ରାବଣ ବଧ ପରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ଖଣ୍ଡପଡ଼ା,୨୩ା୫ (ସ୍ବ.ପ୍ର.): କଣ୍ଟିଲୋ କଂସାରୀସାହି ପାଟଣାର ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳା ନାଟକର ମଙ୍ଗଳବାର ଥିଲା ଅନ୍ତିମ ଦିବସ। ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ବାନର ସେନା ସହ ଲଙ୍କାକୁ ଯୁଦ୍ଧଯାତ୍ରା କରିଥିଲେ। ରାବଣଙ୍କ ବଂଶଧରଙ୍କ ମୃତ୍ୟୁ ସହଜ ନୁହେଁ ବୋଲି ରାମ ଲକ୍ଷ୍ମଣ ଜାଣିପାରିଥିଲେ। ତେଣୁ ରାବଣଙ୍କ ଭାଇ ଗୃହ ଭେଦୀ ବିଭୀଷଣଙ୍କ ନିକଟରୁ ମୃତ୍ୟୁର ଉପାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାବଣ ବଂଶର ବହୁ ଅସୁରଙ୍କୁ ନିପାତ କରିଥିଲେ। ଉଦ୍‌ଯାପନୀ ରାତିରେ ଲକ୍ଷ୍ମଣଙ୍କ ଦ୍ୱାରା ବଧ ହୋଇଥିବା ଇନ୍ଦ୍ରଜିତର ମୃତ୍ୟୁ ସମ୍ପର୍କରେ ରାବଣଙ୍କଠାରୁ ଜାଣିବା ପରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣ ରାମ ଓ ଲକ୍ଷ୍ମଣଙ୍କୁ କଳେବଳେ କୌଶଳେ ବଧ କରିବାକୁ ସଂକଳ୍ପ କରିଥିଲେ। ମହୀରାବଣ ମାୟା ବଳରେ ନିଜକୁ ଅଦୃଶ୍ୟ କରାଇ ସୁବଳୟା ପର୍ବତରେ ଅବସ୍ଥାନ କରିଥିବା ହନୁମାନଙ୍କ ଅଷ୍ଟସେନାରେ ସାମିଲ ହୋଇଥିଲେ। ଏହା ପରେ ଅଷ୍ଟସେନା ସମେତ ରାମ ଲକ୍ଷ୍ମଣଙ୍କୁ ନିଦ୍ରାରେ ମୋହିତ କରାଇ ଦୁଇଭାଇଙ୍କୁ ସେଠାରୁ ଚୋରାଇ ଆଣି ପାତାଳପୁରୀର ଗୁମ୍ଫାରେ ନରବଳି ଦେବା ପାଇଁ ରଖିଥିଲେ ା ତେବେ ସୀତାଙ୍କ ଅଶ୍ରୁରୁ ତାରା, ତାରିଣୀ ୨ଜଣ ଦେବୀ ସୃଷ୍ଟି ହୋଇ ରାମ,ଲକ୍ଷ୍ମଣଙ୍କୁ ସୁରକ୍ଷା ଦେଇଥିଲେ। ଦେବୀଙ୍କ ପାଖରେ ରାମ,ଲକ୍ଷ୍ମଣଙ୍କୁ ନରବଳି ଦେବାକୁ ଉଦ୍ୟତ ହେଉଥିବା ବେଳେ ମାୟାବୀ ମହୀରାବଣଙ୍କୁ ୨ଭାଇ ବଧ କରିଥିଲେ ା ପରେ ରାବଣକୁ ବଧ କରି ଅଶୋକ ବାଟିକାରୁ ସୀତାଙ୍କୁ ଉଦ୍ଧାର କରିଥିଲେ ା ବିଭୀଷଣଙ୍କୁ ଲଙ୍କାରେ ରାଜା କରାଇ ପନତ୍ୀ ଓ ଭାଇଙ୍କ ସହ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଆସିଥିଲେ ା ସେଠାରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀରାମ, ପନତ୍ୀ ସୀତା, ଅନୁଜ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନ, ବିଭୀଷଣ ସହିତ ଅଭିଷେକ ବେଶରେ ସଜ୍ଜିତ ହୋଇଥିଲେ। ଅନ୍ତିମ ରାତିରେ ଆଳତି, ହୋମ ପୂର୍ବରୁ ବିଧି ପୂର୍ବକ ରନତ୍ବେଦୀରେ ସିଂହାସନ ସ୍ଥାପନ କରାଯାଇ ଅଭିଷେକ କରାଯାଇଥିଲା। ଏହି ରାମଲୀଳା ନାଟକ ଉପଭୋଗ କରିବାକୁ ହଜାର ହଜାର ଦର୍ଶକ ସମାଗମ ହୋଇଥିଲେ। ନିରଞ୍ଜନ ମିଶ୍ର, ରମାକାନ୍ତ ସାହୁ ମଞ୍ଚ ଓ ନାଟ୍ୟ ପରିଚାଳନା କରିଥିଲେ। ଉତ୍ତମ ଅଭିନୟ ପ୍ରଦର୍ଶନ ପାଇଁ ଦୀପୁ ରଞ୍ଜନ ସାହୁ, ତାପସ ସାହୁ, ବିଭୂତି ସାହୁ ଓ ଶିଶୁ କଳାକାର ରାଜା ପ୍ରମୁଖଙ୍କୁ ସ୍ଥାନୀୟ ନୀଳମାଧବ ଅଳଙ୍କାର ଭଣ୍ଡାର ପକ୍ଷରୁ ଲକ୍ଷ୍ମୀଧର ଚିନରା ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri