Posted inଜାତୀୟ

ରାଜନୈତିକ ହିଂସାରୁ ଆକ୍ରମଣ

ଚାନ୍ଦବାଲି, ୧୭।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ରାଜନୈତିକ ହିଂସାକୁ ନେଇ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏକ ରାଜନୈତିକ ଦଳ ପକ୍ଷରୁ ଘଣ୍ଟେଶ୍ୱରରେ ଆୟୋଜିତ ମହିଳା ସମାବେଶକୁ ଏହି ଗଁାର ଏକ ପରିବାରର ସଦସ୍ୟାମାନେ ନ ଯିବାରୁ ବିଳମ୍ବିତ ରାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଆକ୍ରମଣକାରୀମାନେ ଉକ୍ତ ପରିବାରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏଥିସହ ଆକ୍ରମଣରେ ପରିବାରର ୪ ସଦସ୍ୟ ଆହତ ହୋଇଛନ୍ତି। ଅଭିଯୋଗ ଅଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ

ଔରଙ୍ଗାବାଦ, ୨୨।୮: ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର…

ଉଚ୍ଚ ଶ୍ରେଣୀରେ କମୁଛି ଛାତ୍ରୀଛାତ୍ରଙ୍କ ଆନନ୍ଦଦାୟକ ସ୍ଥିତି

ମୁମ୍ବାଇ, ୨୨ା୮ : ଭାରତରେ ଛାତ୍ରୀଛାତ୍ରଙ୍କ ବର୍ଷକୁ ବର୍ଷ ଶ୍ରେଣୀ ବୃଦ୍ଧି ପାଇବା ସହ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ହ୍ରାସ ପାଉଥିବା ଏକ ନୂତନ…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

LKG ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ହଠାତ୍‌ ଘଟିଗଲା ଏମିତି କିଛି, ଦେଖନ୍ତୁ ଛାତିଥରା VIDEO

ବିଶାଖାପାଟଣା,୨୨।୮: ବିଶାଖାପାଟଣାର ଏକ ସ୍କୁଲର ହୃଦୟ ବିଦାରକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର…

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri