ଯୁବତୀଙ୍କୁ ଗଳାକାଟି ହତ୍ୟା, ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

ପାଇକମାଳ,୧୬ା୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ଥାନା ଜର୍ଜଗଡ଼ ଗ୍ରାମ ନିକଟ ଏକ ନାଳ ପାଖରେ ଗୁରୁବାର ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଯୁବତୀ ଜଣକ ହେଲେ, ଉକ୍ତ ଗ୍ରାମର ନମିତା ଶତନାମୀ (୨୦)। ସେ ଆଜି ପୂର୍ବାହ୍ନରେ ନିକଟସ୍ଥନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ପୂର୍ବରୁ ସେ ନାଳ ପାରି ହୋଇ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ କେହି ଜଣେ ଦୁର୍ବୃତ୍ତ ନମିତାଙ୍କ ତଣ୍ଟି କାଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ସେତେବେଳେ ନାଳର ଗାଧୁଅ ତୁଠରେ ଥିବା ଭଉଣୀ ସରୋଜିନୀ ମୃତ ନମିତାଙ୍କ ଚିତ୍କାର ଶୁଣି ସେଠାକୁ ଧାଇଁଥିଲେ ଏବଂ ଦୁର୍ବୃତ୍ତଙ୍କ ହାତକୁ ଟାଣିଥିଲେ। ତେବେ ଦୁର୍ବୃତ୍ତ ଜଣକ ସରୋଜିନୀଙ୍କୁ ବି ଛାଡ଼ି ନ ଥିଲେ। ଘାଟରେ ବସି ଥିବା ନମିତାଙ୍କ ସାନ ଭଉଣୀ ସରୋଜିନୀ ଶତନାମୀଙ୍କୁ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri