ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ ମହାପ୍ରଭୁ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ତିନିରଥରେ ପାର୍ଶ୍ୱ ଦେବଦେବୀଙ୍କ ସହିତ ଯକ୍ଷ, ଗନ୍ଧର୍ବ, ଅପ୍‌ସରା ଏବଂ ଅନ୍ୟାନ୍ୟ ଦେବଦେବୀ ମଧ୍ୟ ଯାତ୍ରା କରିଥାନ୍ତି, ଯେଉଁମାନେ କି ରଥର ରକ୍ଷକ ସାଜିଥାନ୍ତି। ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ରଥଗୁଡ଼ିକୁ ବୈଦିକ ବ୍ରାହ୍ମଣମାନେ ପ୍ରତିଷ୍ଠା କରିଥାନ୍ତି। ପ୍ରତିଷ୍ଠା ହୋଇସାରିବା ପରେ ରଥ ଉପରେ କୌଣସି ଅଶୁଭପ୍ରଦ ମନୁଷ୍ୟ, ପକ୍ଷୀ, ମାର୍ଜାର (ବିରାଡ଼ି), ନେଉଳ କିମ୍ବା ଅନ୍ୟ କୌଣସି ପ୍ରାଣୀ ଆରୋହଣ ନ କରନ୍ତି ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ପୁନଶ୍ଚ ସ୍କନ୍ଦ ପୁରାଣରେ କୁହାଯାଇଛି ଯଦି ରଥର ଈଷା ଭଗ୍ନ ହେବ ତେବେ ବ୍ରାହ୍ମଣ କୂଳକୁ ଭୟ। ରଥର ଅକ୍ଷ ଭଗ୍ନ ହୁଏ ତହିଁରେ କ୍ଷତ୍ରୀୟ କୂଳ କ୍ଷୟ ହୁଏ। ରଥର ଯଦି ତୁଳା ଭଗ୍ନ ହୁଏ ତାହେଲେ ବୈଶ୍ୟ କୂଳର ବିନାଶ ହୁଏ। ସେହିପରି ଶମୀ ଯଦି ଭଗ୍ନ ହୁଏ ଶୁଦ୍ର କୂଳକୁ ଭୟ ଜାତ ହୁଏ। ରଥର ଧୁରା ଭଗ୍ନରେ ଅନାବୃଷ୍ଟି, ପୀଢ ଭଙ୍ଗରେ ପ୍ରଜା ଭୟ, ଚକ୍ର ଭଙ୍ଗରେ ପରଚକ୍ରଗତି ପ୍ରଭୃତି ଭୟଜାତ ହୋଇଥାଏ। ରଥର ଯଦି ଧ୍ୱଜ ପତନ ହୁଏ ତେବେ ରାଜାର ରାଜ୍ୟ ଅନ୍ୟ ଦ୍ୱାରା ଅଧିକୃତ ହୁଏ। ପ୍ରତିମାମାନଙ୍କର ଯଦି କୌଣସି ପ୍ରକାର ଅଙ୍ଗଭଙ୍ଗ ଘଟଣା ଘଟେ ତେବେ ରାଜାଙ୍କ ଜୀବନ ପ୍ରତି ବିପଦ ହୁଏ। ରଥ ଯଦି ବିନଷ୍ଟ ହୋଇଯାଏ ତାହେଲେ ସମସ୍ତ ଜନପଦ ଉଚ୍ଛନ୍ନ ହୋଇଯାଏ। ଏହିଭଳି ଅନେକ ବିଘ୍ନ ରଥ ଉପରେ ଘଟିବାର ସମ୍ଭାବନା ଥିବାରୁ ରଥର ରକ୍ଷକ ଭାବେ ପ୍ରଖ୍ୟାତ ଦେବଦେବୀ ଦାୟିତ୍ୱ ବହନ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ରକ୍ଷକ ହେଉଛନ୍ତି ବାସୁଦେବ ଓ ଭାସ୍କର। ଶ୍ରୀଜଗନାଥଙ୍କ ନନ୍ଦିଘୋଷ ରଥର ରକ୍ଷକ ହେଉଛନ୍ତି ସ୍ବୟଂ ଦେବରାଜ ଇନ୍ଦ୍ର। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ। ରଥ ଆରମ୍ଭରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ଏମାନେ ରଥରେ ରହି ଅତି ସାବଧାନର ସହିତ ବିଘ୍ନ ବିନାଶନ ନିମନ୍ତେ ଯତ୍ନବାନ ହୋଇଥାନ୍ତି। ପ୍ରତିବର୍ଷ ଏମାନଙ୍କ ନିଷ୍ଠାପର ଦାୟିତ୍ୱ ଯୋଗୁ ରଥଯାତ୍ରା ସୁଚାରୂ ରୂପେ ସମାହିତ ହୋଇଥାଏ। ମହାପ୍ରଭୁଙ୍କର କରୁଣା ଏହି ଦେବଦେବୀଙ୍କ ଉପରେ ସର୍ବଦା ରହିଥାଏ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?