ରାଜ୍ୟସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ: ସଂସ୍କୃତି ସମ୍ପନ୍ନ ପୁସ୍ତକ କାଳଜୟୀ

କେନ୍ଦ୍ରାପଡା ଅଫିସ, ୭।୧: ସହରର ମହିପାଳ ଟେଲିକମ୍‌ ଗ୍ରାଉଣ୍ଡଠାରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଆୟୋଜନାରେ ଉନବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳା ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହା ଆସନ୍ତା ୧୩ ତାରିଖରେ ଉଦ୍‌ଯାପିତ ହେବ। ମେଳାକୁ ବିଶିଷ୍ଟ ସାହିତି୍ୟକ ତଥା କବି ଦେବଦାସ ଛୋଟରାୟ ଉଦ୍‌ଘାଟନ କରିଥିଲେ। ଏଥିରେ ଏଡିଏମ୍‌ ବସନ୍ତ କୁମାର ରାଉତ ମୁଖ୍ୟଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଜୟନ୍ତୀ ରଥ, ବରିଷ୍ଠ କବି ପ୍ରଭାସିନୀ ମହାକୁଡ଼, କବି ଦୀପକ ସାମନ୍ତରାୟ, ପୂର୍ବତଟ ରେଳପଥ ଲୋକସମ୍ପର୍କ ଅଧିକାରୀ ତଥା ବରିଷ୍ଠ କବି ନିରାକାର ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ପୁସ୍ତକର ଉପାଦେୟତା ସମ୍ପର୍କରେ କହିଥିଲେ ଯେ, ପୁସ୍ତକର ଆକାର ପ୍ରକାର ବଦଳିଛି। ତାଳପତ୍ର, କାଗଜରୁ ଏବେ ଅତ୍ୟାଧୁନିକ ଡିଭାଇସରେ ପୁସ୍ତକ ଉପଲବଦ୍ଧ ହେଉଛି। କିନ୍ତୁ ସଂସ୍କୃତି ସମ୍ପନ୍ନ ପୁସ୍ତକ ସର୍ବଦା କାଳଜୟୀ ହୋଇଛି। ଯୁଗଯୁଗ ଧରି ଗୀତା, ରାମାୟଣ, ମହାଭାରତ, କୋରାନ, ବାଇବେଲ, ତୋରା ଆଦି ଜନମାନସରେ ବାନ୍ଧି ହୋଇ ରହିଛି। ତେବେ ଆଧୁନିକ ଯୁଗର ସାହିତ୍ୟ ଦେଶରେ ପରିବର୍ତ୍ତନ ଆଣିପାରୁଥିବା ବେଳେ ସାମ୍ପ୍ରତ୍ତିକ ସମୟରେ ଶିଶୁଙ୍କୁ ସଂସ୍କୃତି ସମ୍ପନ୍ନ କରିବା ଭଳି ପୁସ୍ତକର ଅଭାବ ଦେଖାଦେଇଛି। ଏଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଅବସରରେ କେମ୍‌ର ମୁଖପତ୍ର କେନ୍ଦ୍ରାପଡ଼ା ‘ପରିକ୍ରମା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କେମ୍‌ ସଭାପତି ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ମାତୃଦତ୍ତ ମହାନ୍ତି ସ୍ବାଗତ ଭାଷଣ ଓ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ମହମ୍ମଦ ଜାହିର ଖାଁ କେମ୍‌ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ସମ୍ବିତ ଶ୍ରୀଚନ୍ଦନ, ଲଳିତେନ୍ଦୁ ପଣ୍ଡା, ପ୍ରଦ୍ୟୁମ୍ନ ବେହୁରା ପୁସ୍ତକ ଉନ୍ମୋଚନକୁ ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରାଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ କେମର କାର୍ଯ୍ୟକର୍ତ୍ତା ବିରଜା ରାଉତରାୟ, ଶେଷଦେବ ଦାସ ତାରିଣୀ ପାଟ୍ଟଯୋଶୀ, ଅର୍ଜୁନ ବେହୁରା, ଯଯାତି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କେନ୍ଦ୍ରାପଡ଼ା କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିଥିଲେ। ଉଦ୍‌ଘାଟନୀ ଦିବସରେ ବହୁ ନାମି ଦାମୀ ପବ୍ଲିକେଶନଙ୍କ ବହି ୬୦ଟି ଷ୍ଟଲ ଖୋଲିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?