Posted inଜାତୀୟ

ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର ଜେଟ୍‌ ଡିଲ୍‌କୁ ନେଇ ତଦନ୍ତ ବା ଏଫ୍‌ଆଇଆର୍‌ ଅନାବଶ୍ୟକ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ରାୟ ଶୁଣାଇବାବେଳେ ଜଷ୍ଟିସ୍‌ ଏସ୍‌.କେ. କୌଲ ରିଭ୍ୟୁ ପିଟିଶନଗୁଡ଼ିକର ମେରିଟ୍‌ ବା ଯୋଗ୍ୟତା ନାହିଁ ବୋଲି ଘୋଷଣା କରିଛନ୍ତି।
କହିଛନ୍ତି, ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଦିଆଯାଇଥିଲା। ନ୍ୟାୟିକ ସମୀକ୍ଷା ପାଇଁ ଏହାର ପରିସର ସୀମିତ। ଆବେଦନକାରୀମାନେ ରାଫାଲ ଡିଲ୍‌ର ପ୍ରତ୍ୟେକ ଦିଗକୁ ନିର୍ଦ୍ଧାରଣ କରିବା ପାଇଁ ନିଜକୁ ଏକ ଉପରିସ୍ଥ କର୍ତ୍ତୃପକ୍ଷ ଭାବେ ଦର୍ଶାଇବା ପାଇଁ ଉଦ୍ୟମ କରିଛନ୍ତି ବୋଲି ବୁଝାପଡ଼ୁଛି, ଯାହାକି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଦାଲତ କହିଛନ୍ତି। ଏହି ରାୟ ଦୁଇଟି ସମାନ ମତକୁ ନେଇ ଆସିଛି। ପ୍ରଥମଟି ଜଷ୍ଟିସ୍‌ ଏସ୍‌.କେ. କୌଲ ଦେଇଛନ୍ତି, ଯିଏକି ନିଜ ଓ ସିଜେଆଇ ରଞ୍ଜନ ଗୋଗୋଇଙ୍କ ପାଇଁ ରାୟ ଲେଖିଛନ୍ତି। ଏହି ମତ ସଂକ୍ଷିପ୍ତ ଏବଂ ରିଭ୍ୟୁ ପିଟିଶନଗୁଡ଼ିକରେ ଉଠାଯାଇଥିବା ଅଧିକାଂଶ ଆପତ୍ତିକୁ ଖାରଜ କରିଦେଇଛି। ଅନ୍ୟ ରାୟଟି ‘ରିଭ୍ୟୁ ଜୁରିସ୍‌ଡିକ୍‌ଶନ’ର ବୈଶିଷ୍ଟ୍ୟ ଏବଂ ତଦନ୍ତ ନିର୍ଦ୍ଦେଶ ଦେବାରେ ରହିଥିବା ବାଧା ଉପରେ ଜଷ୍ଟିସ୍‌ କେ.ଏମ୍‌. ଯୋସେଫ୍‌ ଲେଖିଛନ୍ତି। ତେବେ ସୁପ୍ରିମକୋର୍ଟ ଶେଷରେ ପୂର୍ବ ରାୟର ସମୀକ୍ଷା କରିବା ପାଇଁ କାହିଁକି ମନାକଲେ ତା’ର ତିନୋଟି କାରଣ ସମ୍ପର୍କରେ ଅବତାରଣା କରାଗଲା।
ରାୟରେ ତ୍ରୁଟି?
ସୁପ୍ରିମକୋର୍ଟଙ୍କ ୨୦୧୮ ଡିସେମ୍ବର ରାୟ କେତେକ ଗୁରୁତ୍ୱପୂର୍ଣ୍ଣ ଭୁଲ୍‌ ବିବୃତିକୁ ନେଇ ଦିଆଯାଇଥିଲା ବୋଲି କେତେଜଣ ପିଟିଶନରଙ୍କ ଯୁକ୍ତି ଥିଲା। ସରକାରୀ ଅଧିକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବା ଲାଗି କେତେକ ଭୁଲ୍‌ ବିବୃତିକୁ ଜାଣିଶୁଣି ସାମ୍ନାକୁ ଆଣିଥିବା ଅରୁଣ ସୌରୀ, ୟଶ୍‌ଓ୍ବନ୍ତ ସିହ୍ନା ଓ ପ୍ରଶାନ୍ତ ଭୂଷଣ ଅଭିଯୋଗ ଆଣିଥିଲେ। ସେହିପରି ସିଏଜି ରିପୋର୍ଟରେ ମଧ୍ୟ କେତେକ ତ୍ରୁଟି ଥିବା କୁହାଯାଇଥିଲା। ଏହାକୁ ନେଇ ରାୟରେ ଦର୍ଶାଯାଇଛି ଯେ, ଏହି ତ୍ରୁଟିଗୁଡ଼ିକ ସିଏଜି ରିପୋର୍ଟରେ ଖଞ୍ଜାଯାଇଥିଲା ଅଥବା ଅମ୍ବାନୀ ଭ୍ରାତାଙ୍କ କ୍ଷେତ୍ରରେ ଚୂଡ଼ାନ୍ତ ପରିଣାମକୁ ପ୍ରଭାବିତ କରିବା ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏନେଇ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ୍‌ କୌଲ କହିଛନ୍ତି।
ପ୍ରକ୍ରିୟାଗତ ବିଚ୍ୟୁତି?
ସୁପ୍ରିମକୋର୍ଟଙ୍କ ପୂର୍ବ ରାୟରେ ୩ ପ୍ରାଥମିକ ଦିଗକୁ ନେଇ ପରୀକ୍ଷା କରାଯାଇଛି ଏବଂ ରାଫାଲ ଅଧିଗ୍ରହଣ ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ବିଚ୍ୟୁତିଗୁଡ଼ିକୁ ଅଣଦେଖା କରାଯାଇଛି ବୋଲି ଆବେଦନକାରୀମାନେ ଦର୍ଶାଇଥିଲେ। ରିଭ୍ୟୁ ପିଟିଶନଗୁଡ଼ିକରେ ସାର୍ବଭୌମ ଗ୍ୟାରେଣ୍ଟିର ଅଭାବ, ବେଞ୍ଚମାର୍କ ପ୍ରାଇସ୍‌କୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହାସହ ଯେପରି ଭାବେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌କୁ ବାଦ୍‌ଦେଇ ରିଲାଏନ୍ସ ଏରୋଷ୍ଟ୍ରକ୍‌ଚରକୁ ଏକ ଅଫ୍‌ସେଟ୍‌ ପାର୍ଟନର ଭାବେ ଚୟନ କରାଗଲା ତାହା ମଧ୍ୟ ଉଲ୍ଳେଖ କରାଯାଇଥିଲା। ରିଭ୍ୟୁ ପିଟିଶନଗୁଡ଼ିକରେ ଏହି ସବୁ ପ୍ରସଙ୍ଗ ଉଠାଯାଇଥିବା କୋର୍ଟ ସ୍ବୀକାର କରିଛନ୍ତି। କିନ୍ତୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ବେଳେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବାରୁ ଏହାକୁ ଭୁଲ୍‌ ଧରାଯିବ ନାହିଁ। ସେହିପରି ସମୀକ୍ଷାର ଏହି ସ୍ତରରେ ନୂଆ ସୂଚନାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।
ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌
ଚୁକ୍ତିନାମାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନ୍ୟାୟପାଳିକା ସମୀକ୍ଷା କରିଥିଲା ଏବଂ ସିବିଆଇ ତଦନ୍ତ କରାଯାଇଥିଲେ ଅଧିକ ତଥ୍ୟ ସାମ୍ନାକୁ ଆସିଥାନ୍ତା ବୋଲି ଏକ ରିଭ୍ୟୁ ପିଟିଶନରେ ଦର୍ଶାଯାଇଥିଲା। ଏହାକୁ ଜଷ୍ଟିସ୍‌ କୌଲ ଆବେଦନର ଏକ ଉପଯୁକ୍ତ ବିଷୟ ବୋଲି ବିଚାର କରିନାହାନ୍ତି। ସେ କହିଛନ୍ତି, ଖଣ୍ଡପୀଠ ସମସ୍ତ ମୂଳ ପିଟିଶନକୁ ଯୋଗ୍ୟତାର ୩ଟି ଦିଗ ଉପରେ ଯାଞ୍ଚ କରିଥିଲେ। ସେଗୁଡ଼ିକ ମଧ୍ୟରୁ କୌଣସି ପିଟିଶନରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଯଥାର୍ଥ ଯୁକ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

CJP ପ୍ରଦର୍ଶନ ଶେଷ ହେବା ପରେ ଆଉ ଜଣେ ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଜାଣିଲେ…

ନୂଆଦିଲ୍ଲୀ, ୨୭॥୭: ମହରାଷ୍ଟ୍ରର ଅହିଲ୍ୟାନଗର ଜିଲାର କର୍ଜତ ତାଲୁକା ଅନ୍ତର୍ଗତ ଜଲାଲପୁର ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଛାତ୍ରୀ ଅଙ୍କିତା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri