ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଓ ବ୍ଲକରେ ହିତାଧିକାରୀଙ୍କୁ ଏହି ରାଶନ ସାମଗ୍ରୀ ଯୋଗାଣରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଆଠମଲ୍ଲିକର ଅନେକ ହିତାଧିକାରୀଙ୍କୁ ଗତ ମାସ ଶେଷ ସପ୍ତାହରୁ ଚାଉଳ ଯୋଗାଣ ହୋଇ ନ ଥିବାବେଳେ ଏ ପର୍ଯ୍ୟନ୍ତ ଡାଲି ସେମାନଙ୍କୁ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗରୁ ଜଣାଯାଏ, ଆଠମଲ୍ଲିକ ଏନଏସି ଓ ବ୍ଲକର ୨୪ଟି ପଞ୍ଚାୟତରେ ୨୬ ହଜାରରୁ ଊର୍ଦ୍ଧ୍ୱ ରାଶନ କାର୍ଡଧାରୀ ଅଛନ୍ତି। ଏନ୍‌ଏସିର ୫ଟି ଓ ବ୍ଲକର ୫୫ ରିଟେଲ ସେଣ୍ଟର ଜରିଆରେ ଯୋଗାଣ ବିଭାଗ ଚାଉଳ ଓ ଡାଲି ଯୋଗାଇ ଦେବାର ସରକାର ବ୍ୟବସ୍ଥା କରିଛନ୍ତି l ପ୍ରତ୍ୟେକ ହିଠାଧିକାରୀଙ୍କ ମୁଣ୍ଡ ପିଛା ୧୫ କେଜି ଚାଉଳ ଓ ୩ କେଜି ହରଡ଼ ଡାଲି ଯୋଗାଯିବା କଥା। ମାତ୍ର ଯୋଗାଣ ବିଭାଗ ଗତ ଏପ୍ରିଲ ଶେଷ ସପ୍ତାହରୁ ଚାଉଳ ଯୋଗାଇ ଡାଲି ଯୋଗାଇ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟର ଅନ୍ୟାନ୍ୟ ଜିଲାରେ ଡାଲି ଯୋଗାଇ ଦିଆଯାଇଥିବା ବେଳେ ଏଠାକୁ ଏ ପର୍ଯ୍ୟନ୍ତ ଡାଲି ହିତାଧିକାରୀଙ୍କ ନିକଟରେ ପହଞ୍ଚି ନାହିଁ। ଏ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋକରା ଡାଲି ଆସିବାରୁ ଏହାକୁ ଫେରାଇ ଦିଆ ଦିଆଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଛନ୍ତି, ଯେ ଡାଲି ଆସିବାରେ ବିଳମ୍ବ ଘଟିଛି । ଦିନେ ଦୁଇ ଦିନ ମଧ୍ୟରେ ଡାଲି ଯୋଗାଇ ଦିଆଯିବ।  ଡାଲି ଆସିବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri