ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ବ୍ୟବସାୟୀ ଗିରଫ

ଫୁଲବାଣୀ ଅଫିସ, ୨୦ା୮: ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଗଞ୍ଜେଇ ବ୍ୟବସାୟୀ ବାଳକୃଷ୍ଣ ସ୍ବାଇଁ ଶେଷରେ ଗିରଫ ହୋଇଛନ୍ତି। ତାଙ୍କ ଘର ଫୁଲବାଣୀ ସହର ଇଲେକ୍ଟ୍ରି ସାହିରେ। ତୁମୁଡିବନ୍ଧ ପୋଲିସ ତାଙ୍କଠାରୁ ୫୦ କେଜି ଗଞ୍ଜେଇ ଓ ଏକ ବାଇକ ଜବତ କରିଛି। ବାଳକୃଷ୍ଣଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ା ପ୍ରାୟ ୨/୩ ବର୍ଷ ହେବ ବାଳକୃଷ୍ଣ ତାଙ୍କ ସାମ୍ରାଜ୍ୟ ବିସ୍ତାର ଆରମ୍ଭ କରିଥିଲେ ା ଫିରିଙ୍ଗିଆ, ଗୋଚ୍ଛାପଡା, ବାଲନ୍ଦାପଡା ବାଲିଗୁଡା ଆଦି ଅଞ୍ଚଳକୁ କେତେବେଳେ ପୋଲିସ ତ ଅନ୍ୟ କେତେବେଳେ ଅବକାରୀ କର୍ମଚାରୀ ସାଜି ଗଞ୍ଜେଇ ଚାଲାଣକାରୀ ନଚେତ ବେଆଇନ ଚାଷୀଙ୍କ ପାଖରେ ପହଞ୍ଚୁଥିଲେ ବାଳକୃଷ୍ଣ। ନିଜକୁ ପୋଲିସ, ଅବକାରୀ କର୍ମଚାରୀ ବୋଲି ମିଛ ପରିଚୟ ଦେଇ ସେମାନଙ୍କ ପାଖରୁ ଅର୍ଥ ଆଦାୟ କରିବା ସହ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଲୁଟି ଆଣୁଥିଲେ। ନିଜ ସ୍ବାର୍ଥପାଇଁ କେତେଜଣ ଅବକାରୀ କର୍ମଚାରୀ ତାଙ୍କୁ ଏଥିରେ ସାହାଯ୍ୟ କରୁଥିଲେ ା ସେହି କେତେଜଣଙ୍କ ଲାଗି ଅବକାରୀ ବିଭାଗ ବଦ୍‌ନାମ ହେଉଥିଲେ ମଧ୍ୟ କିଛି କରାଯାଇପାରୁ ନ ଥିଲା। କାରଣ ବାଳକୃଷ୍ଣ ସେମାନଙ୍କ ମୁଖା ଖୋଲିଦେବେ ବୋଲି ଧମକ ଦେଇ ଆସୁଥିଲେ। ପୋଲିସରେ ଖବର ଦେବାପାଇଁ କେହି ସାହସ କରି ପାରୁ ନ ଥିଲେ ା ମାତ୍ର ଗୋଇନ୍ଦା ବିଭାଗ ବାଳକୃଷ୍ଣଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା ା ତୁମୁଡିବନ୍ଧ ପୋଲିସ ଗୁଇନ୍ଦା ସୁତ୍ର ଆଧାରରେ ବାଳକୃଷ୍ଣଙ୍କୁ ରବିବାର ତୁମୁଡିବନ୍ଧଠାରୁ ୫ କିମି ଦୂର ବାଲିଗୁଡା ରାସ୍ତାର ଦଡଙ୍ଗ ଘାଟିରୁ କାବୁ କରିଛି। ବାଇକ୍‌(ଓଡି ୧୨- ୪୯୨୦)ରେ ସେ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡିଛନ୍ତି। ଏ ନେଇ ଥାନାରେ ନଂ.୫୮/୧୯ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri