ରଙ୍ଗିନ ଫୁଲରେ ଝଲସୁଛି ଏକାମ୍ର କାନନ, ପ୍ରଦର୍ଶିତ ହେଉଛି ୪୦୦ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ)- ଭଳିକିଭଳି ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ ଲୋକଙ୍କୁ ଆକର୍ଷିତ କରୁଛି। ଏଭଳି ପ୍ରାୟ ୪୦୦ ପ୍ରଜାତିର ଉଭୟ ଦେଶୀ ଓ ବିଦେଶୀ ଫୁଲର ପସରା ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାର ଉଦ୍‌ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ଏକାମ୍ର କାନନଠାରେ ଏହି ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଓ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାଜୀବ କୁମାର ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଚଳିତବର୍ଷ ପ୍ରାୟ ୪୦୦ ପ୍ରଜାତିର ୧୦ ହଜାରରୁ ଊର୍ଦ୍ଧ୍ୱ ଉଭୟ ଦେଶୀ ଓ ବିଦେଶୀ ଫୁଲ ପ୍ରଦର୍ଶିତ ହେଉଛି। ତେବେ ଗତବର୍ଷ ଅପେକ୍ଷା ଏଥର ଅଧିକ ସଂଖ୍ୟକ ଏଣ୍ଟ୍ରି ହୋଇଥିବା ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ୍ରଦର୍ଶନୀରେ ଫୁଲଗୁଡ଼ିକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି। କିଛି ପ୍ରଦର୍ଶନୀ ପାଇଁ ରଖାଯାଇଥିବାବେଳେ ଆଉ କିଛି ବିକ୍ରି କରାଯାଉଛି। ବିଦେଶୀ ଫୁଲଗୁଡ଼ିକ ମଧ୍ୟରେ ଗ୍ଲାଡିଓଲି, କ୍ରୋଟନ, କ୍ୟାକ୍‌ଟସ, କାନୁନ୍‌ଣ୍ଡୋଲା, କାରିଆଫିସ୍‌, ଡାଇନାଥସ୍‌, ଆଷ୍ଟର, ଲିଲିୟମ୍‌, ସାଲ୍‌ଭିଆ, ଜିନିଆ ଏବଂ ଆନ୍ଥୁରିୟମ୍‌ ପ୍ରଭୃତି ରହିଛି। ସେହିଭଳି ଲୋକପ୍ରିୟ ଗେଣ୍ଡୁ, ଗୋଲାପ ଏବଂ ଡାଲିଆ ଆଦି ଦେଶୀ ଫୁଲ ମଧ୍ୟରେ ସ୍ଥାନ ପାଇଛି। ଚଳିତବର୍ଷ ଏକ ସ୍ବତନ୍ତ୍ର ‘ଅର୍କିଡ୍‌’ ବିଭାଗ କରାଯାଇଛି, ଯେଉଁଥିରେ ୧ ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ହାଇବ୍ରିଡ୍‌ ଓ ଜଙ୍ଗଲୀ ଅର୍କିଡ୍‌ ପ୍ରଦର୍ଶିତ ହେଉଛି।

ଫୁଲଗଛ ବିକ୍ରି ଲାଗି ଏକ ପ୍ଲାଣ୍ଟ୍‌ ବଜାର ଖୋଲିଛି। ଏଠାରେ ୪୬ ନର୍ସରୀରେ ବିକ୍ରିବଟା କରାଯାଉଛି। କେବଳ ଫୁଲ ଗଛ ନୁହେଁ, ବିଭିନ୍ନ ପ୍ରଜାତିର ଫୁଲ ମଞ୍ଜି, ବଗିଚା ଉପକରଣ, ସାର ଏବଂ ରସାୟନ ପ୍ରଭୃତି ଏଠାରେ ଉପଲବ୍ଧ ହେଉଛି। ଦେଖେଣାହାରୀ ଆଗ୍ରହର ସହ ଏଗୁଡ଼ିକୁ କିଣି ଘରକୁ ନେଇଯାଉଛନ୍ତି। ସମସ୍ତେ କିପରି ଫୁଲ ବଗିଚାଟିଏ ତିଆରି କରିବାକୁ ଆଗ୍ରହୀ ହେବେ, ସେନେଇ ସଚେତନ କରିବାକୁ ପ୍ରଦର୍ଶନୀରେ ବିଭିନ୍ନ ସଂସ୍ଥା ପକ୍ଷରୁ ମିନି ଗାର୍ଡେନର ବ୍ୟବସ୍ଥା ହୋଇଛି। ଅନ୍ୟପଟେ ପ୍ଲାଣ୍ଟ୍‌ ଲଭର୍ସ ଆସୋସିଏଶନ୍‌ ପକ୍ଷରୁ ‘ବଗିଚା ପ୍ରତିଯୋଗିତା’ ମଧ୍ୟ କରାଯାଇଛି। ୯୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହାସହ ଅନୁଷ୍ଠିତ ଏକ ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତାରେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ। ସନ୍ଧ୍ୟାରେ ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟୟ, ଓଡ଼ିଶା ଜୈବ ବିବିଧତା ବୋର୍ଡ ଅଧ୍ୟକ୍ଷ ମାଲୋଥ୍‌ ମୋହନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଫୁଲରେ ରଙ୍ଗୋଲି ସାଙ୍ଗକୁ ପନିପରିବାରେ ଆଖି ଝଲସିଗଲା ପରି ବିଭିନ୍ନ କଳା ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ପୁଷ୍ପ ପ୍ରଦର୍ଶନୀର ପ୍ରବେଶ ପଥକୁ ଫୁଲରେ କୋଣାର୍କ ମନ୍ଦିର ସଦୃଶ ଏକ ଗେଟ୍‌ କରାଯାଇଛି। ପ୍ରଥମ ଦିନରେ ପ୍ରଦର୍ଶନୀ ଦେଖିବାକୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଆସିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟେଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?