Posted inଖେଳ

ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌: ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ

ଭୁବନେଶ୍ୱର, ୩ା୬ (ସ୍ପୋଟର୍‌ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ ଏବଂ ଭୁବନେଶ୍ୱର ରନର୍ସଅପ୍‌ ହୋଇଛି। ବ୍ୟକ୍ତିଗତ ବିଭାଗ ବାଳକ ଗ୍ରୁପ୍‌-୧ରେ ଯଦୁ ବୁଡେକ୍‌ (ଭୁବନେଶ୍ୱର) ଏବଂ ବାଳିକା ଗ୍ରୁପ୍‌ -୧ରେ ସୋନିଆ ପାଟିଲ ଚାମ୍ପିୟନ ହୋଇଛନ୍ତି। ବାଳକ ଗ୍ରୁପ୍‌ -୨ରେ ଅନମୋଲ୍‌ ମହାନ୍ତି(କଟକ), ବାଳିକା ଗ୍ରୁପ୍‌-୨ରେ ମମତା ମିଶ୍ର (ଭୁବନେଶ୍ୱର) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳକ ଗ୍ରୁପ୍‌-୩ ଏବଂ ବାଳିକା ଗ୍ରୁପ୍‌-୩ରେ ଯଥାକ୍ରମେ ସୋହନ ବାରିକ (ସମ୍ବଲପୁର) ଓ ଅଂଶିକା ଆରାଧନା ସାହୁ (ଭୁବନେଶ୍ୱର) ପ୍ରଥମ ହୋଇଛନ୍ତି। ବାଳକ ଓ ବାଳିକା ଗ୍ରୁପ୍‌ ୪ ବିଭାଗରେ ସାହିଲ ମାଝି (କିଟ୍‌) ପ୍ରୀତିପ୍ରଜ୍ଞା ସାହୁ (କଟକ) ଚାମ୍ପିୟନ ହୋଇଛନ୍ତି। ସେହିପରି ପୁରୁଷ ଓ ମହିଳା ବିଭାଗରେ ଯଦୁ ବୁଡେକ୍‌ ଓ ସୋନିଆ ପଟେଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଦ୍‌ଯାପନୀ ଦିବସରେ ସତ୍ୟ ଶିବ ସୁନ୍ଦର ପଣ୍ଡା ଏଜିଏମ୍‌, ଏମ୍‌ସିଏଲ୍‌, ଭୁବନେଶ୍ୱର ଏବଂ ସମ୍ମାନିତ ଅତିଥିଭାବେ ସନାତନ ସାହୁ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ପୋଟର୍‌ସ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସିଙ୍କୁ ଜୋରଦାର ଝଟକା, ହାତରୁ ଖସିଗଲା ଗୋଲ୍ଡେନ ବୁଟ !

ନ୍ୟୁୟର୍କ,୧୯ା୭: ଆଜି ସ୍ପେନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଫିଫା ବିଶ୍ୱକପ 2026 ଫାଇନାଲ ମୁକାବିଲା ପୂର୍ବରୁ, ଲିଓନେଲ ମେସିଙ୍କୁ ଏକ ଝଟକା ଲାଗିଛି। ସେ…

ଫିଫା ବିଶ୍ୱକପ୍‌ ଫାଇନାଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ଅବିସ୍ମରଣୀୟ, ଯୋଗଦେବେ ନାମିଦାମି

ନ୍ୟୁୟର୍କ,୧୮।୭: ଫିଫା ବିଶ୍ୱକପ୍‌ ୨୦୨୬ର ଉଦ୍‌ଯାପନୀ ଉତ୍ସବକୁ ଯେପରି ଅବିସ୍ମରଣୀୟ କରାଯାଇପାରିବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଇଛି। ରବିବାର ଆର୍ଜେଣ୍ଟିନା ବନାମ ସ୍ପେନ୍‌ ଫାଇନାଲ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ…

ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, କଡ଼ମଡ଼ ହେଲେଣି ପ୍ରଶଂସକ

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲିଛି। କାର୍ଡିଫରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ସମୟରେ, ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ…

IND vs ENG 3rd ODI Playing-11: ଫେରିବେ କେଏଲ ରାହୁଲ, କୁଲଦୀପ ଯାଦବ, ଆଉଟ ହେବେ ଏହି ଦୁଇ ଖେଳାଳି!

ନୂଆଦିଲ୍ଲୀ,୧୮।୭: ରବିବାର ଲର୍ଡସରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଦିନିକିଆ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ସିରିଜ ବର୍ତ୍ତମାନ…

ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ…

ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ…

କେବଳ ରୋହିତ ଶର୍ମା ନୁହନ୍ତି, ଟିମ ଇଣ୍ଡିଆର ଏହି ୬ ଷ୍ଟାର୍‌ ଖେଳାଳି କ୍ରିକେଟକୁ କହିପାରନ୍ତି ଅଲବିଦା! ଲିଷ୍ଟରେ…

ମୁମ୍ବାଇ,୧୮।୭: ଭାରତୀୟ କ୍ରିକେଟରେ ଏବେ ପରିବର୍ତ୍ତନର ପ୍ରକ୍ରିୟା ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri