ରବିନାରାୟଣ ଦାଶଙ୍କୁ ମିଳିବ କିଶୋରୀ ଚରଣ ପୁରସ୍କାର

କଟକ ଅଫିସ,୨୨।୨: ସାହିତି୍ୟକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତବର୍ଷ ଯୁବ କଥାକାର ରବିନାରାୟଣ ଦାଶ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦାଶଙ୍କ ଦ୍ୱାରା ଲିଖିତ ଓ ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ଦ୍ୱାରା ପ୍ରକାଶିତ ଗଳ୍ପ ସଙ୍କଳନ ‘ଦୃଶ୍ୟାନ୍ତର’ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ସ୍ବରୂପ ମାନପତ୍ର, ଉପଢୌକନ ଓ ୧୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ଦାଶଙ୍କ ପୁସ୍ତକ ‘ଦୃଶ୍ୟାନ୍ତର’, ଗଳ୍ପ ସଙ୍କଳନ ‘ନିଜ ଲୋକ’, ଉପନ୍ୟାସ ‘ଡାର୍ଟି ପିକ୍‌ଚର୍‌’, ପ୍ରବନ୍ଧ ସଙ୍କଳନ ‘କଥାରେ କିଛି ଅଛି’ ଓ ‘ପିଛିଲା ତାରିଖ’ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ତାଙ୍କର ଅନେକ ଗଳ୍ପ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶ ପାଇଆସୁଛି। ସୂଚନାଯୋଗ୍ୟ, କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ୪୦ ବର୍ଷରୁ କମ୍‌ ଯୁବ ଲେଖକମାନଙ୍କ ଦ୍ୱାରା ରଚିତ ଗଳ୍ପ, ଉପନ୍ୟାସ ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କିଶୋରୀ ଚରଣଙ୍କ ୯୬ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ୧ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରବିନାରାୟଣ ଦାଶଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦର ସମ୍ପାଦକ ବିଜୟାନନ୍ଦ ସିଂ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା...

ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ

ବ୍ରହ୍ମପୁର,୧୪ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ...

ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ...

ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍‌ ରାଲି

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବାଇକ୍‌ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ହାଟଡିହୀ ବ୍ଲକର...

ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି...

ନିଖୋଜର ଦିନକ ପରେ ମିଳିଲା ମୃତଦେହ: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଭମରମାଲ ଛକ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ କେସିଙ୍ଗା...

ଆଗକୁ ନିର୍ବାଚନ: ଅଭୟାରଣ୍ୟରୁ ଜବତ ହେଲା ବିପୁଳ ପରିମାଣରେ ଦେଶୀ ମଦ, ମହୁଲ ପୋଚ

ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡିଏସ୍‌ପି ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଟିମ୍‌କୁ ଏକ ସଫଳତା ମିଳିଛି। ବେଆଇନ ଦେଶୀ ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri