ଯୁଦ୍ଧଠୁ କମ୍‌ ନୁହେଁ ପ୍ରତିଦ୍ୱନ୍ଦ୍ୱିତା

ନ୍ୟୁୟର୍କ,୯ା୫: ୧୯୬୧ରେ ସୋଭିଏଟ ସଂଘ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବା ପରେ ଆମେରିକାର ଆମତ୍ବିଶ୍ୱାସ ଉପରେ ବିଦ୍ୟୁତ୍‌ ଆଘାତ ଭଳି ଝଟକା ଲାଗିଥିଲା। ଏବେ ଯଦି ଚାଇନା କୋଭିଡ୍‌-୧୯ ଭାକ୍‌ସିନ ସଫଳତାର ସହ ବିକଶିତ କରେ ତେବେ ଆମେରିକାର ସମ୍ମାନକୁ ଅନୁରୂପ ଧକ୍କା ଲାଗିବ। ଏଥିଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନା ଭାଇରସ୍‌ରୁ ମୁକ୍ତି ଲାଗି ଟିକା ବାହାର କରିବା ନେଇ ଚାଲିଥିବା ଗବେଷଣାକୁ ପ୍ରୋତ୍ସାହନ ଦେଉଛନ୍ତି। ଏ ସମ୍ପର୍କିତ ଉଦ୍ୟମ ‘ଅପରେଶନ ଓ୍ବାର୍ପ ସ୍ପିଡ୍‌’ ସମସ୍ତ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ, ସରକାରୀ ସଂସ୍ଥା ଓ ସେନାକୁ ଏକାଠି କରିଛି। ସେହିପରି ଚାଇନା ମଧ୍ୟ କୋଭିଡ୍‌ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଛି। ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟଠୁ ନେଇ ୫-ଜି ନେଟ୍‌ଓ୍ବର୍କର କାର୍ଯ୍ୟକାରିତା ପର୍ଯ୍ୟନ୍ତ ସବୁକିଛିକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ ଧରିଥିବାବେଳେ କରୋନା ଭାକ୍‌ସିନ ଉଦ୍ଭାବନ କ୍ଷେତ୍ରରେ ପୁଣିଥରେ ମୁହଁାମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ।
କରୋନା ଭାଇରସ୍‌ ବିରୋଧରେ ଭାକ୍‌ସିନ ବାହାର କରିବା ନେଇ ବାଜି ଅଧିକ ଦିନ ରହି ନ ପାରେ। ଅଳ୍ପ କିଛିମାସ ମଧ୍ୟରେ ଏହି ରୋଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବାବେଳେ ବିଶ୍ୱବ୍ୟାପୀ ଅର୍ଥନୀତିକୁ ଉଜାଡ଼ି ଦେଇଛି। ଅନେକ ନେତା ବୈଶ୍ୱିକ ସହଯୋଗିତା ନେଇ କହୁଥିବାବେଳେ ଏହା ଉପରେ ଜାତୀୟ ସ୍ବାର୍ଥର ଆଧିପତ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଯେଉଁ ସରକାର ଆର୍ଥିକ ଲାଭକୁ ନ ଦେଖି ଯାନ୍ତ୍ରିକ ବିଜ୍ଞାନର ପରାକ୍ରମକୁ ସ୍ବୀକୃତି ଓ ଅନ୍ତର୍ଜାତୀୟ ପ୍ରଭାବ ପାଇଁ ନିଜ ଦେଶର କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରିପାରିବେ ଏହି କ୍ଷେତ୍ରରେ ଆଗରେ ରହିବେ। ଯଦି ସେହି ସରକାର ବେଜିଂରେ ରହିଥାଏ ତେବେ ଏହାର ପ୍ରଭାବ ପ୍ରାୟ ୬୦ ବର୍ଷ ପୂର୍ବେ ୟୁରି ଗାଗାରିନ୍‌ଙ୍କ ମହାକାଶ ଯାତ୍ରା ଭଳି ହେବ। ବର୍ତ୍ତମାନ ଆମେରିକା ଓ ଚାଇନା ମଧ୍ୟରେ ଲାଗିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ସବୁକିଛିକୁ ଅନ୍ତର୍ଜାତୀୟ ରାଜନୀତି ବିକୃତ କରିଦେଇଛି ବୋଲି ନ୍ୟୁୟର୍କସ୍ଥିତ କାଉନ୍‌ସିଲ ଅନ୍‌ ଫରେନ୍‌ ରିଲେଶନ୍ସରେ ସାଇବର ସିକ୍ୟୁରିଟି ଓ ବିଶ୍ୱ ସ୍ବାସ୍ଥ୍ୟ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟରତ ଡାଭିଡ୍‌ ଫିଡ୍‌ଲର କହିଛନ୍ତି। ତାଙ୍କ ମତରେ ବେଜିଂ ପ୍ରଥମେ କରୋନା ଭାକ୍‌ସିନ ପ୍ରସ୍ତୁତ କଲେ ଚାଇନା ଏହାକୁ ଭୂରାଜନୈତିକ ଆଧାରରେ ଅସ୍ତ୍ର ଭାବେ ବ୍ୟବହାର କରିବ ବୋଲି ଆମେରିକାର ଚିନ୍ତା ବଢ଼ିଯାଇଛି।
ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଭାକ୍‌ସିନ ପ୍ରସ୍ତୁତି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଯେପରି ବଢ଼ିବାରେ ଲାଗିଛି ସେପରି ସମୟବଦ୍ଧ ଭାବେ କୌଣସି ଟିକା ଅଦ୍ୟାବଧି ବାହାରି ନାହିଁ। କେତେ ମାସ ବା କେତେ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳତା ମିଳିବ ତାହା କହିବା କଷ୍ଟକର। ଏହି ପ୍ରକ୍ରିୟା ସହ ଜଡ଼ିତ ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ଯେ, କରୋନା ଭାକ୍‌ସିନ ଚଳିତ ବର୍ଷ ଶେଷ ସୁଦ୍ଧା ଏକୁଟିଆ କୌଣସି ଦେଶ ଦ୍ୱାରା ବିକଶିତ ହେବ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ସଫଳତା ସ୍ବାଦ ଅପେକ୍ଷା ବିଫଳତାର ନୈରାଶ୍ୟ ଅଧିକ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିକଟରେ କହିଥିଲେ, ତାଙ୍କ ଦେଶ ଉଭୟ ବ୍ରିଟେନ ଓ ଅଷ୍ଟ୍ରେଲିଆ ସହ ମିଶି ଭାକ୍‌ସିନ୍‌ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଛି। କିଏ ଆଗେ ସଫଳ ହେବ ତାହା ବଡ଼ କଥା ନୁହେଁ। ଯଦି ଅନ୍ୟ କୌଣସି ରାଷ୍ଟ୍ର ପ୍ରଥମେ ସଫଳତା ହାସଲ କରେ ତେବେ ସେ ସମ୍ପୃକ୍ତ ଦେଶକୁ ସମ୍ମାନ ଜଣାଇବେ। କାରଣ ଭୂତାଣୁରୁ ମୁକ୍ତି ପାଇଁ ଭାକ୍‌ସିନ ଜରୁରୀ। ସେହିପରି ସ୍ବାସ୍ଥ୍ୟ ସଚିବ ଆଲେକ୍ସ ଆଜାରଙ୍କ ମତରେ ଭାକ୍‌ସିନ ଯେଉଁ ଦେଶ ଉଦ୍ଭାବନ କରୁ ନା କାହିଁକି ଆମେରିକା ନିଜେ ଏହାର ଉତ୍ପାଦନ ଆରମ୍ଭ କରିବା ନେଇ ଆଶାବାଦୀ। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଅଭିଯୋଗକୁ ମଧ୍ୟ ଶୁଣାଯିବା ଦରକାର। ବର୍ଲିନ ସରକାରଙ୍କ ଅଭିଯୋଗ ହେଉଛି, ଆମେରିକା ‘ଆଧୁନିକ ଚୋରା ବ୍ୟବସାୟ’ରେ ଲିପ୍ତ। ଜର୍ମାନୀ ପାଇଁ ଉଦ୍ଦିଷ୍ଟ କେତେକ ସୁରକ୍ଷାମତ୍କ ଉପକରଣ ଜାହାଜରେ ଆସୁଥିବାବେଳେ ଆମେରିକା ତାକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିବାବେଳେ ଓ୍ବାଶିଂଟନ ଏହାକୁ ଖଣ୍ଡନ କରିଛି। ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ମଙ୍ଗଳବାର କହିଥିଲେ, ତାଙ୍କ ଦେଶର ଭାକ୍‌ସିନ ପ୍ରୋଗ୍ରାମ ଆମେରିକୀୟଙ୍କ ପାଇଁ ଉଦ୍ଦିଷ୍ଟ। ଟ୍ରମ୍ପ୍‌ ପ୍ରଶାସନ ଜାନୁୟାରୀ ସୁଦ୍ଧା ଲୋକଙ୍କୁ ୩୦୦ ନିୟୁତ ଡୋଜ୍‌ ଟିକା ଦେବା ପାଇଁ ଟାର୍ଗେଟ ରଖିଛି। ଅନ୍ୟପକ୍ଷରେ ଚାଇନାର ଗବେଷଣା ପ୍ରକ୍ରିୟା ଅଧିକ ଉନ୍ନତ। କରୋନା ଭାକ୍‌ସିନର ପ୍ରୟୋଗାମତ୍କ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ୫୦୮ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଚାଇନିଜ୍‌ ଏକାଡେମୀ ଅଫ୍‌ ମିଲିଟାରି ମେଡିକାଲ୍‌ ସାଇନ୍ସେସ୍‌ ଏହାକୁ ତିଆଞ୍ଜିନସ୍ଥିତ କାନ୍‌ସିନୋ ବାୟୋଲୋଜିକ୍ସ କମ୍ପାନୀ ସହ ମିଶି ବିକଶିତ କରୁଛି। ଏହି ପରୀକ୍ଷଣର ଫଳାଫଳ ଚଳିତମାସ ଆସିଯିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ରୁଷିଆ ପକ୍ଷରୁ ୪ ପ୍ରକାର ଭାକ୍‌ସିନ ଉଦ୍ଭାବନ ପାଇଁ ପ୍ରସ୍ତୁତି ଚାଲିଛି। ଏକଦା ସୋଭିଏଟ୍‌ ପାଇଁ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥିବା ନୋଭୋସିବିର୍ସ୍କ ଭେକ୍ଟର ଲାବରେଟୋରି ମଧ୍ୟ ଏହି ମିଶନରେ ନିୟୋଜିତ ହୋଇଛି। କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ନିର୍ଭରଶୀଳ ନ ହୋଇ ନିଜ ଦ୍ୱାରା ପ୍ରସ୍ତୁତ ଟିକା ରୁଷିଆବାସୀଙ୍କୁ ଦେଇ ଆରୋଗ୍ୟ କରିବା ଏହାର ଲକ୍ଷ୍ୟ ବୋଲି ଜଣେ ଗବେଷକ କହିଛନ୍ତି। ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ନିଜ ନିଜ ଉପାୟରେ ଗବେଷଣା କ୍ଷେତ୍ରରେ ମନୋନିବେଶ କରିଛନ୍ତି। ଜର୍ମାନୀ ଚାନ୍ସଲର ଆଞ୍ଜେଲା ମର୍କେଲଙ୍କ ମତରେ ଏହି ମହାମାରୀ ସାରା ବିଶ୍ୱ ପାଇଁ ଏକ ଆହ୍ବାନ ହୋଇଥିବାରୁ ଏଥିରୁ ମୁକ୍ତି ପାଇଁ ବୈଶ୍ୱିକ ସ୍ତରରେ ସମାଧାନ ଜରୁରୀ। ତେଣୁ ନୂଆ ଗବେଷଣା ପାଇଁ ଆମେ ପ୍ରସ୍ତୁତ। ତେବେ ଆରମ୍ଭରେ ଏକତା କଥା କହି ସଫଳତା ହାସଲ ପରେ କୌଣସି ଦେଶ ନିଜ ପ୍ରତିଶ୍ରୁତି ରକ୍ଷା କରି ନ ଥିବା ଅତୀତର ଅନୁଭୂତିରୁ ଜଣାପଡ଼େ। ୨୦୦୯ରେ ଏଚ୍‌୧ଏନ୍‌୧ ଫ୍ଲୁ ମହାମାରୀ ମାଡ଼ି ଚାଲିଥିବାବେଳେ ସରକାରମାନେ ପରସ୍ପର ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ମିଳିତ ଘୋଷଣାନାମା ଜାରି କରିଥିଲେ। ହେଲେ ସଫଳତା ମିଳିବା ପରେ ଶ୍ରେୟ ନେବା ପାଇଁ ଷଡ଼ଯନ୍ତ୍ରର କାଦୁଅଫିଙ୍ଗା ପର୍ବ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆମେରିକାର ମାନବହିତୈଷ୍ଣୀ ଶିଳ୍ପପତି ବିଲ୍‌ ଗେଟ୍ସଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ। ତାଙ୍କ ଭାଷାରେ କୋଭିଡ୍‌-୧୯ ଏକ ଯୁଦ୍ଧ ସଦୃଶ, ଯେଉଁଠି ଆମେ ସମସ୍ତେ ଗୋଟିଏ ପଟେ ଲଢ଼ୁଥିବାବେଳେ ଅନ୍ୟପଟେ ରହିଛି କେବଳ ଘାତକ ମହାମାରୀ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri