ରସାୟନ ବିଜ୍ଞାନ ପରେ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୯ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଗଣିତ ବିଭାଗ ‘ଆଡଭାନ୍ସ କାଲକୁଲେଶନ’ ବିଷୟରେ ସମସ୍ତ ପ୍ରଶ୍ନ ସିଲାବସ ବାହାରୁ ପଡିଥିବା ଜଣାପଡିଛି ା ପରୀକ୍ଷା ଆରମ୍ଭର ୩ ଦିନ ମଧ୍ୟରେ ଦ୍ୱିତୀୟ ସେମିଷ୍ଟର ଦୁଇ ଦୁଇଟି ପ୍ରଶ୍ନପତ୍ରରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି ା ଏହା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ନୀରବତା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ା
ଦୁଇ ଦୁଇଟି ପରୀକ୍ଷାରେ ପୁରୁଣା ସିଲାବସରୁ ପ୍ରଶ୍ନ ପଡିଥିଲେ ମଧ୍ୟ ଏଯାଏ ଘଟଣାର ଯାଞ୍ଚ ତଥା ଅନୁସନ୍ଧାନ ପାଇଁ କମିଟି ଗଠନ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତା କରିବା ପରିବର୍ତ୍ତେ ଭୁଲକୁ ଘୋଡାଇବାକୁ ଯାଇ ପରସ୍ପର କାଦୁଅ ଫିଙ୍ଗାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ବିଶ୍ୱବିଦ୍ୟାଳୟର ପିଛା ଛାଡୁନି ସମସ୍ୟା ା ପୂର୍ବରୁ ପରୀକ୍ଷା ପାଇଁ ତାରିଖ ନିର୍ଦ୍ଧାରଣକୁ ନେଇ ଛାତ୍ରୀଛାତ୍ର ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଟଣା ଓଟରା ହୋଇଥିବା ବେଳେ ଏବେ ସେମିଷ୍ଟର ପରୀକ୍ଷା ଆରମ୍ଭ ପରେ ପୁରୁଣା ସିଲାବସ ପ୍ରଶ୍ନକୁ ନେଇ ଅସନ୍ତୋଷ ଦେଖାଦେଇଛି ା ପରୀକ୍ଷା ଆରମ୍ଭ ହେବାର ୩ ଦିନ ମଧ୍ୟରେ ଦ୍ୱିତୀୟ ସେମିଷ୍ଟରର ଦୁଇଟି ଦୁଇଟି ବିଷୟ ପ୍ରଶ୍ନପତ୍ରରେ ପୁରୁଣା ସିଲାବସ ପ୍ରଶ୍ନ ପଡିଥିବା ଅଭିଯୋଗ ହୋଇଛି ା ଗୁରୁବାର ପରୀକ୍ଷାର ଆରମ୍ଭ ଦିନ ଅର୍ଗାନିକ କେମିଷ୍ଟ୍ରି ପେପରରେ ପୁରୁଣା ସିଲାବସରୁ ପ୍ରଶ୍ନ ପଡିଥିବା ଅଭିଯୋଗ ହୋଇଥିଲା ା ଶନିବାର ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ଦ୍ୱିତୀୟ ଦିନରେ ଅନୁଷ୍ଠିତ ଗଣିତ ‘ଆଡଭାନ୍ସ କାଲକୁଲେଶନ’ ପେପରରେ ପୁରୁଣା ସିଲାବସ ପ୍ରଶ୍ନ ଆସିଥିବା ଦୃଷ୍ଟିକୁ ଆସିଛି। ଏହାପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ବିଷୟର ସମ୍ପୂର୍ଣ୍ଣ ୮୦ ମାର୍କ ସିଲାବସ ବାହାରୁ ହୋଇଥିବାରୁ ଛାତ୍ରୀଛାତ୍ରମାନେ ପୁନଃ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ା
ଏନେଇ ଛାତ୍ରୀଛାତ୍ରମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା
ଅନ୍ୟପକ୍ଷରେ ଦୁଇ ଦୁଇଟି ପରୀକ୍ଷା ପ୍ରଶ୍ନପତ୍ରରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ବେଳେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ଉପରକୁ ଦାୟିତ୍ୱ ଠେଲି ଦେଇଛନ୍ତି ା ଏ ସମ୍ପର୍କରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଯୋଗାଯୋଗ ବେଳେ କହିଛନ୍ତି, ଗଣିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ତଥା ଆଉଟ ଅଫ ସିଲାବସ ନେଇ କୌଣସି ଅଭିଯୋଗ ପାଇନାହିଁ ା ଏ ଦିଗରେ ପରୀକ୍ଷା ନିୟନ୍ତ୍ରକ ଅଧିକ ଜାଣିଥିବେ ା ପରୀକ୍ଷାରେ ହୋଇଥିବା ତ୍ରୁଟି ସମ୍ପର୍କରେ ଯାଞ୍ଚ ପାଇଁ କମିଟି ଗଠନ କୁଳପତିଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ା ଏ ସମ୍ପର୍କରେ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ହୋଇପାରି ନ ଥିଲା ା କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତି ବର୍ଷ ଛାତ୍ରୀଛାତ୍ରମାନେ ନାନା ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି ା ପରୀକ୍ଷା ଫଳ ପ୍ରକାଶନ ବିଳମ୍ବକୁ ନେଇ କିମ୍ବା ଫଳ ତ୍ରୁଟିକୁ ନେଇ ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଉଥିବା ମଧ୍ୟ ନଜିର ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ: ମଲାଡ଼ ପଞ୍ଚାୟତ ପକ୍ଷରୁ…

ଗଞ୍ଜାମ, ୨୧/୭ (ବିଦ୍ୟାଧର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆହ୍ୱାନ ଏବଂ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପରାମର୍ଶକ୍ରମେ ଜିଲାର ବିଭିନ୍ନ…

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri