ରାବଣ ବଧ ପରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ଖଣ୍ଡପଡ଼ା,୨୩ା୫ (ସ୍ବ.ପ୍ର.): କଣ୍ଟିଲୋ କଂସାରୀସାହି ପାଟଣାର ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳା ନାଟକର ମଙ୍ଗଳବାର ଥିଲା ଅନ୍ତିମ ଦିବସ। ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ବାନର ସେନା ସହ ଲଙ୍କାକୁ ଯୁଦ୍ଧଯାତ୍ରା କରିଥିଲେ। ରାବଣଙ୍କ ବଂଶଧରଙ୍କ ମୃତ୍ୟୁ ସହଜ ନୁହେଁ ବୋଲି ରାମ ଲକ୍ଷ୍ମଣ ଜାଣିପାରିଥିଲେ। ତେଣୁ ରାବଣଙ୍କ ଭାଇ ଗୃହ ଭେଦୀ ବିଭୀଷଣଙ୍କ ନିକଟରୁ ମୃତ୍ୟୁର ଉପାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାବଣ ବଂଶର ବହୁ ଅସୁରଙ୍କୁ ନିପାତ କରିଥିଲେ। ଉଦ୍‌ଯାପନୀ ରାତିରେ ଲକ୍ଷ୍ମଣଙ୍କ ଦ୍ୱାରା ବଧ ହୋଇଥିବା ଇନ୍ଦ୍ରଜିତର ମୃତ୍ୟୁ ସମ୍ପର୍କରେ ରାବଣଙ୍କଠାରୁ ଜାଣିବା ପରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣ ରାମ ଓ ଲକ୍ଷ୍ମଣଙ୍କୁ କଳେବଳେ କୌଶଳେ ବଧ କରିବାକୁ ସଂକଳ୍ପ କରିଥିଲେ। ମହୀରାବଣ ମାୟା ବଳରେ ନିଜକୁ ଅଦୃଶ୍ୟ କରାଇ ସୁବଳୟା ପର୍ବତରେ ଅବସ୍ଥାନ କରିଥିବା ହନୁମାନଙ୍କ ଅଷ୍ଟସେନାରେ ସାମିଲ ହୋଇଥିଲେ। ଏହା ପରେ ଅଷ୍ଟସେନା ସମେତ ରାମ ଲକ୍ଷ୍ମଣଙ୍କୁ ନିଦ୍ରାରେ ମୋହିତ କରାଇ ଦୁଇଭାଇଙ୍କୁ ସେଠାରୁ ଚୋରାଇ ଆଣି ପାତାଳପୁରୀର ଗୁମ୍ଫାରେ ନରବଳି ଦେବା ପାଇଁ ରଖିଥିଲେ ା ତେବେ ସୀତାଙ୍କ ଅଶ୍ରୁରୁ ତାରା, ତାରିଣୀ ୨ଜଣ ଦେବୀ ସୃଷ୍ଟି ହୋଇ ରାମ,ଲକ୍ଷ୍ମଣଙ୍କୁ ସୁରକ୍ଷା ଦେଇଥିଲେ। ଦେବୀଙ୍କ ପାଖରେ ରାମ,ଲକ୍ଷ୍ମଣଙ୍କୁ ନରବଳି ଦେବାକୁ ଉଦ୍ୟତ ହେଉଥିବା ବେଳେ ମାୟାବୀ ମହୀରାବଣଙ୍କୁ ୨ଭାଇ ବଧ କରିଥିଲେ ା ପରେ ରାବଣକୁ ବଧ କରି ଅଶୋକ ବାଟିକାରୁ ସୀତାଙ୍କୁ ଉଦ୍ଧାର କରିଥିଲେ ା ବିଭୀଷଣଙ୍କୁ ଲଙ୍କାରେ ରାଜା କରାଇ ପନତ୍ୀ ଓ ଭାଇଙ୍କ ସହ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଆସିଥିଲେ ା ସେଠାରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀରାମ, ପନତ୍ୀ ସୀତା, ଅନୁଜ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନ, ବିଭୀଷଣ ସହିତ ଅଭିଷେକ ବେଶରେ ସଜ୍ଜିତ ହୋଇଥିଲେ। ଅନ୍ତିମ ରାତିରେ ଆଳତି, ହୋମ ପୂର୍ବରୁ ବିଧି ପୂର୍ବକ ରନତ୍ବେଦୀରେ ସିଂହାସନ ସ୍ଥାପନ କରାଯାଇ ଅଭିଷେକ କରାଯାଇଥିଲା। ଏହି ରାମଲୀଳା ନାଟକ ଉପଭୋଗ କରିବାକୁ ହଜାର ହଜାର ଦର୍ଶକ ସମାଗମ ହୋଇଥିଲେ। ନିରଞ୍ଜନ ମିଶ୍ର, ରମାକାନ୍ତ ସାହୁ ମଞ୍ଚ ଓ ନାଟ୍ୟ ପରିଚାଳନା କରିଥିଲେ। ଉତ୍ତମ ଅଭିନୟ ପ୍ରଦର୍ଶନ ପାଇଁ ଦୀପୁ ରଞ୍ଜନ ସାହୁ, ତାପସ ସାହୁ, ବିଭୂତି ସାହୁ ଓ ଶିଶୁ କଳାକାର ରାଜା ପ୍ରମୁଖଙ୍କୁ ସ୍ଥାନୀୟ ନୀଳମାଧବ ଅଳଙ୍କାର ଭଣ୍ଡାର ପକ୍ଷରୁ ଲକ୍ଷ୍ମୀଧର ଚିନରା ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri