ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ଦାବିରେ ଗଣ ସମ୍ମଳନୀ : ଆଗାମୀ ଦିନରେ ଜୋରଦାର କରାଯିବ ଆନ୍ଦୋଳନ

ଯାଜପୁର ରୋଡ,୫ା୮(ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ଭୀମସେନ ପ୍ୟାଲେସଠାରେ ରବିବାର ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ଆବାହକ ସନ୍ତୋଷ ଦାସ, ସିପିଆଇଏମ୍‌ ନେତା ପ୍ରଫୁଲ୍ଲ ନାୟକ, ଆଇଏନଟିୟୁସିର ଜିଲା ସଭାପତି ବିଦ୍ୟାଧର ମହାନ୍ତି, ଆଇନଜୀବୀ ପ୍ରଫୁଲ୍ଲ ପାଢ଼ୀ ଓ ବ୍ୟାସନଗର ପୌର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ରେଳପଥ ନିର୍ମାଣ ହେଲେ ଯାଜପୁର, ଆରଡି, ଧାମରା ପରି ୩ ତୀର୍ଥସ୍ଥାନକୁ ଗମନାଗମନ ସହାୟକ ହେବ ା ତେଣୁ ଏ ଦିଗରେ ଯାଜପୁର ଏମ୍‌ପି, ବିଧାୟକ, କୋରେଇ ବିଧାୟକ, ଭଦ୍ରକ ଏମ୍‌ପି ଓ ବିଧାୟକଙ୍କୁ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା ପାଇଁ ଘଡ଼ାଇ କହିଥିଲେ। ଏଥିସହ ଯାଜପୁର ଓ ଭଦ୍ରକ ଜିଲାର ବିଭିନ୍ନ ରାଜନୈତିକ ନେତା ଗଣ ସଂଗଠନକୁ ସାମିଲ କରିବାକୁ କହିଥିଲେ। ରେଳପଥ ନିର୍ମାଣ ସମ୍ପର୍କରେ ଦାବିପତ୍ର ସମସ୍ତ ଲୋକପ୍ରତିନିଧି ଓ ରେଲ୍‌ଓ୍ବେ ମନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଏହି ରେଳପଥ ନିର୍ମାଣ ପାଇଁ କରାଯାଇଛି। ୯୫.୯୫ କିମି ଦୈର୍ଘ୍ୟ ବିଶିଷ୍ଟ ରେଳପଥକୁ ୯୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲା। ପୂର୍ବତଟ ରେଳପଥ ପକ୍ଷରୁ ୨୦୧୫ ଏପ୍ରିଲରେ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରାଳୟ ଅଧୀନସ୍ଥ ରେଳବାଇ ବୋର୍ଡକୁ ମଞ୍ଜୁର ପାଇଁ ପଠାଯାଇଛି। ୨୦୧୯-୨୦ କେନ୍ଦ୍ର ବଜେଟରେ ବ୍ୟୟ ବରାଦ କରାଯାଇ ନ ଥିବାରୁ ରେଳପଥ ନିର୍ମାଣ କରାଯାଇ ପାରୁ ନାହିଁ ବୋଲି ଜିଲା ସମିତିର ଆବାହକ ସନ୍ତୋଷ ଦାସ କହିଥିଲେ। ରେଳପଥ ନିର୍ମାଣ ପାଇଁ ଆଗାମୀ ଦିନରେ ଯାଜପୁର ସହର ଆର୍‌ଡି ଓ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତା ଓ ସଭାସମିତି କରାଯାଇ ଜନମତ ସୃଷ୍ଟି କରାଯାଇ ଆନ୍ଦୋଳନକୁ ଜୋଦାର କରାଯିବ ା ପାଣିକୋଇଲି, ସଙ୍ଖଚିଲା ଯାଜପୁର, ମଙ୍ଗଳପୁର, ଆରଡି ପ୍ରଭୃତି ସ୍ଥାନରେ ଗଣ ସମ୍ମିଳନୀ କରାଯାଇ ଏକ ସ୍ମାରକପତ୍ର କେନ୍ଦ୍ର ରେଳମନ୍ତ୍ରୀ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏଥିସହ କେନ୍ଦ୍ର ସରକାରଙ୍କ ନିକଟକୁ ବହୁମାତ୍ରାରେ ପୋଷ୍ଟକାର୍ଡ ପଠାଇବାକୁ ସମ୍ମିଳନୀରେ ସ୍ଥିର କରାଯାଇଛି । ଯାଜପୁର, କେନ୍ଦୁଝର ଜିଲାର ବହୁ ରାଜନେତା, ବୁଦ୍ଧିଜିବୀ, ଆଇନିଜୀବୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ମହାନ୍ତି, ରାଧା ଦାସ, ବିଶ୍ୱଜିତ ମହାନ୍ତି, ପରମାନନ୍ଦ ସେଠୀ, ଆରତୀ ଦେଓ, ବାବୁଲାଲ ଗୁରୁ, ଦିଲୀପ କୁମାର ଦାସ, ଗୋକୁଳା ନନ୍ଦ ମହାନ୍ତି, ଅକ୍ଷୟ କୁମାର ଯେନା, ନିର୍ମଳ ରଥ, ଦିଗାମ୍ବର ସାହୁ ପ୍ରମୁଖଯୋଗଦେଇଥିଲେ। ଶେଷରେ ଶ୍ରମିକ ନେତା ପରମାନନ୍ଦ ସେଠୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri