ୟ, ନୂତନକର୍ମାରମ୍ଭ ଯୋଗୁ ଦିନଟି ସ୍ମରଣୀୟ ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri