ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା:ସାମିଲ ହେବେ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨ ଲକ୍ଷ ୨ ହଜାର ୮୦୯ ଅନ୍ତର୍ଭୁକ୍ତ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହାନ୍ତି, ସେମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖାଯାଇଛି।
ଏଥିସହିତ ଜିଲା ନିମନ୍ତେ ଧାର୍ଯ୍ୟ ହିତାଧିକାରୀଙ୍କୁ ଯୋଗ୍ୟତା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଲାଗି କୁହାଯାଇଛି। ଏହି କ୍ରମରେ ଅନୁଗୋଳ ପାଇଁ ୨୮୩୮, ବାଲେଶ୍ୱର ୭୬୫୬, ବରଗଡ଼ ୨୯୯୨, ଭଦ୍ରକ ୪୪୭୬, ବଲାଙ୍ଗୀର ୧୩୮୦୪, ବୌଦ୍ଧ ୧୧୩୬, କଟକ ୪୯୨୪, ଢେଙ୍କାନାଳ ୫୨୬୪, ଦେବଗଡ଼ ୩୫୨ ଏବଂ ଗଜପତି ଜିଲାର ୪୩୦୬ ବ୍ୟକ୍ତିବିଶେଷଙ୍କ ଲାଗି ଧାର୍ଯ୍ୟ ହୋଇଛି। ସେହିଭଳି ଗଞ୍ଜାମ ୩୮୦୩୪, ଜଗତ୍‌ସିଂହପୁର ୩୪୮୬, ଯାଜପୁର ୫୭୪୨, ଝାରସୁଗୁଡ଼ା ୨୨୪୨, କଳାହାଣ୍ଡି ୭୬୫୬, କନ୍ଧମାଳ ୪୬୦୯, କେନ୍ଦ୍ରାପଡ଼ା ୫୨୬୪, କେନ୍ଦୁଝର ୮୧୩୪, ଖୋର୍ଦ୍ଧା ୩୫୦୨ ଏବଂ କୋରାପୁଟ ଜିଲାର ୮୬୧୨ ଜଣ ହିତାଧିକାରୀଙ୍କ ଲାଗି ବ୍ୟବସ୍ଥା ରହିଥିଲା ବେଳେ ମାଲକାନଗିରି ୩୫୬୮, ମୟୂରଭଞ୍ଜ ୧୪,୩୫୪, ନବରଙ୍ଗପୁର ୩୭୨୨, ନୟାଗଡ଼ ୩୮୧୨, ନୂଆପଡ଼ା ୬୩୫୨, ପୁରୀ ୭୧୭୮, ରାୟଗଡ଼ା ୬୬୯୮, ସମ୍ବଲପୁର ୫୭୪୨, ସୁବର୍ଣ୍ଣପୁର ୪୩୦୬ ଏବଂ ସୁନ୍ଦରଗଡ଼ ଜିଲା ପାଇଁ ୧୨୦୪୮ ଜଣ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri