ରାଜ୍ୟରେ ଖାଲିପଡ଼ିଛି ୪୦ରୁ ଅଧିକ ଆଇଏଏସ୍‌ ଅଫିସର ପଦବୀ: ଡେପୁଟେଶନରୁ ଫେରୁନାହାନ୍ତି ବାବୁ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କୌଣସି ସର୍ବଭାରତୀୟ ସେବା କ୍ଷେତ୍ରରେ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ରହିବାର ନିୟମ ରହିଛି। ସେହି ଅନୁଯାୟୀ ଏହି ଡେପୁଟେଶନର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ରହିଛି। ସାଧାରଣତଃ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥାଆନ୍ତି। ଏହି ଅବଧି ପରେ ଅତିରିକ୍ତ ୨ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଥାଏ। ଏହିପରି ମୋଟ୍‌ ୭ ବର୍ଷ ପରେ ଅଧିକାରୀମାନେ ନିଜ ରାଜ୍ୟ କ୍ୟାଡରକୁ ଫେରିବା କଥା। ହେଲେ ଓଡ଼ିଶା କ୍ୟାଡରରେ ରାଜ୍ୟକୁ ଫେରିବାର ଉତ୍ସାହ ଦେଖିବାକୁ ମିଳୁନାହିଁ।
ବିଭିନ୍ନ ସମୟରେ କେନ୍ଦ୍ରକୁ ଡେପୁଟେଶନରେ ଯାଉଥିବା ବାବୁମାନେ ଓଡ଼ିଶାରେ ପୁନଃ ଯୋଗ ନ ଦେଇ କେନ୍ଦ୍ର ସରକାରଙ୍କ ଅଧୀନ ପଦପଦବୀରେ ନିୟୋଜିତ ହୋଇ କାର୍ଯ୍ୟ ଜାରି ରଖୁଛନ୍ତି। ନିର୍ଦ୍ଧାରିତ ସମୟ ପରେ ସେମାନେ ଓଡ଼ିଶାକୁ ଫେରୁନାହାନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଆଇ. ଶ୍ରୀନିବାସ। ତାଙ୍କ ଚାକିରିକାଳ ଆସନ୍ତା ମେ’ରେ ସରୁଛି। ସେ ୧୨ ଜୁନ୍‌, ୨୦୧୪ଠାରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ତେଣୁ ତାଙ୍କର ଓଡ଼ିଶା ଫେରିବା ସମ୍ଭାବନା କମ୍‌ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ସେହିପରି ୧୯୮୪ ବ୍ୟାଚ୍‌ର ଡକ୍ଟର ଅରୁଣ କୁମାର ପଣ୍ଡା ୨୨ ସେପ୍ଟେମ୍ବର, ୨୦୧୦ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ୨୨ ସେପ୍ଟେମ୍ବର, ୨୦୧୭ରେ ସେ ରାଜ୍ୟକୁ ଫେରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ପୂର୍ବପରି କେନ୍ଦ୍ରୀୟ ଡେପୁଟେଶନରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ସଚିବ ରୂପେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଏପ୍ରିଲରେ ତାଙ୍କର ଚାକିରିକାଳ ସରିବାକୁ ଯାଉଛି। ସମାନ ବ୍ୟାଚ୍‌ର ଅଫିସର ଅଶୋକ ମହାଦେଓ ରାଓ ଦଲୱାଇ ୩୦ ଏପ୍ରିଲ, ୨୦୧୦ରୁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ୨ ବର୍ଷ ପୂର୍ବେ ସେହି ପଦରେ ଥାଇ ସେ ଅବସର ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚ୍‌ର ୟୁ.ପି. ସିଂହ ୨୫ ଏପ୍ରିଲ, ୨୦୧୧ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ସେ ୨୬ ଏପ୍ରିଲ, ୨୦୧୬ରେ ଓଡ଼ିଶା ଫେରିବେ ବୋଲି ଆଶା କରାଯାଉଥିଲା। ଇତି ମଧ୍ୟରେ ସର୍ବାଧିକ ୭ ବର୍ଷ ସ୍ଥଳେ ପ୍ରାୟ ୯ ବର୍ଷ ରହିବା ପରେ ମଧ୍ୟ ସେ ରାଜ୍ୟକୁ ଫେରିନାହାନ୍ତି। ଅନୁରୂପଭାବେ ଏହି ଅଧିକାରୀମାନେ ଫେରିବା ନେଇ କୌଣସି ପ୍ରଶାସନିକ ଆଭାସ ମିଳୁନାହିଁ। ସମାନ ବ୍ୟାଚ୍‌ର ଏସ୍‌.ଏନ୍‌. ତ୍ରିପାଠୀ ୧୫ ଏପ୍ରିଲ ୨୦୧୩ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ଗତ ଏପ୍ରିଲରେ ତାଙ୍କର ଫେରିବାର ଥିଲା, ମାତ୍ର ସେ ମଧ୍ୟ ଉପରୋକ୍ତ ଅଫିସରମାନଙ୍କ ପରି କେନ୍ଦ୍ରୀୟ ଡେପୁଟେଶନରେ କାର୍ଯ୍ୟ କରୁଛନ୍ତି। ୧୯୯୧ ବ୍ୟାଚ୍‌ର ସତ୍ୟବ୍ରତ ସାହୁ ଗତ ମେ’ରେ ଡେପୁଟେଶନରୁ ଫେରିଥାନ୍ତେ, ଅଥଚ ସେ ମଧ୍ୟ ପୂର୍ବପରି କାର୍ଯ୍ୟ ଜାରି ରଖିଛନ୍ତି। ୨୦୦୨ ବ୍ୟାଚ୍‌ର ଦେବଯାନୀ ଚକ୍ରବର୍ତ୍ତୀ ୨୬ ଫେବୃୟାରୀ, ୨୦୧୮ ରେ ଫେରିବାର ଥିଲା, ମାତ୍ର ସେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନ ମୋହ ଛାଡି ନାହାନ୍ତି। ଅପରପକ୍ଷରେ ୨୦୧୯ରେ ୧୯୯୮ ବ୍ୟାଚ୍‌ ଅଧିକାରୀ ଏସ୍‌.କେ. ବଶିଷ୍ଠ ରାଜ୍ୟକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ସେପରି କୌଣସି ଘଟଣା ଘଟିଲା ନାହିଁ। ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅରବିନ୍ଦ ପାଢ଼ୀଙ୍କ ଡେପୁଟେଶନ ଇତିମଧ୍ୟରେ ବୃଦ୍ଧି ପାଇଛି। ନିକଟରେ ୧୯୯୦ ବ୍ୟାଚ୍‌ର ନୀତେନ୍‌ ଚନ୍ଦ୍ର ଏବଂ ଗୁଡେ ଶ୍ରୀନିବାସ କେନ୍ଦ୍ରକୁ ଯାଇଛନ୍ତି। ୨୦୧୯ରେ ଟି.କେ. ପାଣ୍ଡେ, ସୁରେନ୍ଦ୍ର ମୀନା, ରାଜେଶ ବର୍ମା, ଚନ୍ଦ୍ରଶେଖର କୁମାର ପ୍ରମୁଖ ଡେପୁଟେଶନରେ ଯାଇଛନ୍ତି। ୨୦୧୮ରୁ ଏଯାବତ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ରାଜ୍ୟକୁ ଫେରୁଥିବାର ଏତେଟା ଲକ୍ଷ୍ୟ କରାଯାଇନାହିଁ। ପୂର୍ବରୁ ଆଇଏଏସ୍‌ ଅଫିସର ବିନୋଦ କୁମାର ନିଲମ୍ବିତ ହୋଇସାରିଛନ୍ତି। ନିକଟରେ ବିଜୟ କେତନ ଉପାଧ୍ୟାୟଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ବତ୍ତର୍ର୍ମାନ ରାଜ୍ୟରେ ୪୦ରୁ ଅଧିକ ଆଇଏଏସ୍‌ ପଦବୀ ଖାଲି ପଡିଛି। ଅପରପକ୍ଷରେ କେନ୍ଦ୍ରୀୟ ଡେପୁଟେଶନରୁ ଅଧିକାରୀ ନ ଫେରିବା ଏବଂ ଏପରି ସ୍ଥଳେ ପୁଣି ଡେପୁଟେସନ ପାଇଁ ଅଧିକ ଅଧିକାରୀଙ୍କୁ ଅନୁମତି ଦିଆଯିବା ଦୀର୍ଘ ସମୟ ପାଇଁ ପଦବୀ ଖାଲି ରହିବାର ପ୍ରମୁଖ କାରଣ ହେଉଥିବା ସମୀକ୍ଷକମାନେ ମତ ଦେଇଛନ୍ତି।
ଅପରପକ୍ଷରେ ଉଷା ପାଢ଼ୀ ଜୁଲାଇ, ୨୦୨୦ରେ ଓଡ଼ିଶା ଫେରିବେ ବୋଲି ଆଶା କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ୨୦୦୩ ବ୍ୟାଚ୍‌ର ଅଶ୍ୱାଥି ଏସ୍‌ ଏବଂ ୧୯୮୮ ବ୍ୟାଚ୍‌ର ପରାଗ ଗୁପ୍ତା ଚଳିତ ବର୍ଷ ରାଜ୍ୟକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି। ଅନୁରୂପ ଭାବେ ଆନ୍ତଃ ରାଜ୍ୟ ଡେପୁଟେଶନରେ ଥିବା ୨୦୦୦ ବ୍ୟାଚ୍‌ର ମନୀଷ କୁମାର ବର୍ମା ଏବଂ ୨୦୦୯ ବ୍ୟାଚ୍‌ର ଗୌରୀ ପରାସର ଯୋଶୀ ଆସନ୍ତା ଏପ୍ରିଲରେ ଓଡ଼ିଶା ଫେରିପାରନ୍ତି ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚ୍‌ର ନିକୁଞ୍ଜ କିଶୋର ସୁନ୍ଦରାୟ, ୨୦୦୧ ବ୍ୟାଚ୍‌ର ସନ୍ଥନ୍‌ ଗୋପାଲନ୍‌ ଆର୍‌ ୭ ଅକ୍ଟୋବର ୨୦୨୨ରେ ରାଜ୍ୟକୁ ଫେରିବେ। ଅନ୍ୟମାନଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍‌ର ମନୋଜ ଆହୁଜା ଏବଂ ଆରତି ଆହୁଜା ଯଥାକ୍ରମେ ୨ ନଭେମ୍ବର ୨୦୨୨, ୧୬ ଜୁଲାଇ ୨୦୨୨ରେ ରାଜ୍ୟକୁ ଫେରିବେ। ୧୯୯୧ ବ୍ୟାଚ୍‌ର ସଞ୍ଜୟ ରସ୍ତୋଗୀ ୨୯ ନଭେମ୍ବର ୨୦୨୨ରେ ରାଜ୍ୟକୁ କେନ୍ଦ୍ରୀୟ ଡେପୁଟେଶନରୁ ଫେରିବେ ବୋଲି ଆଶା କରାଯାଉଛି। ହେଲେ ଅଧିକାରୀମାନେ ପ୍ରାଥମିକ ଭାବେ ୫ ବର୍ଷ ଡେପୁଟେଶନ ପରେ ୨ ଅତିରିକ୍ତ ବର୍ଷରେ ରହିବାକୁ ପସନ୍ଦ କରୁଛନ୍ତି। ଏହାପରେ ମଧ୍ୟ ଡେପୁଟେଶନ ଅବଧି ବୃଦ୍ଧିର ସୁଯୋଗ ରହୁଥିବାରୁ ଡେପୁଟେଶନରୁ ଫେରୁ ନ ଥିବା ଜନୈକ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ମତ ରଖିଛନ୍ତି। ଏହି ପ୍ରସଙ୍ଗ ଉପରେ ମତ ରଖି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଯେ, ଅଧିକାଂଶ ଅଫିସର କେନ୍ଦ୍ରୀୟ ପଦବୀରେ ରହିବାକୁ ପସନ୍ଦ କରୁଛନ୍ତି। ରାଜ୍ୟକୁ ଫେରିବା ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନେ ନ ଫେରିବା ଦ୍ୱାରା କେତେକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱରେ ରହିବାକୁ ପଡୁଛି। ଅପରପକ୍ଷରେ ଜାତୀୟସ୍ତରର କାର୍ଯ୍ୟଦକ୍ଷତା ଏବଂ ଅଧିକ ଅଭିଜ୍ଞତା ପାଇଁ ଡେପୁଟେଶନର ମଧ୍ୟ ଆବଶ୍ୟକତା ରହିଥିବା ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri