ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା : ରାଜଧାନୀରେ ୧୫, କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେବ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟତଃ ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ଓ ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ରାଜଧାନୀର ପ୍ରମୁଖ ଇସ୍କନ ମନ୍ଦିରରେ ରଥଟଣା କାର୍ଯ୍ୟକ୍ରମ ଥିବାବେଳେ କଟକରେ ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ ମହାପ୍ରଭୁଙ୍କ ରଥଟଣା ହେବ। ଏହାସହ ବିିଭିନ୍ନ ଗଳି କନ୍ଦିରେ ଛୋଟ ରଥଟଣା ହେବ। ଏହାକୁ ନଜରରେ ରଖି ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ରହିବା ସହ ୫୦ ଅଫିସର ଓ କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଅଫିସର ନିୟୋଜିତ ହେବେ। ରଥଯାତ୍ରାରେ ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ମାଉସୀ ମା’ ମନ୍ଦିର ଯାଉଥିବା ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଏହାକୁ ଲାଗିଥିବା ପେରୀଫେରୀ ରାସ୍ତାକୁ ମଧ୍ୟ ସିଲ୍‌ କରାଯିବ। ଇସ୍କନ ରଥ ଏନ୍‌ଏଚ୍‌-୧୬ରେ ସିଆର୍‌ପି ଦେଇ ୮ ନମ୍ବର ମାଉସୀ ମା’ ମନ୍ଦିରକୁ ଯିବ। ଏହି ଏନ୍‌ଏଚ୍‌ରେ ରଥ ଯିବା ସମୟରେ ଯେଭଳି କିଛି ସମସ୍ୟା ନ ହୁଏ ସେଥିଲାଗି ଟ୍ରାଫିକ ପୋଲିସ ମୁତୟନ ରହିବେ। ସେହିଭଳି କଟକ-ପୁରୀ ବାଇପାସ ଉପରେ କମିଶନରେଟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ କଳ୍ପନା-ପୁରୀ ରାସ୍ତାରେ ଟ୍ରାଫିକ ସମସ୍ୟା ରହୁଥିବାରୁ ଯାତ୍ରୀମାନେ ପୁରୀ ବାଇପାସ ରାସ୍ତାଦେଇ ପୁରୀ ଯିବେ। ଏପରି କି ବିଳମ୍ବିତ ରାତିରେ ଯାତ୍ରୀମାନେ ସେହି ରାସ୍ତା ଦେଇ ଫେରିବେ। ତେଣୁ ଏହି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକାଧିକ ଟ୍ରାଫିକ ପୋଲିସ ନିୟୋଜିତ ହେବେ। ସବୁଠୁ ବଡ କଥା ହେଲା ବିଳମ୍ବିତ ରାତି ତଥା ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ଉକ୍ତ ରୋଡରେ ରହିବେ। ସେହିଭଳି ପୁରୀ-କଳ୍ପନା ଏନ୍‌ଏଚ୍‌ରେ ମଧ୍ୟ ଟ୍ରାଫିକ ପୋଲିସ ରଖାଯିବ। ବିଶେଷକରି ରବି ଟକିଜ, କଳ୍ପନା, ରସୁଲଗଡ ଛକଗୁଡିକରେ ଟ୍ରାଫିକ ପୋଲିସ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମହିଳାମାନେ ରଥଟାଣିବା ଓ ଭିଡ଼ ସମୟରେ ଲୁଟପାଟ ହେବାର ଅଧିକ ଚାଞ୍ଚ ରହିଛି। ତେଣୁ କିଭଳି ଏହି ଲୁଟେରାମାନଙ୍କୁ ସାବାଡ କରିହେବ ସେଥିଲାଗି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିପି ଅଫିସରେ ଡିସିପିଙ୍କୁ ନେଇ ଏକ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?