Posted inଖେଳ

ମୋହନବାଗାନକୁ ୩ ଲକ୍ଷ ଟଙ୍କା ଜରିମାନା

କୋଲକାତା, ୧୬ା୨ (ପି.ଟି.)-ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଶୃଙ୍ଖଳା କମିଟି ଆଇ-ଲିଗ୍‌ ହେଭିଓ୍ବେଟ୍‌ ମୋହନବାଗାନକୁ ୩ ଲକ୍ଷ ଟଙ୍କା ଜରିମାନା କରିଛି। ୪ଜଣ ପୂର୍ବତନ ଖେଳାଳିଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରି ନ ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ୧୫ଦିନ ମଧ୍ୟରେ ଜରିମାନା ଜମା କରିବା ସହ ଏକ ମାସ ମଧ୍ୟରେ ଖେଳାଳିମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ ଲାଗି ଶୃଙ୍ଖଳା କମିଟି କହିଛି। ନିର୍ଦ୍ଦେଶ ଅମାନ୍ୟ କଲେ ଏଆଇଏଫ୍‌ଏଫ୍‌ ଅଧୀନସ୍ଥ ସମସ୍ତ ଟୁର୍ନାମେଣ୍ଟ ଲାଗି ଏହି ପୁଟ୍‌ବଲ କ୍ଲବ ବିରୋଧରେ ଖେଳାଳି ଦଦଳି କଟକଣା ଜାରି କରାଯିବ। ଖବର ଅନୁସାରେ କେରଳ ବ୍ଲାଷ୍ଟର୍ସର ଦୁଇ ମିଡ୍‌ଫିଲ୍ଡର ରାଜୁ ଗାଏକ୍ୱାଡ ଏବଂ ଡାରେନ କାଲ୍‌ଡେରାଙ୍କ ଉପରେ ଯଥାକ୍ରମେ ୧୧ ଲକ୍ଷ ଟଙ୍କା ଏବଂ ୮, ୭୦, ୬୦୧ ଟଙ୍କା ଦେବାକୁ ମୋହନବାଗାନକୁ କୁହାଯାଇଛି। ସେହିପରି ଅଭିଷେକ ଆମ୍ବେକର (ବର୍ତ୍ତମାନ ଇଷ୍ଟବେଙ୍ଗଲ ଲେଫ୍ଟବ୍ୟାକ୍‌) ଏବଂ ରିକାର୍ଡୋ କାର୍ଡୋଜଙ୍କ ଉପରେ ୨୦୧୭ରୁ ମୋହନବାଗାନର ଯଥାକ୍ରମେ ୫,୬୦,୦୦୦ ଟଙ୍କା ଏବଂ ୭,୬୦,୦୦୦ ଟଙ୍କା ବାକି ପଡ଼ିଛି। ପୂର୍ବତନ ମୋହନବାଗାନ କୋଚ୍‌ ଖଲିଦ ଜମିଲ ମଧ୍ୟ ତାଙ୍କ ପୂରା ବେତନ ପାଇ ନାହାନ୍ତି। କ୍ଲବ ମାସକ ମଧ୍ୟରେ ତାଙ୍କ ପାଉଣା ଦେଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଶୃଙ୍ଖଳା କମିଟି କିନ୍ତୁ ଜମିଲଙ୍କୁ ତାଙ୍କ ଅବଶିଷ୍ଟ ପ୍ରାପ୍ୟ ୮,୨୦,୦୦୦ ଟଙ୍କା ଏକମାସ ମଧ୍ୟରେ ଦେଇଦେବା ଲାଗି କହିଛି। ଖଲିଦ ଜମିଲ ସୂଚନା ଦେଇଛନ୍ତି ଯେ, ମୋହନବାଗାନ ଇତିମଧ୍ୟରେ ତାଙ୍କୁ ୪,୦୦,୦୦୦ ଟଙ୍କା ପ୍ରଦାନ କରିସାରିଛି। ଅନ୍ୟ ଖେଳାଳିମାନେ କିନ୍ତୁ କହିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ମିଳିନାହିଁ। ଜମିଲଙ୍କ ରେକର୍ଡିଂ ଷ୍ଟେଟ୍‌ମେଣ୍ଟରୁ ଯାହା ଜଣାପଡ଼ୁଛି। ମୋହନ ବାଗାନ ଦେଇଥିବା ଏହାର ପ୍ରତିଶ୍ରୁତି ପାଳନ କରିବ। ଶନିବାର ନାଗପୁରରେ ଏଆଇଏଫ୍‌ଏଫ୍‌ ଶୃଙ୍ଖଳା କମିଟି ବୈଠକ ବସିଥିଲା। କମିଟି ଶୁଣାଣିକୁ ଏକ ମାସ ପାଇଁ ମୁଲତବି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri