ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ଦାବିରେ ଗଣ ସମ୍ମଳନୀ : ଆଗାମୀ ଦିନରେ ଜୋରଦାର କରାଯିବ ଆନ୍ଦୋଳନ

ଯାଜପୁର ରୋଡ,୫ା୮(ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ଭୀମସେନ ପ୍ୟାଲେସଠାରେ ରବିବାର ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ଆବାହକ ସନ୍ତୋଷ ଦାସ, ସିପିଆଇଏମ୍‌ ନେତା ପ୍ରଫୁଲ୍ଲ ନାୟକ, ଆଇଏନଟିୟୁସିର ଜିଲା ସଭାପତି ବିଦ୍ୟାଧର ମହାନ୍ତି, ଆଇନଜୀବୀ ପ୍ରଫୁଲ୍ଲ ପାଢ଼ୀ ଓ ବ୍ୟାସନଗର ପୌର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ରେଳପଥ ନିର୍ମାଣ ହେଲେ ଯାଜପୁର, ଆରଡି, ଧାମରା ପରି ୩ ତୀର୍ଥସ୍ଥାନକୁ ଗମନାଗମନ ସହାୟକ ହେବ ା ତେଣୁ ଏ ଦିଗରେ ଯାଜପୁର ଏମ୍‌ପି, ବିଧାୟକ, କୋରେଇ ବିଧାୟକ, ଭଦ୍ରକ ଏମ୍‌ପି ଓ ବିଧାୟକଙ୍କୁ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା ପାଇଁ ଘଡ଼ାଇ କହିଥିଲେ। ଏଥିସହ ଯାଜପୁର ଓ ଭଦ୍ରକ ଜିଲାର ବିଭିନ୍ନ ରାଜନୈତିକ ନେତା ଗଣ ସଂଗଠନକୁ ସାମିଲ କରିବାକୁ କହିଥିଲେ। ରେଳପଥ ନିର୍ମାଣ ସମ୍ପର୍କରେ ଦାବିପତ୍ର ସମସ୍ତ ଲୋକପ୍ରତିନିଧି ଓ ରେଲ୍‌ଓ୍ବେ ମନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଏହି ରେଳପଥ ନିର୍ମାଣ ପାଇଁ କରାଯାଇଛି। ୯୫.୯୫ କିମି ଦୈର୍ଘ୍ୟ ବିଶିଷ୍ଟ ରେଳପଥକୁ ୯୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲା। ପୂର୍ବତଟ ରେଳପଥ ପକ୍ଷରୁ ୨୦୧୫ ଏପ୍ରିଲରେ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରାଳୟ ଅଧୀନସ୍ଥ ରେଳବାଇ ବୋର୍ଡକୁ ମଞ୍ଜୁର ପାଇଁ ପଠାଯାଇଛି। ୨୦୧୯-୨୦ କେନ୍ଦ୍ର ବଜେଟରେ ବ୍ୟୟ ବରାଦ କରାଯାଇ ନ ଥିବାରୁ ରେଳପଥ ନିର୍ମାଣ କରାଯାଇ ପାରୁ ନାହିଁ ବୋଲି ଜିଲା ସମିତିର ଆବାହକ ସନ୍ତୋଷ ଦାସ କହିଥିଲେ। ରେଳପଥ ନିର୍ମାଣ ପାଇଁ ଆଗାମୀ ଦିନରେ ଯାଜପୁର ସହର ଆର୍‌ଡି ଓ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତା ଓ ସଭାସମିତି କରାଯାଇ ଜନମତ ସୃଷ୍ଟି କରାଯାଇ ଆନ୍ଦୋଳନକୁ ଜୋଦାର କରାଯିବ ା ପାଣିକୋଇଲି, ସଙ୍ଖଚିଲା ଯାଜପୁର, ମଙ୍ଗଳପୁର, ଆରଡି ପ୍ରଭୃତି ସ୍ଥାନରେ ଗଣ ସମ୍ମିଳନୀ କରାଯାଇ ଏକ ସ୍ମାରକପତ୍ର କେନ୍ଦ୍ର ରେଳମନ୍ତ୍ରୀ ଓ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏଥିସହ କେନ୍ଦ୍ର ସରକାରଙ୍କ ନିକଟକୁ ବହୁମାତ୍ରାରେ ପୋଷ୍ଟକାର୍ଡ ପଠାଇବାକୁ ସମ୍ମିଳନୀରେ ସ୍ଥିର କରାଯାଇଛି । ଯାଜପୁର, କେନ୍ଦୁଝର ଜିଲାର ବହୁ ରାଜନେତା, ବୁଦ୍ଧିଜିବୀ, ଆଇନିଜୀବୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ମହାନ୍ତି, ରାଧା ଦାସ, ବିଶ୍ୱଜିତ ମହାନ୍ତି, ପରମାନନ୍ଦ ସେଠୀ, ଆରତୀ ଦେଓ, ବାବୁଲାଲ ଗୁରୁ, ଦିଲୀପ କୁମାର ଦାସ, ଗୋକୁଳା ନନ୍ଦ ମହାନ୍ତି, ଅକ୍ଷୟ କୁମାର ଯେନା, ନିର୍ମଳ ରଥ, ଦିଗାମ୍ବର ସାହୁ ପ୍ରମୁଖଯୋଗଦେଇଥିଲେ। ଶେଷରେ ଶ୍ରମିକ ନେତା ପରମାନନ୍ଦ ସେଠୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri