ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ନାମ ପରିବର୍ତ୍ତନ ପ୍ରସ୍ତାବ ଯାଜପୁରରୋଡ: ଡୋଲିପୁର ନାମରେ ନାମିତ ଦାବି ଡିଆରଏମ୍‌ଙ୍କୁ ଭାଜପା ବ୍ୟାସନଗର ମଣ୍ଡଳର ଦାବିପତ୍ର

ଯାଜପୁର ଅଫିସ,୩।୯- ଓଡ଼ିଶା ଦେଇ ଯାଇଥିବା ହାୱଡା-ଚେନ୍ନାଇ ମୁଖ୍ୟ ରେଳଲାଇନର କଟକ ଓ ଭଦ୍ରକ ମଧ୍ୟରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମକୁ ଯାଜପୁର ରେଳଷ୍ଟେଶନ ନାମରେ ନାମିତ ପ୍ରସ୍ତାବ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଅଗଷ୍ଟ ୨୮ରେ ଧରିତ୍ରୀରେ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହିକ୍ରମରେ ଭାଜପା ବ୍ୟାସଦେବ ମଣ୍ଡଳ, ବ୍ୟାସନଗର ପକ୍ଷରୁ ଇଷ୍ଟକୋଷ୍ଟ ରେଳୱେ ଡିଆରଏମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ୧୫ଦିନ ମଧ୍ୟରେ ଯାଜପୁରରୋଡ କିମ୍ବା ଡୋଲିପୁର ନାମରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନର ନାମକରଣ ପରିବର୍ତ୍ତନ କରାଯାଉ। ଅନ୍ୟଥା ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ସ୍ମାରକପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ପରିବର୍ତ୍ତନ କରି ଯାଜପୁର ରେଳ ଷ୍ଟେଶନ ନାମରେ ନାମିତ କରିବାକୁ ଦିଲ୍ଲୀରେ ବାସ କରୁଥିବା ହରିଶ ସାହୁ ଯାହାଙ୍କ ଏହି ଅଞ୍ଚଳ ପ୍ରତି କୌଣସି ସଂଯୋଗ ନାହିଁ ସେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଦାବି ଉପରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ତାଙ୍କ ପତ୍ରସଂଖ୍ୟା ୫୬୮୦/୨୭ା୮ା୨୦୧୯ରେ ଯାଜପୁର ଜିଲାପାଳଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲାର ନାମ ଏବଂ ଏହାର ସଦର ମହକୁମା ଷ୍ଟେଶନଠାରୁ ୩୫ କି.ମି. ଦୂରରେ ରହିଛି। ହେଲେ ବର୍ତ୍ତମାନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନର ଯେଉଁ ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ବେଆଇନ। ସ୍ଥାନୀୟ ଲୋକଙ୍କ କୌଣସି ମତ ନ ନେଇ ଏଭଳି ପଦକ୍ଷେପ ନେବା ଅନ୍ୟାୟ ଏବଂ ସ୍ଥାନୀୟ ଲୋକଙ୍କ ମନୋଭାବକୁ ଆଘାତ ଦିଆଯାଇଛି। ଯେତେବେଳେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନର ନାମକରଣ ହୋଇଥିଲା ସେତେବେଳେ ଯାଜପୁରରୁ କେନ୍ଦୁଝରକୁ ରେଳ ସଂଯୋଗ ନ ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ନାଗରିକ କମିଟି ପକ୍ଷରୁ ଏହି ଷ୍ଟେଶନର ନାମକରଣ ସନ୍ଥ ବ୍ୟାସଦେବଙ୍କ ନାମରେ ବ୍ୟାସନଗର କରିବାକୁ ଦାବି ହୋଇଥିଲା। ହେଲେ ଏହି ନାମରେ ଏକ ଅନ୍ୟ ଷ୍ଟେଶନ ଥିବାରୁ ସେତେବେଳେ ଏହାକୁ ଖାରଜ କରି ଦିଆଯାଇଥିଲା। ସେତେବେଳେ ସର୍ବସମ୍ମତିକ୍ରମେ ଏହି ଷ୍ଟେଶନର ନାମ ଯାଜପୁରରୋଡ କିମ୍ବା ଡୋଲିପୁର କରିବାକୁ ଦାବି ହେଉଥିଲା। କିନ୍ତୁ ବର୍ତ୍ତମାନ ପୂର୍ବ ଯୋଜନା ଅନୁସାରେ ଏହି ଷ୍ଟେଶନର ନାମକରଣ ଯାଜପୁର କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଯାହାକୁ କୌଣସି ପ୍ରକାରେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରେଳୱେ ବୋର୍ଡର କର୍ମସିଆଲ ସାର୍କୁଲାର-୧୨ ନମ୍ବର/୧୭ା୫ା୧୯୯ ଅନୁସାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଭାଗ ଏକାକୀ ନାମ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇପାରିବେ। ଏହାପରେ ପ୍ରସ୍ତାବଟି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ଗୃହ ମନ୍ତ୍ରଣାଳୟକୁ ଯିବା ଉଚିତ ବୋଲି ଇଷ୍ଟକୋଷ୍ଟ ରେଳୱେ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri