ରସୁଲପୁର ବିଡିଓଙ୍କ ସ୍ବଚ୍ଛତା ବାର୍ତ୍ତା: କର୍ମୀଙ୍କ ସହ ମିଶି ବ୍ଲକ ପରିସରରୁ ହଟାଇଲେ ଅଳିଆ

ରସୁଲପୁର, ୨ା୬(ଡି.ଏନ.ଏ.)- ସ୍ବଚ୍ଛ ପରିବେଶ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ। ପ୍ରତ୍ୟେକ ଲୋକ ପରିବେଶର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ନିଜର ପାରିପାର୍ଶ୍ୱିକ ପରିବେଶକୁ ସଫାସୁତୁରା ରଖିଲେ ରୋଗମୁକ୍ତ ମସାଜ ନିର୍ମାଣ ସମ୍ଭବ ହୋଇପାରିବ। ଏହି ବାର୍ତ୍ତା ବ୍ଲକସ୍ତରରୁ ଲୋକଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରହିଛି। ଏହିଭଳି ଏକ ମହତ ଉଦ୍ଦେଶ୍ୟ ରଖି ରସୁଲପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା ବ୍ଲକ ପରିସରରୁ ଅଳିଆ ଆବର୍ଜନା ହଟାଇ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ପ୍ରୟାସ କରିଛନ୍ତି। ବିଡିଓ ପରିଡାଙ୍କ ନେତୃତ୍ୱରେ କର୍ମଚାରୀମାନେ ଶନିବାର ସକାଳେ ବ୍ଲକ ପରିସରରେ ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଅବର୍ଜନାକୁ ସଫା କରିଥିଲେ। କାର୍ଯ୍ୟାଳୟ ପଛପଟ କ୍ୱାଟର୍ସ, ସମ୍ମୁଖ ଭାଗରେ ଥିବା ପାର୍କିଂ ସ୍ଥାନ, ପୁରୁଣା ଗୋଦାମ ଗୃହ, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବାକେନ୍ଦ୍ର ନିକଟ ଅଂଚଳକୁ ସଫେଇ କରିଥିଲେ। ଏଥିସହ ଖାଲୁଆ ସ୍ଥାନ, ବ୍ଲକ ଚତୁଃପାର୍ଶ୍ୱରେ ଯାଇଥିବା ରାସ୍ତା କଡରେ ବ୍ଲିଚିଂ ସିଞ୍ଚନ କରିଥିଲେ। ଏହି ସଫେଇ କାର୍ଯ୍ୟରେ ଏବିଡିଓ ଅସିତ୍‌ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାସଁଦା, ଏପିଓ ବିଷ୍ଣୁଦତ୍ତ ଧଳ, ସହାକରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା, ଅନିତା ବେହୁରା, ବରିଷ୍ଠ କିରାଣି ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri