ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବିପର୍ଯ୍ୟସ୍ତ : ଟ୍ରାଫିକରେ୍‌ ଏକ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୨ା୯(ନି.ପ୍ର.)- ଯାଜପୁର ରୋଡ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରେଳବାଇ ଫାଟକ ଘଣ୍ଟାଘଣ୍ଟା ଧରି ପଡିରହୁଥିବାରୁ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଯାଜପୁର ରୋଡ ଚିକିତ୍ସାଳୟକୁ ଯାତାୟାତ ପାଇଁ ରେଳବାଇ ଫାଟକ ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ବହୁ ସମୟରେ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ରହୁଛି। ରବିବାର ଏହି ପରି ଭାବେ ଜଣେ ସଙ୍କଟାପନ୍ନ ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଡାକ ବଙ୍ଗଳା ଛକ ନିକଟରେ ଦୀର୍ଘ ସମୟ ଧରି ଫସି ରହିଥିଲା। ସ୍ଥାନୀୟ କିଛି ଲୋକେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ଟ୍ରାଫିକ ନିୟନ୍ତ୍ରଣ କରି ଆମ୍ବୁଲାନ୍ସକୁ ଛାଡିଥିଲା। ତେବେ ସହରରେ ଟ୍ରାଫିକ ପୋଲିସ ନ ଥିବାରୁ ଏପରି ସମସ୍ୟା ହେଉଥିବା କୁହାଯାଉଛି। ଟ୍ରାଫିକ୍‌ ପୋଷ୍ଟଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି। ୨୦୧୨ରେ ତତ୍କାଳୀନ ଯାଜପୁର ଏସ୍‌ପି ଟ୍ରାଫିକ୍‌ ନିୟନ୍ତ୍ରଶ ପାଇଁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରି ଘରୋଇ ବିଭାଗକୁ ପଠାଇଥିଲେ। ହେଲେ ଫାଇଲଟି ବିଭାଗ କାର୍ଯ୍ୟାଳୟରେ ଚାପି ହୋଇ ରହିଥିବା ଚର୍ଚ୍ଚ ହେଉଛି। ଯାଜପୁର ରୋଡ ଥାନାରେ ଆବଶ୍ୟକ ପୋଲିସ ନ ଥିବାରୁ ଟ୍ରାଫିକ ସମସ୍ୟା ଦୂର କରାଯାଇପାରୁ ନାହିଁ। ୨୦୧୭ରେ ଚୋରଦାଛକ, ବାଇପାସ ଛକ, ଗୋପବନ୍ଧୁ ଛକ ଓ ଦଳା ଛକଠାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ସିଗନାଲ୍‌ କରାଯିବା ପାଇଁ ନିଷ୍ପତ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପାରି ନାହଁି। ହୋମଗାର୍ଡମାନେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦାୟିତ୍ୱରେ ରହିଛନ୍ତି। ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ମାର୍ଗଠାରୁ ଫାୟାର ଷ୍ଟେଶନ ରାସ୍ତାଟି ୧୨ବର୍ଷ ହେଲା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣ ଶେଷ ପାଇଁ ଆହୁରି ୨ବର୍ଷ ଲାଗିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କୁହୁଛନ୍ତି। କଳିଙ୍ଗନଗର ଶିଳ୍ପା ଅଞ୍ଚଳର ଭାରିଯାନଗୁଡିକ ସହର ମଧ୍ୟଦେଇ ଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ସହରର ଦଳା ଛକ, ନହକା ଛକ, ଚୋରଦା ବାଇପାସ, ଚୋରଦା ଛକ, ଫାଏର ଷ୍ଟେସନ ଛକ, ଧବଳଗିରି ଛକ, ଡାକବଙ୍ଗଳା ଛକ, ବସଷ୍ଟାଣ୍ଡ, କୋର୍ଟ ଛକ ଓ ରେଳ ଷ୍ଟେଶନ ବଜାର ଏବଂ ଗୋପବନ୍ଧୁ ଛକ ପ୍ରଭୃତି ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି। ଏ ସମ୍ପର୍କରେ ଯାଜପୁର ରୋଡ ଏସ୍‌ଡିପିଓ କେଦାରନାଥ ସାହୁଙ୍କୁ ପଚାରିବାରୁ, ଆସନ୍ତା ମାସରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସହ ଆଲୋଚନା କରାଯାଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଚିଠା ପ୍ରସ୍ତୁତ କରାଯିବ। ପ୍ରଥମେ କୋର୍ଟ ଛକ, ଚୋରଦା ଛକ, ଗୋପବନ୍ଧୁ ଛକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ସିଗନାଲ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri