ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍‌ ବା କିଙ୍ଗ୍‌ଷ୍ଟାର ସୁବାସ ବେହେରା। ଆଉ ମାମା’ ହେଉଛନ୍ତି ତାଙ୍କ ବିପକ୍ଷରେ ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିଥିବା ଜଲିଉଡ୍‌ର ଅନ୍ୟତମ ଚୁଲ୍‌ବୁଲି ଅଭିନେତ୍ରୀ। ଆଜି ମଞ୍ଚ ଉପରେ ସୁବାସ-ମାମାଙ୍କ ଯୋଡ଼ିକୁ ଦେଖି ତାଳି ମାରୁଥିବା ଅନେକ ଯାତ୍ରାପ୍ରେମୀ ହୁଏତ ଏକଥା ଜାଣି ନ ଥିବେ ଯେ, ଏହି ଯୋଡ଼ିର ଆରମ୍ଭ ହୋଇଥିଲା ଆଜିକୁ ଠିକ୍‌ ପାଞ୍ଚବର୍ଷ ପୂର୍ବେ; ଅର୍ଥାତ୍‌ ୨୦୧୪ ମସିହାରେ ତତ୍କାଳୀନ ଯାତ୍ରାନୁଷ୍ଠାନ ‘ବିଶ୍ୱ ରଙ୍ଗମହଲ’ର ଦ୍ୱିତୀୟ ବର୍ଷରେ। ନାଟକ ଥିଲା ‘ଶୂନ ଫୋଟକା’। ଏହାପୂର୍ବରୁ ମାମା କମେଡ଼ି ତଥା ସାଇଡ୍‌ରେ ଉଭୟ ପଜିଟିଭ୍‌, ନେଗେଟିଭ୍‌ ଭୂମିକାରେ ଅଭିନୟ କରିସାରିଥିଲେ। ହେଲେ ନାୟିକା ସାଜି ନ ଥିଲେ। ତେବେ ତାଙ୍କୁ ସିଧାସଳଖ ନାୟିକା ଭାବରେ ନେବା ରିସ୍କ ତ ଥିଲା। ତେବେ ମାମାଙ୍କ ଅଭିନୟ ଉପରେ ଭରସା ଥିଲା। ତାଙ୍କ ଭିତରେ ଯେ ନାୟିକା ହେବାର ଉପାଦାନ ରହିଛି ସେ କଥା ସେତେବେଳକୁ ଜଣା ପଡ଼ିସାରିଥିଲା। ତେଣୁ ନିର୍ଦ୍ଦେଶକ, ପ୍ରଯୋଜକ ମାମାଙ୍କୁ ନାୟିକା ଭାବରେ ସୁଯୋଗ ଦେଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ସୁବାସ-ମାମା ଯୋଡ଼ି। ‘ଶୂନ ଫୋଟକା’ରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଇତିମଧ୍ୟରେ ଦର୍ଶକଙ୍କୁ ବହୁ ସଫଳ ନାଟକ ଭେଟି ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ସ୍ତ୍ରୀମାନେ ସାବଧାନ’, ‘ଯିଏ ବାହା ହବ ସିଏ ମରିବ’, ‘ତୋ ଚାରିଖୁରାକୁ ଜୁହାର’, ‘କଥା ଉଠିଛି ତୋ ନଁାରେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ‘ଦେଖିଲେ ଜାଣିବ ଦରଦ କେତେ’, ‘ମୋ ଠିକଣା ମୋତେ ଅଜଣା’, ‘ଧରମ ସ୍ତ୍ରୀ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ମାମାଙ୍କ ସମ୍ପର୍କରେ ସୁବାସ କହନ୍ତି : ‘ମାମା ଜଣେ ନିଷ୍ଠାପର ଅଭିନେତ୍ରୀ। ସେ ସବୁବେଳେ ଶିଖିବାକୁ ଚାହେଁ। ସେ ଗୋଟେ କଞ୍ଚାମାଟିର ପିଣ୍ଡୁଳା। ଯାହା ଶିଖେଇଲେ ଶିଖେ। ନ ଶିଖିବା ପର୍ଯ୍ୟନ୍ତ ଲାଗିଥାଏ। ଆଜିକାଲି ଅନେକ ଅଭିନେତ୍ରୀ ବର୍ଷେ ଦୁଇବର୍ଷ ନାୟିକା ହେବା ପରେ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି। ହେଲେ ମାମା ସେସବୁଠୁ ଦୂରରେ। ତେଣୁ ମୋର ବିଶ୍ୱାସ ଯଦି ମାମା ତା’ର ଏହି ଗୁଣକୁ ଧରି ବାଟ ଚାଲିବ ତା’ହେଲେ ସେ ଦିନେ ନା ଦିନେ ନମ୍ବର ଓ୍ବାନ୍‌ ନାୟିକାର ଶିଡ଼ି ଚଢ଼ିବ। ଆଉ ଟୁନୀ ଭଳି ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରିବ।’ ସେମାନଙ୍କ ଯୋଡ଼ିର ଏକାଧିକ ସଫଳ ନାଟକ ରହିଥିଲେ ମଧ୍ୟ ‘କେମିତି ରାତି ସେ କେମିତି ସାଥୀ’ ନାଟକଟିକୁ ସବୁଠାରୁ ସଫଳ ବୋଲି କହନ୍ତି ସୁବାସ। କାରଣ ଏଥିରେ ସେମାନଙ୍କ ସ୍ବାମୀ ସ୍ତ୍ରୀର ଅଭିନୟ ଏତେ ଜୀବନ୍ତ ହୋଇଛି ଯେ, ଦର୍ଶକମାନେ ଅଭିନୟରୁ ନିଜ ନିଜର ସଂସାରକୁ ଖୋଜି ପାଆନ୍ତି।
ଅଭିନେତା ତଥା ନାୟକ ସୁବାସଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ଚରିତ୍ରକୁ ବୁଝି ତାହାକୁ ଉଚିତ ନ୍ୟାୟ ଦେବାରେ ସେ ଜଣେ ସଫଳ କଳାକାର। ସେ ମଞ୍ଚକୁ ଆସିଲେ ଟ୍ରାଜେଡିର ବନ୍ୟା ବହେ। ସୁବାସ କହନ୍ତି : ‘ସମସ୍ତଙ୍କ ଜୀବନରେ ଟ୍ରାଜେଡି ବା ଲୁହ ହେଉଛି ଶେଷକଥା। ଯେତେବେଳେ ସବୁ ସରିଯାଏ ସେତେବେଳେ ଲୁହ ବାହାରେ। ଏମିତି ଚରିତ୍ର ସବୁ କରିବା ବେଳେ ମୁଁ ଏକାକାର ହୋଇଯାଏ ସେହି ଚରିତ୍ରମାନଙ୍କ ସହିତ। ଥରୁଟେ ଏକାକାର ହୋଇଗଲା ପରେ ଆଉ କାନ୍ଦିବାକୁ ପଡ଼େନାହିଁ। ମନକୁ ମନ ଛାତିରୁ ଆଖିବାଟ ଦେଇ ଲୁହ ସବୁ ବାହାରକୁ ଝରିଯାଏ।’ ଚଳିତ ବର୍ଷ ପରି ଆସନ୍ତା ୨୦୧୯-୨୦ ଯାତ୍ରା ଋତୁରେ ମଧ୍ୟ ଏହି ଯୋଡ଼ି ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରଯୋଜକ ସତ୍ୟ ଜେନା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri