ରକ୍ତହୀନତା ଓ ଭାରତ

ବିଚିତ୍ର ବିଶ୍ୱାଳ
ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପ୍ରତି ନୀରବ ଘାତକ ଭାବେ ଉଭା ହୋଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ ଆହୁରି ଅଧିକ। ସାରା ବିଶ୍ୱର ରକ୍ତହୀନତାଗ୍ରସ୍ତ ମହିଳାମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଭାରତରେ ଦେଖାଯାଆନ୍ତି। ନ୍ୟାଶ୍‌ନାଲ ସାମ୍ପଲ୍‌ ସର୍ଭେ ସଂସ୍ଥାର ଅଧ୍ୟୟନ ଅନୁସାରେ ଆମ ଦେଶର ୫୦ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର। ସାଧାରଣତଃ ଋତୁସ୍ରାବ ସମୟରେ ମହିଳାମାନଙ୍କ ଶରୀରରୁ ବହୁ ରକ୍ତ କ୍ଷୟ ହୋଇଥାଏ। ତେଣୁ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ପରିମାଣରେ ଦେଖାଯାଏ।
ସାଧାରଣତଃ ପରିବାରର ପିଲା ଓ ପୁରୁଷମାନେ ଖାଇସାରିବା ପରେ ହଁି ମହିଳାମାନେ ଖାଇଥାନ୍ତି। ଅନେକ ସମୟରେ ମହିଳାଙ୍କ ପାଇଁ ଖାଦ୍ୟ ବହୁତ କମ୍‌ ଥାଏ। ସେମାନଙ୍କୁ କମ୍‌ ଖାଇ ଚଳେଇନେବାକୁ ପଡ଼େ। ଏହା ସେମାନଙ୍କ ରକ୍ତହୀନତାର କାରଣ ହୋଇଥାଏ। ସାମ୍ପ୍ରତିକ ସମୟରେ ନାରୀ-ପୁରୁଷ ସମାନତା ଉପରେ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରି ଲିଙ୍ଗଗତ ବିଷମତାକୁ ଦୂର କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହା ଖୁସିର ବିଷୟ। କିିନ୍ତୁ ବାସ୍ତବିକତା ହେଉଛି, ମହିଳାମାନଙ୍କୁ ପରିବାର ସ୍ତରରେ ସମାନ ସୁଯୋଗ ମିଳୁନାହଁି।
ମହିଳା ସଶକ୍ତୀକରଣ ଉପରେ ଯାହା ବି ଆଲୋଚନା ହେଉଛି, ତାହା ମୁଖ୍ୟତଃ ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ସଶକ୍ତୀକରଣକୁ କେନ୍ଦ୍ରକରି। ସେମାନଙ୍କର ସ୍ବାସ୍ଥ୍ୟ ଅଧିକାର ବିଷୟରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନାହିଁ। ସନ୍ତାନ ପ୍ରଜନନ ଓ ଲାଳନପାଳନର ମୁଖ୍ୟ ଦାୟିତ୍ୱ ମହିଳାମାନଙ୍କ ଉପରେ ନ୍ୟସ୍ତ ଥାଏ ଓ ସେଥିପାଇଁ ସେମାନଙ୍କର ସ୍ବାସ୍ଥ୍ୟ ଠିକ୍‌ ରହିବା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେମାନଙ୍କ ସ୍ବାସ୍ଥ୍ୟ ଉପରେ କେହି ଗୁରୁତ୍ୱ ଦିଅନ୍ତି ନାହିଁ। ଘରେ ଗୋଟିଏ ପୁଅର ଦେହ ଖରାପ ହେଲେ ଯେତେ ଶୀଘ୍ର ତା’ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଏ, ଝିଅ କ୍ଷେତ୍ରରେ ସେହିପରି କରାଯାଏ ନାହଁି।
ଏଥିସହିତ ଉପଯୁକ୍ତ ମାନ ଓ ପରିମାଣର ପନିପରିବା ଓ ଖାଦ୍ୟ ନ ଖାଇବା ବି ରକ୍ତହୀନତାର ଏକ କାରଣ। ରକ୍ତହୀନତାର ପ୍ରାରମ୍ଭିକ ଲକ୍ଷଣ ଭାବେ ସାଧାରଣତଃ ମୁଣ୍ଡବିନ୍ଧା, ହାଲିଆ ଲାଗିବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ପରି ଲକ୍ଷଣ ଦେଖାଯାଇଥାଏ, ଯାହାକୁ ମହିଳାମାନେ ଠିକ୍‌ ଭାବେ ଜାଣିପାରନ୍ତି ନାହଁି। ଠିକ୍‌ ସମୟରେ ରକ୍ତହୀନତାକୁ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନ ନେଲେ ଏହା ପରେ ଅଧିକ ବିପଦର କାରଣ ହୋଇଥାଏ। ଲୌହସାରର ଅଭାବ ମୁଖ୍ୟତଃ ଶରୀରରେ ରକ୍ତହୀନତା ସୃଷ୍ଟି କରିଥାଏ। ତେଣୁ ମହିଳାଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାର ଶାଗ, ସବୁଜ ପନିପରିବା ଆଦି ରହିବା ଦରକାର।
ମହିଳାମାନଙ୍କ ପାଇଁ ବୟସର ବିଭିନ୍ନ ଅବସ୍ଥାରେ ପୁଷ୍ଟିଯୁକ୍ତ ସନ୍ତୁଳିତ ଆହାର ବ୍ୟବସ୍ଥା କରାଇପାରିଲେ ଏହି ନୀରବ ଘାତକ କବଳରୁ ସେମାନଙ୍କୁ ରକ୍ଷା କରିହେବ। ବିଶେଷକରି ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ କ୍ଷେତ୍ରରେ ଉପଯୁକ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଇବା ଏକାନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଆବଶ୍ୟକ। ତେଣୁ ସେମାନଙ୍କୁ ଲୌହ ବଟିକା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ହେଲେ ଆମ ଦେଶରେ ଗ୍ରାମାଞ୍ଚଳରେ ଦେଖାଯାଏ ଯେ, ଗର୍ଭବତୀ ମହିଳାମାନେ ଲୌହବଟିକା ନ ଖାଇ ଫୋପାଡ଼ି ଦେଇଥାନ୍ତି। ଏହି ଅଭ୍ୟାସରେ ପରିବର୍ତ୍ତନ ଆବଶ୍ୟକ। କାରଣ ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଦେଖାଦେଲେ ମା’ ଓ ଶିଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ଥାଏ। ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଦେଖାଦେଲେ ଗର୍ଭପାତ ଆଶଙ୍କା ମଧ୍ୟ ଦେଖାଯାଇଥାଏ। ଗର୍ଭସ୍ଥ ଶିଶୁର ବିକାଶ ଠିକ୍‌ ଭାବେ ହୋଇ ନ ଥାଏ।
ଆମ ଦେଶରେ ଦେଖାଯାଉଥିବା ମାତୃ ମୃତ୍ୟୁର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ରକ୍ତହୀନତା ପ୍ରମୁଖ। ତଥ୍ୟ ଅନୁସାରେ ଆମ ଦେଶରେ ୨୦ରୁ ୪୦ ପ୍ରତିଶତ ମାତୃମୃତ୍ୟୁର ଅନ୍ତର୍ନିହିତ କାରଣ ଗର୍ଭଧାରଣ ଅବସ୍ଥାରେ ରକ୍ତହୀନତା। ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଉଥିବା ମାତୃମୃତ୍ୟୁର ୮୦ ପ୍ରତିଶତ କେବଳ ଭାରତରେ ହୋଇଥାଏ, ଯାହାର ମୁଖ୍ୟ କାରଣ ଗର୍ଭାବସ୍ଥାରେ ରକ୍ତହୀନତା। ରକ୍ତହୀନତାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ। କେବଳ ସରକାର ନୁହେଁ, ପରିବାର ସ୍ତରରେ ମଧ୍ୟ ଆମକୁ ମହିଳାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଅଧିକ ଦାୟିତ୍ୱବାନ୍‌ ହେବାକୁ ପଡ଼ିବ।
ରକ୍ତହୀନତା ଦୂରକରିବା ପାଇଁ ସରକାରଙ୍କ ତରଫରୁ ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ ‘ରକ୍ତହୀନତାମୁକ୍ତ ଭାରତ’ ଓ ‘ପୋଷଣ ଅଭିଯାନ’ ଆରମ୍ଭ କରାଯାଇଛି। ଏହି ଦୁଇଟି କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ, ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ଅନ୍ତତଃପକ୍ଷେ ବର୍ଷକୁ ୩ ପ୍ରତିଶତ ହାରରେ ରକ୍ତହୀନତା କମ୍‌ କରିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?