ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ବ୍ୟବସାୟୀ ଗିରଫ

ଫୁଲବାଣୀ ଅଫିସ, ୨୦ା୮: ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଗଞ୍ଜେଇ ବ୍ୟବସାୟୀ ବାଳକୃଷ୍ଣ ସ୍ବାଇଁ ଶେଷରେ ଗିରଫ ହୋଇଛନ୍ତି। ତାଙ୍କ ଘର ଫୁଲବାଣୀ ସହର ଇଲେକ୍ଟ୍ରି ସାହିରେ। ତୁମୁଡିବନ୍ଧ ପୋଲିସ ତାଙ୍କଠାରୁ ୫୦ କେଜି ଗଞ୍ଜେଇ ଓ ଏକ ବାଇକ ଜବତ କରିଛି। ବାଳକୃଷ୍ଣଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ା ପ୍ରାୟ ୨/୩ ବର୍ଷ ହେବ ବାଳକୃଷ୍ଣ ତାଙ୍କ ସାମ୍ରାଜ୍ୟ ବିସ୍ତାର ଆରମ୍ଭ କରିଥିଲେ ା ଫିରିଙ୍ଗିଆ, ଗୋଚ୍ଛାପଡା, ବାଲନ୍ଦାପଡା ବାଲିଗୁଡା ଆଦି ଅଞ୍ଚଳକୁ କେତେବେଳେ ପୋଲିସ ତ ଅନ୍ୟ କେତେବେଳେ ଅବକାରୀ କର୍ମଚାରୀ ସାଜି ଗଞ୍ଜେଇ ଚାଲାଣକାରୀ ନଚେତ ବେଆଇନ ଚାଷୀଙ୍କ ପାଖରେ ପହଞ୍ଚୁଥିଲେ ବାଳକୃଷ୍ଣ। ନିଜକୁ ପୋଲିସ, ଅବକାରୀ କର୍ମଚାରୀ ବୋଲି ମିଛ ପରିଚୟ ଦେଇ ସେମାନଙ୍କ ପାଖରୁ ଅର୍ଥ ଆଦାୟ କରିବା ସହ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଲୁଟି ଆଣୁଥିଲେ। ନିଜ ସ୍ବାର୍ଥପାଇଁ କେତେଜଣ ଅବକାରୀ କର୍ମଚାରୀ ତାଙ୍କୁ ଏଥିରେ ସାହାଯ୍ୟ କରୁଥିଲେ ା ସେହି କେତେଜଣଙ୍କ ଲାଗି ଅବକାରୀ ବିଭାଗ ବଦ୍‌ନାମ ହେଉଥିଲେ ମଧ୍ୟ କିଛି କରାଯାଇପାରୁ ନ ଥିଲା। କାରଣ ବାଳକୃଷ୍ଣ ସେମାନଙ୍କ ମୁଖା ଖୋଲିଦେବେ ବୋଲି ଧମକ ଦେଇ ଆସୁଥିଲେ। ପୋଲିସରେ ଖବର ଦେବାପାଇଁ କେହି ସାହସ କରି ପାରୁ ନ ଥିଲେ ା ମାତ୍ର ଗୋଇନ୍ଦା ବିଭାଗ ବାଳକୃଷ୍ଣଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା ା ତୁମୁଡିବନ୍ଧ ପୋଲିସ ଗୁଇନ୍ଦା ସୁତ୍ର ଆଧାରରେ ବାଳକୃଷ୍ଣଙ୍କୁ ରବିବାର ତୁମୁଡିବନ୍ଧଠାରୁ ୫ କିମି ଦୂର ବାଲିଗୁଡା ରାସ୍ତାର ଦଡଙ୍ଗ ଘାଟିରୁ କାବୁ କରିଛି। ବାଇକ୍‌(ଓଡି ୧୨- ୪୯୨୦)ରେ ସେ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡିଛନ୍ତି। ଏ ନେଇ ଥାନାରେ ନଂ.୫୮/୧୯ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri