Posted inଫୁରସତ

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ। ଅବଶ୍ୟ ଏହା ଆଜିକାଲିର ଘଟଣା ନୁହେଁ। ୧୯୧୬, ସେପ୍ଟେମ୍ବର ୧୩ରେ ଆମେରିକାର ଟେନେସି ରାଜ୍ୟରେ ମେରି ନାମକ ଏକ ହାତୀକୁ ପ୍ରାୟ ୨ହାଜର ଲୋକଙ୍କ ସମ୍ମୁଖରେ ପାଶୀ ଦିଆଯାଇଥିବା କୁହାଯାଏ। ଏହା ପ୍ରାଣୀଙ୍କ ପ୍ରତି କ୍ରୁରତା କୁହାଯାଇପାରେ। ଏହା ପଛର କାରଣ ମଧ୍ୟ ଥିଲା ରୋଚକ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କୁହାଯାଏ ଚାର୍ଲି ସ୍ପାର୍କ ନାମକ ଜଣେ ବ୍ୟକ୍ତି ‘ସ୍ପର୍କସ୍‌ ଓ୍ବାର୍ଲଡ ଫେମଶ ଶୋ’ ନାମରେ ଏକ ସର୍କସ ଗଢିଥିଲେ। ଯେଉଁଥିରେ ୫ଟନ୍‌ ଓଜନର ହାତୀ ମେରି ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲା। ହେଲେ କୌଣସି କାରଣ ବଶତଃ ଦିନେ ତା’ର ମାହୁନ୍ତ ସର୍କସ ଛାଡି ଦେବାରୁ ମେରି ପାଇଁ ସର୍କସ ମାଲିକ ଆଉ ଜଣେ ନୂଆ ମାହୁନ୍ତଙ୍କୁ ଆଣିଲେ। ହେଲେ ସେ ତାଙ୍କ ବୋଲ ମାନିବାକୁ ଯେମିତି ରାଜି ନ ଥିଲା। ଦିନେ ସର୍କସର ପ୍ରମୋଶନ ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ସର୍କସରେ ଥିବା ସବୁ ହାତୀ ସେଠାରେ ପହଞ୍ଚିଥିଲେ। ହେଲେ ମେରି ପାଖରେ କିଛି ଖାଦ୍ୟ ଦେଖି ତା’ ଆଡକୁ ଅଗ୍ରସର ହେବାରୁ ନୂଆ ମାହୁନ୍ତ ଜଣଙ୍କ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସେ ନ ଅଟକି ଆଗକୁ ବଢିବାରୁ ମାହୁନ୍ତ ତା କାନରେ ଆଘାତ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ହାତୀଟି ଘଟଣାସ୍ଥଳରେ ନୂଆ ମାହୁନ୍ତଙ୍କୁ ଗୋଡରେ ଦଳି ମାରି ଦେଇଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଜନତା ମେରିକୁ ମୃତ୍ୟୁଦଣ୍ଡ ଦେବାକୁ ସର୍କସ ମାଲିକଙ୍କ ନିକଟରେ ଦାବି କରିଥିଲେ। କିଏ କହିଥିଲେ ତାକୁ କରେଣ୍ଟ ଦେଇ ମାରି ଦିଆଯାଉ ତ ଆଉ କିଏ କହିଥିଲେ ତାକୁ ଟ୍ରେନ୍‌ରେ ଆଘାତ ଦେଇ ମାରି ଦିଆଯାଉ। ବହୁ ବାଦବିବାଦ ପରେ ଶେଷରେ ଜନତାଙ୍କ ନିକଟରେ ହାରି ଯାଇଥିଲେ ସର୍କସ ମାଲିକ ଓ ମେରିକୁ ପ୍ରାୟ ୨ହଜାର ଜନତାଙ୍କ ସାମ୍ନାରେ ଫାଶୀ ଦିଆଯାଇଥିବା କୁହାଯାଏ। ଏଥିପାଇଁ ମାଲିକ ୧୦୦ଟନ ଭାର ଉଠାଇ ପାରିବା ଭଳି କ୍ରେନ୍‌ର ବ୍ୟବସ୍ଥା କରି ମେରିକୁ ଫାଶୀ ଦେଇଥିବା କୁହାଯାଏ। ଇତିହାସରେ ଏହା ପ୍ରାଣୀଙ୍କ ପ୍ରତି ନିଷ୍ଠୁର କ୍ରୁରତା ଭାବେ ବର୍ଣ୍ଣନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri