ମ୍ୟାଜିକ୍‌ ବଦଳାଇଛି ଜୀବନ ମୋଡ଼

ଅନୁଗୋଳ ଅଫିସ୍‌, ୧୬।୩ (ଅମିତ କୁମାର ସାମଲ) : ପୋଲିସ ବିଭାଗରେ ଚାକିରି କରି ବି ମନରେ ସନ୍ତୋଷ ନ ଥିଲା। ଚାକିରି ସହ ଅନ୍ୟ କିଛି କରି ଲୋକଙ୍କ ହୃଦୟ ଜିଣିବାକୁ ସେ ଚାହୁଁଥିଲେ। ତେଣୁ ତବଲା, ବେହେଲାଠାରୁ ସଙ୍ଗୀତ ଶିକ୍ଷା ଯାଏ ବିଭିନ୍ନ କ୍ଷେତ୍ରକୁ ଛୁଇଁବାକୁ ସେ ଉଦ୍ୟମ କରିଥିଲେ। ହେଲେ ସେସବୁରେ ବିଫଳତା ହିଁ ତାଙ୍କୁ ମ୍ୟାଜିକ୍‌ ଦିଗରେ ଅଗ୍ରସର ହେବାକୁ ବାଟ କଢ଼ାଇଥିଲା। ଆଉ ଏହାପରେ ଫୁଟ୍‌ପାଥ୍‌ରୁ ଆରମ୍ଭ ହୋଇଥିବା ମ୍ୟାଜିକ୍‌ ଶିକ୍ଷା ବା ଯାଦୁବିଦ୍ୟା କେରଳର ଥିରୁଭାନନ୍ଥପୁରମ୍‌ ଏକାଡେମୀରେ ପୂର୍ଣ୍ଣାଙ୍ଗ ହେବା ସହ ପଞ୍ଚାନନ ଦାସଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା।
ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ା ଶିବମନ୍ଦିର ସମ୍ମୁଖରେ ରହୁଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଅଞ୍ଚଳର ପଞ୍ଚାନନ ଦାସଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା କୋରାପୁଟରୁ। ଓଡ଼ିଶା ପୋଲିସର ଡ୍ରିଲ୍‌ ପ୍ରଶିକ୍ଷକ ଭାବେ ସେ କୋରାପୁଟରେ ପ୍ରଥମ ପୋଷ୍ଟିଂ ପାଇଥିଲେ। ପେସା ପୋଲିସ ହୋଇଥିଲେ ବି ତାଙ୍କ ନିଶା ଥିଲା ଭିନ୍ନ କିଛି। ସ୍ତ୍ରୀ ଦୀପ୍ତିମୟୀ ଓ ଦୁଇ ପୁଅଙ୍କ ପାଖରୁ ଏ ନେଇ ପ୍ରେରଣା ପାଇ ସେ ଫୁଟ୍‌ପାଥ୍‌ରେ ମ୍ୟାଜିକ୍‌ ଦେଖାଉଥିବା ମ୍ୟାଜିସିଆନଙ୍କଠାରୁ ତାଲିମ ନେବା ଆରମ୍ଭ କଲେ। ସେଥିରେ କିଛିଟା ଦକ୍ଷତା ହାସଲ କରିବା ପରେ ୨୦୦୧ରେ ତାହାକୁ ନିଜ କର୍ମକ୍ଷେତ୍ରରେ ଉପଯୋଗ କଲେ। ଦୈନିକ ସକାଳ ଓ ସନ୍ଧ୍ୟାରେ ଡ୍ରିଲ୍‌ ବେଳେ ଏକାଗ୍ରତା ହରାଉଥିବା ନବାଗତ ପୋଲିସ ପ୍ରଶିକ୍ଷାର୍ଥୀମାନଙ୍କୁ ମ୍ୟାଜିକ୍‌ ଦେଖାଇ ସେମାନଙ୍କୁ ଠିକଣା ପ୍ରଶିକ୍ଷଣ ଦେବାରେ ସେ ସଫଳତା ପାଇପାରିଲେ। ତେବେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ପରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)କୁ ବଦଳି ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଥିଲା। ସେଠାରେ ପୋଲିସ ପ୍ରଶିକ୍ଷକରୁ ସେ ପାଲଟି ଯାଇଥିଲେ ମ୍ୟାଜିକ୍‌ମ୍ୟାନ୍‌ ଟ୍ରେନ୍‌ର। ବିପିଏସ୍‌ପିଏରେ ପ୍ରଶିକ୍ଷଣ ଦେଉଥିବା ବେଳେ ଜଣେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତାଙ୍କ ମ୍ୟାଜିକ୍‌ ପ୍ରତିଭାରେ ଚକିତ ହୋଇଯାଇଥିଲେ। ଏଥିସହ ତାଙ୍କୁ ଅଧିକ ତାଲିମ ନେବାକୁ କେରଳର ଥିରୁଭାନନ୍ଥପୁରମ୍‌ସ୍ଥିତ ମ୍ୟାଜିକ୍‌ ଏକାଡେମୀକୁ ପଠାଇଥିଲେ। ୬ ମାସର ତାଲିମ ଶେଷ କରି ସେ ୨୦୧୦ରେ ଓଡ଼ିଶା ଫେରି ବିଭିନ୍ନ ସ୍ଥାନରେ ମ୍ୟାଜିକ୍‌ ଦେଖାଇ ପ୍ରଶଂସା ପାଇବା ସହ ଆତ୍ମସନ୍ତୋଷ ପାଇଥିଲେ। ତେବେ ଭୁବନେଶ୍ୱରରେ ଥିବା ପ୍ଲେଇଙ୍ଗ କାର୍ଡ ମାଷ୍ଟର ସୁକେଶ ପଟ୍ଟନାୟକ ଓ ସନ୍ତୋଷ ଚୌଧୁରୀଙ୍କ ପାଖରୁ ତାଲିମ ନେବାପରେ ତାଙ୍କ ଜୀବନର ମୋଡ଼ ବଦଳି ଗଲା। ତାଙ୍କ ଯାଦୁ ବିଦ୍ୟାରେ ଯେପରି ପର ଲାଗିଗଲା। ପିଟିସିରୁ ପ୍ରଶିକ୍ଷକ ଇନ୍ସପେକ୍ଟର ଭାବେ ୨୦୧୯ ମେ ରୁ ଅବସର ଗ୍ରହଣ କରିଥିଲେ ବି ମ୍ୟାଜିକରୁ ସେ ଅବସର ନେଇନାହାନ୍ତି। ଇତିମଧ୍ୟରେ ୨ ହଜାରରୁ ଅଧିକ ସ୍ଥାନରେ ସେ ମ୍ୟାଜିକ୍‌ ଦେଖାଇସାରିଲେଣି। ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ତାଙ୍କ ଯାଦୁବିଦ୍ୟାକୁ ବହୁ ପ୍ରଶଂସା ମିଳିଛି। ଭୁବନେଶ୍ୱରରେ ହୋଇଥିବା ବିଶ୍ୱସ୍ତରୀୟ ମ୍ୟାଜିକ୍‌ ଶୋ’ ସେ ଜିତିପାରି ନ ଥିଲେ ବି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ନିଜକୁ ଧନ୍ୟ ମନେ କରୁଥିବା ପଞ୍ଚାନନ କହିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଅନୁଷ୍ଠିତ ସର୍ବଭାରତୀୟ ମହିଳା ପୋଲିସ ସମ୍ମିଳନୀ, ଆଇଏଏସ୍‌ ସମ୍ମିଳନୀରେ ସେ ନିଜ ଯାଦୁ ବିଦ୍ୟାର ଅନେକ ଛାପ ଛାଡ଼ିଛନ୍ତି। ତାଙ୍କ ନିକଟରୁ ମ୍ୟାଜିକ ଶିଖିଥିବା ୭୦ରୁ ଊର୍ଦ୍ଧ୍ୱ ପିଲାଙ୍କ ମଧ୍ୟରୁ ୭ ଜଣ ଏହାକୁ ବୃତ୍ତି କରିଥିବାବେଳେ ଢେଙ୍କାନାଳ ଜିଲାର ବିଷ୍ଣୁ ପ୍ରସାଦ ବେହେରା ଜାତୀୟସ୍ତରୀୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିଅଲଟି ଶୋ’ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ବିଚାରକମାନଙ୍କୁ ଆକୃଷ୍ଟ କରିପାରିବା ପଞ୍ଚାନନଙ୍କ ପାଇଁ ଆଣିଦେଇଛି ଗର୍ବ। ମ୍ୟାଜିକ୍‌ରୁ ମିଳୁଥିବା ଅର୍ଥକୁ ସେ ବିଭିନ୍ନ ସାମାଜିକ ମଙ୍ଗଳ କାର୍ଯ୍ୟ ପାଇଁ ଦାନ କରୁଛନ୍ତି। ତେବେ ମ୍ୟାଜିକ୍‌ ବିଦ୍ୟା ସଂକ୍ରାନ୍ତ ପାଠ୍ୟକ୍ରମ ଏକ କୋର୍ସ ସ୍କୁଲ୍‌ଶିକ୍ଷାରେ ଲାଗୁ କରାଗଲେ ଏଥିପ୍ରତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକାଗ୍ରତା ବଢ଼ିପାରନ୍ତା ବୋଲି ପଞ୍ଚାନନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri