Posted inଖେଳ

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଏହା ହୋଇପାରିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ବାଟ ଫିଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଖେଳଳିଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟକୁ ପ୍ରଥମିକତା ଦେବା ଉପରେ ସେ ତାଙ୍କ କଥାକୁ ଦୋହରାଇଛନ୍ତି। କୋଭିଡ-୧୯ ମହମାରୀରୁ ରକ୍ଷା ପାଇବା ପାଇଁ କ’ଣ କରିବାକୁ ହେବ ତାହା ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କ ଉପରେ ଛାଡି ଦିଆଯିବା ଉଚିତ। ନିଜର ସୁରକ୍ଷା ପାଇଁ କ’ଣ କରିବାକୁ ହେବ ସେ ନେଇ ସମସ୍ତଙ୍କର ଅଧିକାର ରହିଛି ବୋଲି ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଜୋହରି କହିଛନ୍ତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍‌। ତେବେ ମୌସମୀ ପରେ କ୍ରିକେଟ ବ୍ୟବହାରିକ ଭାବେ ଆରମ୍ଭ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତରେ ମୌସୁମୀର ପ୍ରଭାବ ରହିବ। ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚାଇ ଦିଆଯାଏ ତା’ହେଲେ ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଆୟୋଜନ ହେବା ନେଇ ଆକଳନ କରାଯାଉଛି। ପରିସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ମହାମାରୀ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ କଟକଣା ଲାଗୁ ହୋଇଥିବାରୁ ବିଦେଶୀ ଖେଳାଳି ଆସିବା ସମ୍ଭବ ହେବନି ବୋଲି କୁହାଯାଉଛି। ତେବେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ ଖେଳାଯିବା ଯୋଜନାକୁ ସେ ନାପସନ୍ଦ କରିଛନ୍ତି। ତାରକା ବିଦେଶୀ ଖେଳାଳିମାନେ ସାମିଲ ହେଲେ ଆଇପିଏଲ ତା’ର ଚମକ ବଜାୟ ରଖିବାରେ ସଫଳ ହେବ। ତେବେ ସମୟକ୍ରମେ ଧୀରେ ଧୀରେ ସବୁ ସମ୍ଭବ। ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଖେଳାଳିମାନଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ନେଇ ମଧ୍ୟ ଏବେ ଚର୍ଚ୍ଚା ହେଉଛି। ଏହାକୁ ବାଦ୍‌ ଦେଲେ କ୍ରିକେଟ ଆରମ୍ଭ କରିବାକୁ ହେଲେ ଆଗକୁ ବହୁତ କିଛି ଚ୍ୟାେଞ୍ଜେ ରହିଛି। ଅକ୍ଟୋବରରୁ ମେ ପର୍ଯ୍ୟନ୍ତ ଭାରତର ଆଗାମୀ ଲମ୍ବା ଘରୋଇ ସିଜନରେ ୨,୦୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳାଯିବା ନେଇ ବହୁତ ଚ୍ୟାଲେଞ୍ଜ୍‌ ରହିଛି ବୋଲି ଜୋହରି ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri