Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ । ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ନିଜ ପରିବାର ତରଫରୁ ଆବଶ୍ୟକ ସହଯୋଗ ପାଇ ନୂଆ କାମଟିକୁ ଆଗକୁ ବଢ଼ାଇ ନେଇପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ରପ୍ତାନି, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଭାବ ନ ଥିଲେ ମଧ୍ୟ ଅନ୍ୟାନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି । ଆନୁଷ୍ଠାନିକ କାମରେ ନୂତନ ବସ୍ତ୍ର, ଆଭୂଷଣ ଉପଢୌକନାଦି ପାଇପାରନ୍ତି।
ମିଥୁନ
ମିଥୁନ
କ୍ରନିକ୍‌ ରୋଗ ଜନିତ ସ୍ବାସ୍ଥ୍ୟ ସମସ୍ୟା ମନକୁ ବାରମ୍ବାର ଆଲୋଡିତ କରିବ । ଆକସ୍ମିକ ଭାବରେ ସରକାରୀ ସ୍ତରରୁ ଆଶା କରି ନ ଥିବା ଖବର ଶୁଣି ବିସ୍ମିତ ହୋଇପାରନ୍ତି। ନିଜ ଅସୁବିଧାର ସମାଧାନ ସକାଶେ ଆତ୍ମୀୟସ୍ବଜନ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ରାଜନୈତିକ ସ୍ତରରେ କଳହଘେରରେ ଆକ୍ରାନ୍ତ ହୋଇପାରନ୍ତି।
କର୍କଟ
କର୍କଟ
ବିଶେଷ ଭ୍ରମଣ ସାଙ୍ଗକୁ ଯତ୍ନର ଅଭାବ ସ୍ବାସ୍ଥ୍ୟହାନିର କାରଣ ହେବ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚାନ୍ତ ସାଙ୍ଗକୁ କଷ୍ଟପ୍ରଦ ଜୀବନଯାତ୍ରା କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି ନିରାକରଣ ପୂର୍ବକ କାର୍ଯ୍ୟକଲେ ସଫଳତା ପାଇପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡ଼ିପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଦିଗରେ ଚିକିତ୍ସକଙ୍କ ସହ ଆଲୋଚନା କରିପାରନ୍ତି। ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ବୁଝିପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ତୁଳା
ତୁଳା
ପାରିବାରିକ ସ୍ତରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇ ପାରେ। ଘରର ବରାଦ ଅନୁଯାୟୀ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରୁ କାମ ହାସଲ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟାଦି କେତେକାଂଶରେ ବାଧାପ୍ରାପ୍ତ ହେବ।
ବିଛା
ବିଛା
ଆଲୋଚନା ପରିସରରେ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଆଜି ହିଁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଅଫିସିଆଲି କାମରେ କିମ୍ବା ସାମାଜିକ ସ୍ତରରେ ଅଥବା କୌଣସି ବିବାଦୀୟ ଘଟଣାରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।
ଧନୁ
ଧନୁ
ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ କ୍ଷେତ୍ରରେ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କାର୍ଯ୍ୟଦକ୍ଷତା କିମ୍ବା ବ୍ୟବସାୟିକ କ୍ଷେତ୍ର ମାଧ୍ୟମରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ। ତଥାପି ବିଭିନ୍ନ ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ। ଆଶା କରି ନ ଥିବା ଖବର ଶୁଣି ଖୁସି ହୋଇପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ସହ ଭୁଲ୍‌ ବୁଝାମଣା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ।
କୁମ୍ଭ
କୁମ୍ଭ
ପୂର୍ବ କଳହକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ
ପଦାଧିକାରୀଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ କରିବା ସହ ଅର୍ଥ ଓ ସମ୍ମାନ ପାଇବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବାର ଆଶା ରହିଛି। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri