Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୦୧ ତାରିଖ – Daily Horoscope

ମେଷ
ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଅଭିଳଷିତ କାର୍ଯ୍ୟ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡି, ସତ୍‌ସଙ୍ଗ, ଆଲୋଚନା ତଥା ଭ୍ରମଣରେ ଲକ୍ଷ୍ୟ ପୂରଣ ହେବ। କିନ୍ତୁ ସାହିପଡ଼ିଶା, ବନ୍ଧୁବାନ୍ଧବ, ସହକର୍ମୀ, କରଜ ପ୍ରଭୃତିକୁ କେନ୍ଦ୍ରକରି କଳହ ଲାଗିପାରେ।
ବୃଷ
ବୃଷ
ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପରିବାରରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଯାତ୍ରା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ ଆଦି ଆନୁଷ୍ଠାନିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଆଜି ବନ୍ଧୁମିଳନ ସାଙ୍ଗକୁ ଅର୍ଥ ସମ୍ପର୍କିତ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ। ସତର୍କ ନ ରହିଲେ ପ୍ରତ୍ୟେକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭେଲ ବୁଝତ୍ପାରନ୍ତି। ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ସକାଶେ ଆଲୋଚନା କରିବା ପାଇଁ ଭଲ ଦିନଟିଏ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଅନ୍ୟମାନଙ୍କ ନିକଟତର ହେବା ମାନସରେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଭ୍ରମଣ କାଳରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବେ । ପୂର୍ବାହ୍ନରେ ସାଧାରଣ କଥାକୁ ନେଇ ପରିବାରରେ ମତାନ୍ତର ଘଟିପାରେ।
ସି˚ହ
ସି˚ହ
ଆକସ୍ମିକ ସମସ୍ୟାକୁ ପ୍ରତିହତ କରି କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି। ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ। ଭାବପ୍ରବଣତାବଶତଃ ନିଜର ଅସଂଯତ କାର୍ଯ୍ୟକଳାପ ପାଇଁ ନିଜ ଲୋକମାନଙ୍କଠାରୁ ସମାଲୋଚିତ ହୋଇପାରନ୍ତି।
କନ୍ୟା
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ଅଧିକାଂଶ ସମୟରେ ବିରୋଧ କଥା କହୁଥିବା କାରଣରୁ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇପାରେ।
ତୁଳା
ତୁଳା
ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଆଶାନୁରୂପ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଭୋଗବିଳାସରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ କିନ୍ତୁ ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଗୃହସୀମା, ଜମିଜମା ବିବାଦଜନିତ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ ।
ବିଛା
ବିଛା
ବନ୍ଧୁଙ୍କ ଆହ୍ବାନକ୍ରମେ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ । ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । ପ୍ରତିଟି ପଦକ୍ଷେପରେ ଅନ୍ୟର ଉପକାର ଚିନ୍ତା କରିବେ କିନ୍ତୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ କିନ୍ତୁ ବୟସ୍କଙ୍କ ଆଶ୍ୱାସନା ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀ ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି। ଅଫିସ ସଂକ୍ରାନ୍ତୀୟ କୌଣସି ଶୁଭଖବର ପାଇ ଉଲ୍ଲସିତ ହେବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ ।
ମକର
ମକର
ଆଜି ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସଭାସମିତି, ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ। କିନ୍ତୁ ମାଲିମକଦ୍ଦମା, ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଦୁଶ୍ଚିନ୍ତା ବଢ଼ିଯାଇପାରେ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଚିନ୍ତା ସୃଷ୍ଟି ହେବ । ଠିକଣା ସମୟରେ ଉଚିତ ପଦକ୍ଷେପ ନେବା ଠିକ୍‌ ହେବ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି କାମ ବାଧାପ୍ରାପ୍ତ ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବନ୍ଧୁ ଓ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟିବା ନ୍ୟାୟରେ କାମକରି ପ୍ରଶଂସିତ ହୋଇପାରନ୍ତି।
ମୀନମୀନ
 ଆଜି ମନ ଯେମିତି ଚାହୁଁଛି ସେହି କ୍ରମରେ କାମ ଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଯେତେ ଭଲ କାମ କଲେ ମଧ୍ୟ ବନ୍ଧୁଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ନେବାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri