ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସସ୍ମିତ ଏବଂ ଅମରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୋଟିଏ ଆସନରେ ଭାଜପାକୁ ସମର୍ଥନ କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ରାଜ୍ୟ ସଭା ଆସନ ହାତେଇ ପାରିଥାଆନ୍ତା। ହେଲେ ଏପରି କରିବା ବଦଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷା କରି ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଲେ। ଅନ୍ୟପଟେ ଏହି ୩ ପ୍ରାର୍ଥୀଙ୍କୁ ଛାଡିଦେଲେ ସ୍ବାଧୀନଭାବେ ନାମାଙ୍କନ ଦାଖଲ କରିଥିବା ନଗେନ୍ଦ୍ର ମିଶ୍ରଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ହୋଇଯାଇଥିଲା। ତେଣୁ ପ୍ରାର୍ଥତ୍ପତ୍ର ଯାଞ୍ଚ ଅର୍ଥାତ୍‌ ଗତ ୨୬ ତାରିଖରୁ ହିଁ ବିଜେଡି ଓ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନେଇ ସ୍ପଷ୍ଟ ହୋଇଯାଇଥିଲା। ଅନ୍ୟପଟେ ଶୁକ୍ରବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ପ୍ରତ୍ୟାହାର କରି ନ ଥିଲେ। ଶେଷରେ ରାଜ୍ୟ ସଭା ନିର୍ବାଚନ ରିଟର୍ନିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ନିୟମ ଅନୁସାରେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିବା ସହ ସେମାନଙ୍କୁ ରାଜ୍ୟ ସଭା ସଦସ୍ୟତାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଅଶ୍ୱିନୀ କହିଛନ୍ତି, ଲୋକଙ୍କ ପାଇଁ ଦୀର୍ଘଦିନ ହେଲା କାମ କରିଛି। ଓଡିଶାର କେତେଗୁଡିଏ ଜିଲାରେ କାମ କରିଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଛି। ଯେଉଁଠାରେ ପଚାରିବେ କେହି ବିରୋଧରେ କହିବେନି। ମୋ ଜୀବନ ଏକ ଖୋଲା ବହି ସଦୃଶ। ମୋର କୌଣସି ଖଣି ନାହିଁ। କଂଗ୍ରେସ ନେତାମାନେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ତଥ୍ୟ ଦିଅନ୍ତୁ। ଏପରିକି ଯଦି ଚାହୁଁଛନ୍ତି ଆଇନର ଆଶ୍ରୟ ନିଅନ୍ତୁ। ଆଜିର ଯୁଗରେ କୌଣସି କଥା କାହାକୁ ଲୁଚି ରହେ ନାହିଁ। ସବୁ ଜିନିଷ ଲୋକଙ୍କ ସାମ୍ନାରେ ରହିଛି। ମହାପ୍ରଭୁ ଜଗନ୍ନାଥ ଯାହା ସୁଯୋଗ ଦେଇଛନ୍ତି ତାକୁ ଠିକ ଢଙ୍ଗରେ ପାଳନ କରିବି। ରାଜ୍ୟ ସଭାରେ ଓଡିଶାର ସ୍ବର ପ୍ରଥମେ ଉଠିବ। ଏହି ରାଜ୍ୟର ବିକାଶ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବି। ଜଣେ ରାଜନେତା ନୁହେଁ, କାର୍ଯ୍ୟକର୍ତ୍ତା ଭାବେ କାମ କରିବାକୁ ପ୍ରୟାସ କରିବି ବୋଲି ଅଶ୍ୱିନୀ କହିଛନ୍ତି।
ସସ୍ମିତ ପାତ୍ର କହିଛନ୍ତି, ଏହି ସୁଯୋଗ ପାଇଥିବାରୁ ଦଳର ସଭାପତିଙ୍କୁ ଧନ୍ୟବାଦ ଦେଉଛି। ଯୋଉ ଆଶା ଏବଂ ବିଶ୍ୱାସ ନେଇ ଦାୟିତ୍ୱ ଦେଇଛନ୍ତି ତାକୁ ପୂର୍ଣ୍ଣ କରିବି। ରାଜ୍ୟ ହିତ ଲାଗି ବହୁ ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ରହିଛି। ସେହିସବୁ ପ୍ରସଙ୍ଗ ଉଠାଇବି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା, ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ଭାବେ ଓଡିଶା ଉପରେ ଗୁରୁତ୍ୱ ଦେବା। କୋଇଲା ରୟାଲଟି ବଢାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବି ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?