Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ କାରଣରୁ ଆଜିର ଆନୁଷ୍ଠାନିକ କାର୍ଯ୍ୟ ବିଶେଷ ଉପଭୋଗ୍ୟ ନ ହୋଇପାରେ | ଅବଶ୍ୟ କର୍ତ୍ତବ୍ୟ ପାଳନରେ ତପତ୍ରତା,ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ  ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ |
ବୃଷ
ବୃଷ
ଅଷ୍ଟମାଧିପତି ଯୁକ୍ତ ଶନି ହେତୁ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ | ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିଭିନ୍ନ ପ୍ରକାରର ବିରୋଧାମତ୍କ କଥା କହିପାରନ୍ତି | ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ |
ମିଥୁନ
ମିଥୁନ
ଧନାଧିପ ପାପଗ୍ରହ ଯୁକ୍ତ ହେତୁ ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ | ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ସେଥିପାଇଁ ଅନୁତାପ କରିବାକୁ ପଡିପାରେ | ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି |
କର୍କଟ
କର୍କଟ
ରବି ଓ ରାହୁ ମଧ୍ୟସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସା ସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ | ଯଥାସାଧ୍ୟ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ସମସ୍ୟା ଆସିପାରେ | ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ |
ସି˚ହ
ସି˚ହ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ସମସ୍ତ ସମସ୍ୟା ଓ ପ୍ରତିବନ୍ଧକକୁ ପ୍ରତିହତ କରି ଅଭିଳଷିତ କର୍ମ ସମ୍ପାଦନ କରିପାରିବେ |ପଦାଧିକାରୀଙ୍କ ଆଦେଶପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି | ବ୍ୟବସାୟିକ ସମସ୍ୟା, ଯାତ୍ରାରେ ପ୍ରତିବନ୍ଧକଜନିତ ମନ ଅଶାନ୍ତ ରହିପାରେ |
କନ୍ୟା
ଆଜିର ଗ୍ରହସ୍ଥିତିର ପ୍ରଭାବରେ କୌଣସି ସ୍ପର୍ଶକାତର କଥା ସକାଶେ ଟେନ୍ସନ ଲାଗି ରହିବ | ବାଧ୍ୟବାଧକତାରେ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି | ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ | ଅର୍ଥସାହାଯ୍ୟ ପାଇବା, ପଡୋଶୀଙ୍କ ସହାନୁଭୂତି ଲାଭକରିବେ |
ତୁଳା
ତୁଳା
ଶନି ଓ ଶୁକ୍ର ନିଜ ନିଜ ଗୃହରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ | କିନ୍ତୁ ବନ୍ଧୁଙ୍କ ବାଧିଲାଭଳି କୌଣସି କଥା ଶୁଣି ସବୁ ଆନନ୍ଦ ପାଣିଫୋଟକା ପରି ମିଳାଇଯିବାର ଆଶଙ୍କା ରହିଛି | ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁଁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ |
ବିଛା
ବିଛା
ଲାଭାଧିପ ସ୍ବଗୃହକୁ ଅବଲୋକନ କରୁଥିବାରୁ ଅର୍ଥଲାଭ,କାର୍ଯ୍ୟସିଦ୍ଧି,ନୂତନ ସମ୍ପର୍କସୃଷ୍ଟିରୁ ଖୁସୀ ରହିବେ | କିନ୍ତୁ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ ମାନସିକ ଦ୍ୱନ୍ଦ୍ୱ ଉପତ୍ନ କରିବ | ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବ୍ୟସ୍ତ ହୋଇପାରନ୍ତି | ବନ୍ଧୁଙ୍କୁ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ଅର୍ଥ ଲାଭ ସଙ୍ଗକୁ ବନ୍ଧୁ ମାନଙ୍କ ବଦାନ୍ୟତାରୁ ସମ୍ମାନଲାଭ ହେବ | ଭାଙ୍ଗି ପଡିଥିବା ସମ୍ପକର୍କୁ ପୁଣି ଯୋଡିବା ସକାଶେ ଚେଷ୍ଟା କଲେ ସଫଳତା ମିଳିପାରିବ | ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ ଏବଂ ରାଜନୈତିକ ସ୍ତରରେ ସମସ୍ୟା ସମାଧାନରେ ସଫଳତା ମିଳିବ |
ମକର
ମକର
ଶୁକ୍ରଙ୍କ ଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକାପାଇବେ ଏବଂ ପ୍ରିୟଜନଙ୍କ ସାନ୍ନିଧ୍ୟ ମଧ୍ୟ ମିଳିପାରେ | ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତପାହାନ୍ତାକୁ ଆସିବ | ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ବହୁତ ତକଲିପି ସହିବାକୁ ପଡିବ |
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଓ ସତର୍କତା ରକ୍ଷା ନ କଲେ ବିବାଦ ଘେରରେ ପଡିପାରନ୍ତି | ପୁନଶ୍ଚ ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ | ଶତଭିଷା ନକ୍ଷତ୍ର ପାଇଁ ନିର୍ମାଣାଦି କାମରେ, କର୍ମକ୍ଷେତ୍ରରେ ଏବଂ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି |
ମୀନମୀନ
ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯାଇଥିବାରୁ ମନରେ ପ୍ରସନ୍ନତା ଆସିବ | ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ପାରିବାରିିକ ପ୍ରତିରୋଧ ଓ ପ୍ରତିବନ୍ଧକ ଅଭିଳାଷ ପୂରଣରେ ବିଘ୍ନ ସୃଷ୍ଟି କରିବ | କିନ୍ତୁ ରେବତୀ ନକ୍ଷତ୍ର ସକାଶେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ |

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?