ରାତିସାରା ଟ୍ରଲିରେ ପଡି ରହିଲା ମୃତଦେହ

ସୋନପୁର/ବିନିକା,୨୩।୨(ନି.ପ୍ର./ଡି.ଏନ୍‌.ଏ)
ମହା ଶିବରାତ୍ରି ପାଇଁ ସୁବର୍ଣ୍ଣପୁର ଜିଲା ଉତ୍ସବ ମୁଖର ଥିବା ବେଳେ ରାତିରେ ସୁବର୍ଣ୍ଣପୁର ଜିଲା ବିନିକା ସହରର ବିନିକାପଡାରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବିବାହିତ ମହିଳା ନିଜ ଘରେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତାଙ୍କ ନାମ ପୂଜା ସାହୁ(୨୧) । ଶନିବାର ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ମହିଳାଙ୍କ ମୃତ୍ୟୁ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ପଦାରେ ପକାଇଛି।
ଶୁକ୍ରବାର ରାତିରେ ଜିତେନ୍ଦ୍ର ସାହୁ(୨୬)ଙ୍କ ସ୍ତ୍ରୀ ପୂଜା ନିଆଁରେ ପୋଡି ହୋଇଯାଇଥିଲେ। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଜିତେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆସି ନ ଥିଲା । ବାଧ୍ୟ ହୋଇ ପରିବାର ଲୋକେ ମହିଳାଙ୍କୁ ରାତି ୧୨ଟାରେ ଏକ ଠେଲା ରିକ୍ସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା। ବିନିକା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ରଖିବା ପାଇଁ କୌଣସି ଗୃହ ନାହିଁ । ଭିତରେ ରୋଗୀ ଥିବାରୁ ସଂକ୍ରମଣ ଆଶଙ୍କାରେ ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ଟ୍ରଲି ଉପରେ ରାତି ସାରା ରହିଲା। ପରିବାର ଲୋକେ କିମ୍ବା ପୋଲିସ କେହି ବି ଶବକୁ ଜଗିଲେ ନାହିଁ । ଏହି ଘଟଣା ସକାଳେ ପ୍ରଚାରିତ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରଲିରେ ରହିବାର ଦୀର୍ଘ ୧୧ଘଣ୍ଟା ପରେ ମାଜିଷ୍ଟ୍ରେଟ୍‌ ତଥା ବିନିକା ତହସିଲଦାର ଅଲେଖ ଘୁଟାଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି । ଅନ୍ୟପକ୍ଷେ ମୃତା ପୂଜାଙ୍କ ବାପା ବୌଦ୍ଧ ଜିଲା ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ଗ୍ରାମର ପ୍ରଦୀପ ସାହୁ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଯୌତୁକ ପାଇଁ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକ ହତ୍ୟା କରିଛନ୍ତି । ସେ ଦର୍ଶାଇଥିଲେ ୩ ବର୍ଷ ପୂର୍ବରୁ ଜିତେନ୍ଦ୍ରଙ୍କ ସହ ପୂଜାଙ୍କ ବିବାହ ହୋଇଥିଲା । ତେବେ ବିବାହର ୧ ବର୍ଷ ପରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ନଗଦ ୫୦ ହଜାର ଟଙ୍କା ସହିତ ସ୍ବର୍ଣ୍ଣ ଅଳଙ୍କାର ଆଣିବା ପାଇଁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଝିଅକୁ ଜୀଅନ୍ତା ଜାଳି ଦେବାର ଧମକ ଦେଉଥିଲେ। ପୂଜା ଏ ସମ୍ପର୍କରେ ପ୍ରଦୀପଙ୍କୁ ପୂର୍ବରୁ ଜଣାଇ ଥିଲେ। ଏହାପରେ ଝିଅର ଭଲ ପାଇଁ ପଡାର ଭଦ୍ରଲୋକଙ୍କ ସମ୍ମୁଖରେ ପ୍ରଦୀପ ୧୧ ଗ୍ରାମର ସୁନା ଚେନ ଦେଇଥିଲେ। ତଥାପି ଶାଶୁ କଲାବତୀ ସାହୁ, ଦେଢଶୁର ଚକାଡୋଳା ସାହୁ, ନଣନ୍ଦ ଲକ୍ଷ୍ମୀ ଓ ସ୍ବାମୀ ଜିତେନ୍ଦ୍ର ନିର୍ଯାତନା ଦେଉଥିଲେ। ତେଣୁ ସମସ୍ତେ ମିଶି ପୂଜାଙ୍କ ଦେହରେ କିରୋସିନ ଢାଳି ନିଆଁରେ ପୋଡି ମାରି ଦେଇଥିବା ପ୍ରଦୀପ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ମୃତାଙ୍କ ସ୍ବାମୀ ଓ ଦେଢଶୁରଙ୍କୁ ଅଟକ ରଖା ଯାଇଥିବା ଆଇଆଇସି କୁଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ମହିଳାଙ୍କ ପୋଡା ଶବ ରାତି ସାରା ବାହାରେ ପଡି ରହିବା ଘଟଣାରେ ବିନିକା ମେଡିକାଲ ଅଫିସର ଡାକ୍ତର ଜୟପ୍ରକାଶ ପ୍ରଧାନ କୁହନ୍ତି, ମହିଳା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତଦେହ ରଖିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଗୃହ ନାହିଁ। ଆମେ ପୋଲିସକୁ ଜଣାଇଥିଲୁ । ଶବକୁ ଜଗିବା ଓ ବ୍ୟବଚ୍ଛେଦ କାମ ପୋଲିସର । ସେହିପରି ୧୦୮ ଆମ୍ବୁଲାନ୍ସକୁ ଡକା ହୋଇଛି କି ନାହିଁ ଆମେ ଜାଣିନୁ ବୋଲି ଡାକ୍ତର ପ୍ରଧାନ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri