Posted inରାଜ୍ୟ

ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ

ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସମସ୍ତ କାର୍ଯ୍ୟ ଡେରି ହୋଇ ରାତ୍ର ହୋଇ ଯିବାରୁ ଠାକୁରଙ୍କ ରଥଟଣା ବନ୍ଦ ହୋଇଥିଲା। ଶନିବାର ସେବାୟତ ଓ ଦେବୋତ୍ତର ବିଭାଗର ସମନ୍ବୟ ଅଭାବରୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ରଥ ଉପରୁ ଚାରମାଳ ଖୋଲାକୁ ନେଇ ସେବାୟତ ଓ ପୂଜାପଣ୍ଡାମାନେ ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଥିଲେ।
ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ସମସ୍ତ ନୀତିକାନ୍ତି କରାଯାଇ ରଥ ଉପରେ ତିନି ଠାକୁରଙ୍କୁ ରୁପା ବେଶ କରାଯାଇ ସକାଳ ୧୦ଟାରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ସିଂହଦ୍ୱାରରେ ପହଞ୍ଚାଇଥିଲେ । ସେହିପରି ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟାଣିବା ପାଇଁ ରଥରେ ଘୋଡା ଯୋଚାଯାଇ ଦଉଡି ସଂଯୋଗ କରାଯାଇଥିଲା। ରଥରେ କୌଣସି ପୂଜାପଣ୍ଡା ସେବାୟତ ନ ଥିବାରୁ ରଥଟଣା କାର୍ଯ୍ୟ ଦେବୋତ୍ତର ବିଭାଗ କରିପାରି ନ ଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ପ୍ରତିବର୍ଷ ବାହୁଡା ଯାତ୍ରାରେ ଦୁଇଟି ରଥ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯାଉଥିଲା ବେଳେ ନନ୍ଦିଘୋଷ ରଥକୁ ସେହିଦିନ ଟଣାଯାଏ ନାହିଁ। ରଥ ଉପରକୁ ଯିବାକୁ ଚାରମାଳ ମଧ୍ୟ ଖୋଲାଯାଏ ନାହିଁ। ଫଳରେ ଭକ୍ତମାନେ ପବିତ୍ର ଏକାଦଶୀରେ କାଳିଆ ଠାକୁରଙ୍କୁ ରୁପା ବେଶରେ ରଥ ଉପରକୁ ଯାଇ ଦର୍ଶନ କରନ୍ତି। ପୂଜା ପଣ୍ଡାମାନେ ଭକ୍ତମାନଙ୍କ ଦାନ ଦକ୍ଷିଣାରୁ କିଛି ରୋଜଗାର ମଧ୍ୟ କରନ୍ତି। କିନ୍ତୁ ଚଳିତବର୍ଷ ଏକାଦଶୀ ତିଥିରେ ଦେବୋତ୍ତର ବିଭାଗ ତରଫରୁ ସକାଳ ୧୦ଟାରୁ ଚାରମାଳ ରଥରୁ ଖୋଲା ଯିବାରୁ ରଥ ଉପରକୁ ଭକ୍ତମାନେ ଚଢିପାରି ନ ଥିଲେ। ଫଳରେ ସେବାୟତ ଓ ପୂଜାପଣ୍ଡାମାନେ ଭକ୍ତମାନଙ୍କ ଦାନ ଦକ୍ଷିଣାରୁ ବଞ୍ଚିତ ହୋଇଥିଲେ। ଏହାକୁ ବିରୋଧ କରି ନନ୍ଦିଘୋଷ ରଥର ସମସ୍ତ ପୂଜାପଣ୍ଡା ଓ ସେବାୟତ ଠାକୁରଙ୍କ ସେବାକାର୍ଯ୍ୟ ଛାଡି ରଥ ଉପରୁ ପଳାଇ ଆସିଥିଲେ । ରଥ ଉପରେ ଏକୁଟିଆ କାଳିଆ ଠାକୁର ବସି ରହିଥିଲେ। ଏଭଳି ଘଟଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି । ଘଟଣାକୁ ନେଇ ଥାନା ପରିସରରେ ଦେବୋତ୍ତର ବିଭାଗ, ସେବାୟତ ଓ ସାଧାରଣ ଲୋକଙ୍କୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନ ଥିଲା। ଏ ସମ୍ପର୍କରେ ରଣପୁର ତହସିଲଦାର ଓ ଦେବୋତ୍ତର ବିଭାଗ ଅଧିକାରୀ ସୁଶାନ୍ତ କୁମାର ପତି କୁହନ୍ତି, ଦୁଇଟି ରଥ ସିଂହ ଦ୍ୱାରରେ ଲାଗିଲା ପରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିବା ପାଇଁ ପ୍ରସ୍ତୁତି ହେଉଥିଲେ। ହେଲେ ରଥ ଉପରେ କୌଣସି ପୂଜାପଣ୍ଡା ଓ ସେବାୟତ ନ ଥିବାରୁ ରଥଟଣା କାର୍ଯ୍ୟ ହୋଇପାରି ନ ଥିଲା। ସେବାୟତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କୁହନ୍ତି, ଦେବୋତ୍ତର ବିଭାଗ ମନଇଚ୍ଛା ରଥରୁ ଚାରମାଳ ଖୋଲିଦେବାରୁ ଭକ୍ତମାନେ ବର୍ଷକେ ଥରେ ରଥ ଉପରକୁ ଆସି ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ବିରୋଧ କରି ଆମେ ରଥ ଛାଡି ତଳେ ବସି ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri