ରସାୟନ ବିଜ୍ଞାନ ପରେ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୯ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଗଣିତ ବିଭାଗ ‘ଆଡଭାନ୍ସ କାଲକୁଲେଶନ’ ବିଷୟରେ ସମସ୍ତ ପ୍ରଶ୍ନ ସିଲାବସ ବାହାରୁ ପଡିଥିବା ଜଣାପଡିଛି ା ପରୀକ୍ଷା ଆରମ୍ଭର ୩ ଦିନ ମଧ୍ୟରେ ଦ୍ୱିତୀୟ ସେମିଷ୍ଟର ଦୁଇ ଦୁଇଟି ପ୍ରଶ୍ନପତ୍ରରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି ା ଏହା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ନୀରବତା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ା
ଦୁଇ ଦୁଇଟି ପରୀକ୍ଷାରେ ପୁରୁଣା ସିଲାବସରୁ ପ୍ରଶ୍ନ ପଡିଥିଲେ ମଧ୍ୟ ଏଯାଏ ଘଟଣାର ଯାଞ୍ଚ ତଥା ଅନୁସନ୍ଧାନ ପାଇଁ କମିଟି ଗଠନ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତା କରିବା ପରିବର୍ତ୍ତେ ଭୁଲକୁ ଘୋଡାଇବାକୁ ଯାଇ ପରସ୍ପର କାଦୁଅ ଫିଙ୍ଗାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ବିଶ୍ୱବିଦ୍ୟାଳୟର ପିଛା ଛାଡୁନି ସମସ୍ୟା ା ପୂର୍ବରୁ ପରୀକ୍ଷା ପାଇଁ ତାରିଖ ନିର୍ଦ୍ଧାରଣକୁ ନେଇ ଛାତ୍ରୀଛାତ୍ର ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଟଣା ଓଟରା ହୋଇଥିବା ବେଳେ ଏବେ ସେମିଷ୍ଟର ପରୀକ୍ଷା ଆରମ୍ଭ ପରେ ପୁରୁଣା ସିଲାବସ ପ୍ରଶ୍ନକୁ ନେଇ ଅସନ୍ତୋଷ ଦେଖାଦେଇଛି ା ପରୀକ୍ଷା ଆରମ୍ଭ ହେବାର ୩ ଦିନ ମଧ୍ୟରେ ଦ୍ୱିତୀୟ ସେମିଷ୍ଟରର ଦୁଇଟି ଦୁଇଟି ବିଷୟ ପ୍ରଶ୍ନପତ୍ରରେ ପୁରୁଣା ସିଲାବସ ପ୍ରଶ୍ନ ପଡିଥିବା ଅଭିଯୋଗ ହୋଇଛି ା ଗୁରୁବାର ପରୀକ୍ଷାର ଆରମ୍ଭ ଦିନ ଅର୍ଗାନିକ କେମିଷ୍ଟ୍ରି ପେପରରେ ପୁରୁଣା ସିଲାବସରୁ ପ୍ରଶ୍ନ ପଡିଥିବା ଅଭିଯୋଗ ହୋଇଥିଲା ା ଶନିବାର ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ଦ୍ୱିତୀୟ ଦିନରେ ଅନୁଷ୍ଠିତ ଗଣିତ ‘ଆଡଭାନ୍ସ କାଲକୁଲେଶନ’ ପେପରରେ ପୁରୁଣା ସିଲାବସ ପ୍ରଶ୍ନ ଆସିଥିବା ଦୃଷ୍ଟିକୁ ଆସିଛି। ଏହାପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ବିଷୟର ସମ୍ପୂର୍ଣ୍ଣ ୮୦ ମାର୍କ ସିଲାବସ ବାହାରୁ ହୋଇଥିବାରୁ ଛାତ୍ରୀଛାତ୍ରମାନେ ପୁନଃ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ା
ଏନେଇ ଛାତ୍ରୀଛାତ୍ରମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା
ଅନ୍ୟପକ୍ଷରେ ଦୁଇ ଦୁଇଟି ପରୀକ୍ଷା ପ୍ରଶ୍ନପତ୍ରରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ବେଳେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ଉପରକୁ ଦାୟିତ୍ୱ ଠେଲି ଦେଇଛନ୍ତି ା ଏ ସମ୍ପର୍କରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଯୋଗାଯୋଗ ବେଳେ କହିଛନ୍ତି, ଗଣିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ତଥା ଆଉଟ ଅଫ ସିଲାବସ ନେଇ କୌଣସି ଅଭିଯୋଗ ପାଇନାହିଁ ା ଏ ଦିଗରେ ପରୀକ୍ଷା ନିୟନ୍ତ୍ରକ ଅଧିକ ଜାଣିଥିବେ ା ପରୀକ୍ଷାରେ ହୋଇଥିବା ତ୍ରୁଟି ସମ୍ପର୍କରେ ଯାଞ୍ଚ ପାଇଁ କମିଟି ଗଠନ କୁଳପତିଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ା ଏ ସମ୍ପର୍କରେ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ହୋଇପାରି ନ ଥିଲା ା କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତି ବର୍ଷ ଛାତ୍ରୀଛାତ୍ରମାନେ ନାନା ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି ା ପରୀକ୍ଷା ଫଳ ପ୍ରକାଶନ ବିଳମ୍ବକୁ ନେଇ କିମ୍ବା ଫଳ ତ୍ରୁଟିକୁ ନେଇ ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଉଥିବା ମଧ୍ୟ ନଜିର ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri