Posted inଖେଳ

ମ୍ୟାକ୍‌ଗ୍ରାଥଙ୍କ ଡ୍ରିମ୍‌ ହ୍ୟାଟ୍ରିକ୍‌ ଲାଇନ୍‌ଅପ୍‌ରେ ଲାରା, ସଚିନ, ଡ୍ରାଭିଡ

ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍‌ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ। ବ୍ୟକ୍ତିଗତ ପ୍ରଦର୍ଶନ ମାଧ୍ୟମରେ ଅଷ୍ଟ୍ରେଲିଆକୁ ଅନେକ ସଫଳତାର ସ୍ବାଦ ଚଖାଇଛନ୍ତି ଏହି କିମ୍ବଦନ୍ତୀ ବୋଲର । ତାଙ୍କ ବୋଲିଂକୁ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହୋଇ ନ ଥାଏ। ସେଥିପାଇଁ ସେ ନିଜ ସମୟର ସବୁଠାରୁ ଦ୍ରୁତ ବୋଲରର ମାନ୍ୟତା ପାଇଥିଲେ। ଲାଇନ୍‌ ଓ ଲେନ୍ଥ୍‌ ସହ ସେ ଦୀର୍ଘଦିନଧରି ପ୍ରଦର୍ଶନରେ ସ୍ଥିରତା ରଖି ପାରିଥିଲେ। ବିଶ୍ୱରେ ତାଙ୍କ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା ବହୁତ କମ୍‌। କ୍ୟାରିୟରରେ ଅନେକ ଥର ହ୍ୟାଟ୍ରିକ ଅର୍ଜନ କରିଥିବା ମ୍ୟାକଗ୍ରା ନିଜ ମନକଥା ପ୍ରକାଶ କରିଛନ୍ତି। ବିଶ୍ୱର କେଉଁ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କଲେ ତାଙ୍କୁ ମାନସିକ ଶାନ୍ତି ମିଳିିବ ବୋଲି ପ୍ରଶ୍ନର ଉତ୍ତରରେ ସେ ୩ ଜଣଙ୍କ ନାମ ନେଇଛନ୍ତି। ତାଙ୍କ ସ୍ବପ୍ନର ହ୍ୟାଟ୍ରିକ ଲାଇନ୍‌ଅପ୍‌ରେ ସେ ବ୍ରାଏନ ଲାରା, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ନାମ ନେଇଛନ୍ତି। ମ୍ୟାକଗ୍ରାଙ୍କ ମତରେ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲରମାନେ ଅଧିକ ପରିଶ୍ରମ କରିଥାନ୍ତି ।
କିଛିଦିନ ତଳେ ମ୍ୟାକଗ୍ରା-ତେନ୍ଦୁଲକର ଓ ସୋଏବ ଅଖତର-ତେନ୍ଦୁଲକରଙ୍କ ମଧ୍ୟରେ ଲଢ଼େଇର ଭିନ୍ନତା ଦର୍ଶାଇଥିଲେ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ୍‌ ହଗ୍‌। ଟୁଇଟରରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ହଗ୍‌ କହିଥିଲେ ଯେ, ସଚିନଙ୍କ ବିପକ୍ଷରେ ମ୍ୟାକଗ୍ରା ଧୈର୍ଯପୂର୍ଣ୍ଣଭାବେ ବିଜୟ ଚାହିଁଥାନ୍ତି । ତାଙ୍କର ଏପରି କୌଶଳ ଦୀର୍ଘଦିନ ପଯର୍‌ୟନ୍ତ ଚାଲିଥିଲା। ଅନ୍ୟପକ୍ଷରେ ସଚିନଙ୍କ ବିପକ୍ଷରେ ଅଖତରଙ୍କ ଲଢ଼େଇ ଭିନ୍ନ ଥିଲା। ଅଖତର ନିଜ ପେସ୍‌ ମାଧ୍ୟମରେ ସଚିନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାନ୍ତି। ଏହା ସେତେବେଳେ ଭାରତ-ପାକିସ୍ତାନ ଲଢ଼େଇକୁ ଅଧିକ ରୋମାଞ୍ଚକ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri