Posted inTrending, ଖେଳ

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି ଏକ ରେକର୍ଡ କରିପାରନ୍ତି, ଯାହା ଅଧିନାୟକ ଭାବେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ କରିପାରି ନ ଥିଲେ। ଶ୍ରେୟସଙ୍କ ପାଖରେ ଭାରତୀୟ ଟି-୨୦ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି।

ଭାରତ ପାଇଁ ଟି-୨୦ ଅଧିନାୟକ ଭାବେ କ୍ରମାଗତ ଭାବେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ରହିଛି। ୨୦୨୪ରେ ରୋହିତଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୧୧ଟି ଟି-୨୦ ମ୍ୟାଚ ଜିତିଥିଲା। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ମଧ୍ୟରେ ରୋହିତ ନିଜ ଅଧିନାୟକତ୍ୱରେ ଭାରତକୁ କ୍ରମାଗତ ୧୪ଟି ଟି-୨୦ ମ୍ୟାଚ୍‌ରେ ବିଜୟ ଦେଇଥିଲେ। ଅର୍ଥାତ୍‌ ଭାରତୀୟ ଟି-୨୦ ଅଧିନାୟକ ଭାବେ ରୋହିତ ଦୁଇଥର ୧୦ରୁ ଅଧିକ ମ୍ୟାଚ କ୍ରମାଗତ ଭାବେ ଜିତିବାର କାରନାମା କରିଛନ୍ତି।
ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମଧ୍ୟ ଭାରତ ଟି-୨୦ରେ କ୍ରମାଗତ ୯ଟି ଲେଖାଏମ୍ୟାଚ ଜିତିଛି। ବିରାଟ ୨୦୧୯-୨୦ରେ ଏହି ରେକର୍ଡ କରିଥିବା ବେଳେ ସୂର୍ଯ୍ୟକୁମାର ଗତ ବର୍ଷ ଅଧିନାୟକ ଭାବେ କ୍ରମାଗତ ୯ଟି ଟି-୨୦ ମ୍ୟାଚ ଜିତିଥିଲେ।

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଶ୍ରେୟସ ଆୟର ମଧ୍ୟ ଏବେ ସେହି ତାଲିକାରେ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୯ଟି ଟି-୨୦ ମ୍ୟାଚ ଜିତିସାରିଛି। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍‌ର ଟି-୨୦ ସିରିଜ ଶ୍ରେୟସଙ୍କ ପାଇଁ ଏକ ବଡ଼ ପରୀକ୍ଷା। ଯଦି ଭାରତ ତାଙ୍କ ନେତୃତ୍ୱରେ ସିରିଜ୍‌ର ସମସ୍ତ ୫ଟି ମ୍ୟାଚ ଜିତି କ୍ଲିନ ସୁଇପ କରେ, ତେବେ ଶ୍ରେୟସଙ୍କ ନାଁରେ କ୍ରମାଗତ ୧୪ଟି ଟି-୨୦ ବିଜୟ ହୋଇଯିବ।

ଏହା ସହିତ ସେ ରୋହିତ ଶର୍ମାଙ୍କ ୧୪ଟି କ୍ରମାଗତ ଟି-୨୦ ବିଜୟର ରେକର୍ଡର ସମକକ୍ଷ ହେବେ। ଏଭଳି ହେଲେ ଶ୍ରେୟସ ଭାରତର ଦ୍ୱିତୀୟ ଟି-୨୦ ଅଧିନାୟକ ହେବେ, ଯାହାଙ୍କ ନେତୃତ୍ୱରେ ଦଳ କ୍ରମାଗତ ୧୦ରୁ ଅଧିକ ମ୍ୟାଚ ଜିତିଥିବ।

ଏବେ ନଜର ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଉପରେ। ଶ୍ରେୟସ ଆୟର ରୋହିତଙ୍କ ରେକର୍ଡର ସମକକ୍ଷ ହୋଇପାରୁଛନ୍ତି କି ନାହିଁ, ତାହା ଦେଖିବା ରୋଚକ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?